ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ: ବନ୍ଧୁକ ଜବତ

ବାଲେଶ୍ୱର ଅଫିସ ,୬।୧୦-ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ୍‌ ନିକଟରୁ ଏକ ନାଲିବତୀ ଗାଡି ନେଇଯାଉଥିବା ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଇ ଅପରାଧୀ ଏକ ସ୍କର୍ପିଓରେ ନାଲିବତୀ ଲଗାଇ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଖନ୍ତାପଡା ଥାନା ଶେରଗଡ ଟୋଲଗେଟ୍‌ ନିକଟରେ ଏସ୍‌ଟିଏଫ୍‌ ଅଧିକାରୀ ପରିଚୟ ଦେଇ ଟଙ୍କା ମାଗିଥିଲେ। ଟୋଲଗେଟ୍‌ କର୍ମଚାରୀଙ୍କ ସନ୍ଦେହ ହେବାରୁ ଖନ୍ତାପଡା ଥାନାକୁ ଫୋନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ବନ୍ଧୁକ କାଢି ଟୋଲଗେଟ କର୍ମଚାରୀଙ୍କୁ ଭୟଭୀତ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯେଉଁଥିରେ ଜଣେ ପୋଲିସକର୍ମୀ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ପୋଲିସ ୨ ଜଣଙ୍କୁ କାବୁ କରିଥିବା ସହ ବ୍ୟବହାର ହୋଇଥିବା ସ୍କର୍ପିଓ ଗାଡ଼ି ଓ ବନ୍ଧୁକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ଫଡ଼ିରେ ନିୟମକୁ ଫୁ: ଶିଶୁ ଶ୍ରମିକ ନିୟୋଜିତ କରି ଅର୍ଥ ଆତ୍ମସାତ ମସୁଧା

ବାଲିଗୁଡ଼ା,୪ା୬(ଡି.ଏନ୍‌.ଏ.)-ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଚାଲିଛି। କୋମଳମତି ପାଠ ପଢ଼ୁଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ...

କରୋନା ସହାୟତା: ପ୍ରତ୍ୟେକ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ ହଜାର ଟଙ୍କା

ପୁରୀ ଅଫିସ, ୧୭।୪: କରୋନା କଟକଣା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି...

ଶିକାର ପ୍ରସ୍ତୁତି ବେଳେ ମାଡ଼ି ବସିଲେ

ବନ୍ତଳା,୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ନିୟମିତ ଚାଲିଛି ଶିକାର। କେତେବେଳେ ହରିଣ ମରାଯାଉଛି ତ କେବେ ପୁଣି ଠେକୁଆ ଓ କୁଟୁରା ମାରି...

ଟ୍ରକ୍‌ ସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ମୁହାଁମୁହିଁ: ୧୦ ଆହତ, ୩ ଗୁରୁତର

ବାଲିଗୁଡା/ତୁମୁଡିବନ୍ଧ,୨୬ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ କିନରପଡା ଗ୍ରାମ ନିକଟରେ ସୋମବାର ରାତି ପ୍ରାୟ ୧୧ଟାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ...

କାର୍‌- ଦୁଇ ବାଇକ୍‌ ମୁହାଁମୁହିଁ, କାର୍‌ ଛାଡ଼ି ଚାଲିଗଲେ ଚାଳକ

ଓଡ଼ଗାଁ,୧୦ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ସ୍କୁଲ ନିକଟରେ ଗୁରୁବାର ସକାଳେ ଏକ କାର୍‌ ସହିତ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା...

ଶ୍ରୀମନ୍ଦିର ଅଣସର ଘରେ ପଟିଦିଅଁ ପୂଜା ଆରମ୍ଭ

ପୁରୀ ଅଫିସ, ୬।୫: ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁ ଦାରୁବ୍ରହ୍ମ। ଅସୁସ୍ଥ ହୋଇପଡିଛନ୍ତି। ଶ୍ରୀମନ୍ଦିର ଅଣସର ଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି।...

କରୋନାରେ ଆଖି ବୁଜିଲେ ଦିଗପହଣ୍ଡି ବିଜୁ ଯୁବ ବାହିନୀ ସଦସ୍ୟ

ଦିଗପହଣ୍ଡି,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସାନଦାଣ୍ଡ ସାହି ନିବାସୀ ତଥା ବିଜୁ ଯୁବ ବାହିନୀ ସଦସ୍ୟ ଏମ. ଶିବରାମଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ଗତ...

ନିରପେକ୍ଷ ତଦନ୍ତ ପାଇଁ ୨୫ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୮।୧୧- ନିରପେକ୍ଷ ଓ ଉଚ୍ଚକୋଟିର ତଦନ୍ତ କରି ମାମଲାଗୁଡିକର ସମାଧାନ କରିଥିବା ୨୫ଜଣ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡିଜିପି...

Advertisement


Archives

Model This Week

Why Dharitri