ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ମୁଲତବୀ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଚଳିତ ଅଧିବେଶନ ୭ଦିନ ପାଇଁ ଚାଲିଲା। ଚଳିତ ଅଧିବେଶନରେ ମୋଟ ୭ଟି ବିଲ୍‌ ପାରିତ ହୋଇଥିବାବେଳେ ଶେଷ ଦିବସରେ ମୋଟ ୫ଟି ବିଲ୍‌ ପାରିତ ହୋଇଛି। ପୂର୍ବରୁ ଓଡ଼ିଶା ସଂକ୍ରାମକ ରୋଗ (ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ନ୍ୟାୟାଳୟ-ଫି(ସଂଶୋଧନ) ବିଲ୍‌ ପାରିତ ହୋଇସାରିଥିବା ବେଳେ ମଙ୍ଗଳବାର ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌, ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌, ଓଡ଼ିଶା ଶିଳ୍ପ ବିବାଦ(ସଂଶୋଧନ) ବିଲ୍‌, ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଲ୍‌ ପାରିତ ହୋଇଛି। ସେହିଭଳି ଭାଜପାର ୨ଟି ଏବଂ କଂଗ୍ରେସର ଗୋଟିଏ ମୁଲତବୀ ପ୍ରସଙ୍ଗକୁ ମିଶାଇ ମୋଟ ୩ଟି ମୁଲତବୀ ପ୍ରସଙ୍ଗ ଉପରେ ଏଥର ଆଲୋଚନା ହୋଇଥିଲା। କରୋନା କଟକଣା ମଧ୍ୟରେ ବିଧାନସଭା ଚାଲିଥିବାରୁ ଏଥର ପ୍ରଶ୍ନକାଳ ରହି ନ ଥିଲା। ସ୍ବର୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ୪ତାରିଖରେ ଶୋକ ପ୍ରସ୍ତାବ ଅଣାଯାଇ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଶେଷ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସୁପରିଚାଳନା ପାଇଁ ବିରୋଧୀ ଦଳ ନେତାଙ୍କ ସହ ସମସ୍ତ ସଦସ୍ୟ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଶାସନ ଦଳ, ବିରୋଧୀ ଦଳ ଏବଂ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଅନ୍ତିମ ଦିବସରେ ଭାଜପା କୌଣସି ଆଲୋଚନାରେ ସାମିଲ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri