ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ: ୮ଟି ସ୍ଥାନରେ ଚାଲିଛି ରେଡ
ଡେଙ୍କାନାଳ,୨୨।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି…
ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା
ଥିରୁଭାନନ୍ତପୁରମ୍,୨୨।୮: ଗୁରୁବାର କେରଳର ରାଜଧାନୀ ଥିରୁଭାନନ୍ତପୁରମସ୍ଥିତ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର ଖବର ମିଳିଛି। ତତକ୍ଷଣାତ୍ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କ ସ୍ଥାନାନ୍ତର…
ପୋଲାଣ୍ଡ ମାଟିରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡେ ଚର୍ଚ୍ଚା
ଓ୍ବାର୍ସ,୨୨।୮: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତରେ ଅଛନ୍ତି। ମୋଦି ପୋଲାଣ୍ଡର ରାଜଧାନୀ ୱାର୍ସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ଷ୍ଟାନିସ୍ଲାଭ ଜାନୁସ ମୋଦିଙ୍କୁ ବିମାନବନ୍ଦରକୁ ନେଇଥିଲେ। ଏହି ସମୟରେ…
ଚା’ଦୋକାନ ଉପରେ ମାଡିଗଲା ବସ-ଟ୍ୟାଙ୍କର: ଚାଲିଗଲା ୪ ଜୀବନ
ବ୍ରହ୍ମପୁର,୨୨।୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସମରଝୋଳ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ୧୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସଟି ଭବାନୀପାଟଣାରୁ…
ବଡ଼ ଡାକ୍ତର ହେବାର ଦେଖୁଥିଲେ ସ୍ବପ୍ନ: ପିଶାଚ ସଞ୍ଜୟ କରିଦେଲା ସ୍ବପ୍ନ ଚୁନା, ପୀଡ଼ିତାଙ୍କ ଡାଏରୀରୁ ହେଲା ଖୁଲାସା
ଭୁବନେଶ୍ୱର,ତା,୨୧,୮: ଦୁଇ ସପ୍ତାହ ତଳେ ଆର.ଜି କର ହସ୍ପିଟାଲରେ ଅତି ନିର୍ମମ ଭାବରେ ଜୀବନ ହରାଇଥିବା ମହିଳା ଡାକ୍ତରଙ୍କ ଡାଏରୀରୁ ତାଙ୍କର ଅଧୁରା ସ୍ବପ୍ନ ସାମ୍ନାକୁ ଆସିଛି। ଏକଦା ସ୍ବର୍ଣ୍ଣ ପଦକ ଜିତିବା ସହିତ ମେଡ଼ିସିନ ପାଠ ପଢ଼ାରେ ଅନେକ ସମ୍ମାନର…
ଫାର୍ମା କମ୍ପାନୀରେ ବିସ୍ଫୋରଣ: ଛଟପଟ ହୋଇ ଚାଲିଗଲା ୧୫ ଜଣଙ୍କ ଜୀବନ, ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କଲେ ଏସ୍ଆଇ
ହାଇଦ୍ରାବାଦ,୨୧ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀସ୍ଥିତ ଏକ ଫାର୍ମା କମ୍ପାନୀରେ ବୁଧବାର ବଡ଼ଧରଣର ବିସ୍ଫୋରଣ ଘଟି ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା…
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର,ତା,୨୧,୮: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ସରକାର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ) ଦାୟିତ୍ୱ ମିଳିଛି। ସେହିପରି ଦେଓ ରଂଜନ କୁମାର ସିଂହ…
ଚିକିଟି ମଦ ମୃତ୍ୟୁ ମାମଲା: ଅବକାରୀ ଅଧୀକ୍ଷକଙ୍କୁ ହଟାଇଲେ ସରକାର
ଭୁବନେଶ୍ୱର,୨୧ା୮: ଗଞ୍ଜାମ ଜିଲା ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ଅଧୀକ୍ଷକଙ୍କୁ କାର୍ଯ୍ୟରୁ ସରକାର ହଟାଇ ଦେଇଛନ୍ତି। ଏନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…
କେନାଲରେ ଢଳା ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ: ଲୋକ ଦେଖିବାରୁ ଗାଡ଼ି ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଡ୍ରାଇଭର
ଗୋପ,୨୧ା୮(ଭାରତୀ ଭୁଷଣ ଉପାଧ୍ୟାୟ): ବୁଧବାର ମଧ୍ୟାହ୍ନରେ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ିରୁ ଗୋପ ବାୟାକୂଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲ ରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ କେନାଲ ପାଣିରେ ଢଳା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେନାଲ ପାଣିରେ କ୍ୱିଣ୍ଟାଲ…
ଆଇନମନ୍ତ୍ରୀ ଦେଲେ ବଡ଼ ବୟାନ: କହିଲେ ମଦ କାରବାରରେ ସମ୍ପୃକ୍ତ ଥିଲେ ହେବ…
ଭୁବନେଶ୍ୱର,୨୧ା୮: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଏଥି ସହିତ ବେଆଇନ ତଥା ଚୋରା…
ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ରୁ ଉର୍ଦ୍ଧ ମୃତ; ୪ ଲକ୍ଷ ଟଙ୍କା ସହାୟତା ଘୋଷଣା, ଆହତଙ୍କୁ ମାଗଣା ଚିକିତ୍ସା
ଭୁବନେଶ୍ୱର,୨୧।୮: ଆଜି ରାଜ୍ୟର ୪ଟି ଜିଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା…
ପୋଲାଣ୍ଡରେ ପହଞ୍ଚିଲେ ମୋଦି
ଓ୍ବାର୍ସ/ନୂଆଦିଲ୍ଲୀ,୨୧ା୮: ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୋଲାଣ୍ଡର ଓ୍ବାର୍ସରେ ପହଞ୍ଚିଛନ୍ତି। ପୋଲାଣ୍ଡ ପରେ ମୋଦି ମଧ୍ୟ ୟୁକ୍ରେନ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…
Archives


