ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୦୩ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୮।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୨୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୮୧, ଗଞ୍ଜାମରୁ ୨୦୪, ରାୟଗଡାରୁ ୧୮୦, ସମ୍ବଲପୁରରୁ ୧୪୯, ନୟାଗଡରୁ ୧୩୫, ବାଲେଶ୍ୱରରୁ ୧୩୨, ମୟୂରଭଞ୍ଜରୁ ୧୦୭,…
ରେସ୍ଲର ଭିନେଶ ଫୋଗତ୍ଙ୍କୁ କରୋନା
ନୂଆଦିଲ୍ଲୀ,୨୮ା୮ (ପି.ଟି.)-ଭାରତର ଟପ୍ ମହିଳା ରେସ୍ଲର ଭିନେଶ ଫୋଗତ କରୋନା ସଂକ୍ରମିତ ବୋଲି ସେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଚଳିତ ବର୍ଷ ଖେଳରନତ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେ ତାଙ୍କ…
କଂଗ୍ରେସ ଏମ୍ପି ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ
ଚେନ୍ନାଇ,୨୮।୮-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ଏମ୍ପି ଏଚ. ବସନ୍ତକୁମାର। ବସନ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ଯୋଗୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ…
ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ଆୟୋଜନ: ସରକାରଙ୍କ ପ୍ରୟାସକୁ ଆଥଲେଟ୍ଙ୍କ ପ୍ରଶଂସା
ନୂଆଦିଲ୍ଲୀ,୨୮।୮(ପି.ଟି.): ସିଧାସଳଖ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ନିଶ୍ଚିତ ଭାବେ ସନ୍ତୋଷଜନକ। କିନ୍ତୁ କୋଭିଡ୍-୧୯ ମହାମାରୀ କାରଣରୁ ଏଥର ଏହା ସମ୍ଭବ ହୋଇପାରିନି। ମହାମାରୀ ପାଇଁ ସରକାର ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବର ଆୟୋଜନ କରୁଛନ୍ତି। ଅତିକମ୍ରେ ଏହି ପ୍ରୟାସ…
କ୍ୟାରିବିୟାନ ପ୍ରିମିୟର ଲିଗ୍: ତ୍ରିନବାଗୋର କ୍ରମାଗତ ପଞ୍ଚମ ବିଜୟ
ପୋର୍ଟ ଅଫ୍ ସ୍ପେନ୍,୨୮।୮(ପି.ଟି.): କ୍ୟାରିବିୟାନ ପ୍ରିମିୟର ଲିଗ୍ (ସିପିଏଲ୍)ରେ ତ୍ରିନବାଗୋ ନାଇଟ୍ ରାଇଡର୍ସ ତା’ର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତ୍ରିନବାଗୋ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଗୁରୁବାର ତ୍ରିନବାଗୋ ୭ ଉଇକେଟରେ ଗୁୟାନା ଅମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି।…
ଜେଇଇ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ସରକାର
ଭୁବନେଶ୍ୱର,୨୮।୮(ବ୍ୟୁରୋ)- ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ସମଗ୍ର ଦେଶରେ ଜେଇଇ(ମେନ୍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହିତ ସେପ୍ଟେମ୍ବର ୧୩ ତାରିଖରେ ଏନ୍ଇଇଟି ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୭ଟି ସ୍ଥାନରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟରୁ…
ଆଶେସ ଟୁର୍ ଉପରେ ଆଣ୍ଡରସନଙ୍କ ନଜର
ସାଉଥାମ୍ପଟନ,୨୮।୯(ପି.ଟି.): ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବେ ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଶେସ ସିରିଜ ଖେଳିବା ପାଇଁ ଲକ୍ଷ୍ୟ…
କଟକରୁ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୪ ସ୍ଥାନୀୟ ସଂକ୍ରମିତ
କଟକ ଅଫିସ,୨୮।୮-କଟକ ସହରରୁ ଶୁକ୍ରବାର ପୁଣି ୨୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୭୪। ସିଡିଏ ସେକ୍ଟର-୬ରୁ ୫, କଲେଜ ସ୍କୋୟାରରୁ ୫, ବକ୍ସି ବଜାରରୁ…
ଅନ୍ଲକ ୪.୦: କ’ଣ ଖୋଲିବ କ’ଣ ନାହିଁ
ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ ପରେ ଏବେ ଚାଲିଛି ଅନ୍ଲକ ପ୍ରକ୍ରିୟା। ଏବେ ଆରମ୍ଭ ହେବାକୁ ଯାଉଛି ଅନ୍ଲକ ୪.୦। ଦେଶର ଅର୍ଥବ୍ୟବସ୍ଥାକୁ ନଜରରେ ରଖି ଏଥର କ’ଣ ଖୋଲୁଛି କ’ଣ ନାହିଁ ତା’ଉପରେ ନଜର…
ଭୁବନେଶ୍ୱରରୁ ଆଉ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୮।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୨ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୨୦୨। ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମାରୁ…
ଚେନ୍ନାଇ ସୁପର କିଙ୍ଗସର ଜଣେ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା
ଚେନ୍ନାଇ, ୨୮।୮- ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩ ଜଣଙ୍କ ମଧ୍ୟରେ ଜଣେ ଖେଳାଳି ଥିବା ବେଳେ ଅନ୍ୟମାନେ ସର୍ପୋଟ ଷ୍ଟାଫ ଓ ସୋଶାଲ…
ବ୍ୟୁରୋ ଅଫ୍ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ
ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି ପ୍ରଥମ ମହିଳା ଓ ତୃତୀୟ ଆଇଏଏସ୍। ୧୯୯୬ ବ୍ୟାଚର ଏହି ଆଇଏଏସ୍ ୨୦୧୫ରେ କେନ୍ଦ୍ରୀୟ…
Archives


