ହମାସ୍‌, ହେଜ୍‌ବୋଲ୍ଲା ପରେ ହୁଟି

ଜେରୁଜେଲମ୍‌/ବେରୁଟ୍‌/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ ପଣବନ୍ଦୀ କରିଥିଲା। ସେବେଠୁ ଇସ୍ରାଏଲୀ ସେନା ଓ ହମାସ୍‌ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଚଳାଇଆସିଛନ୍ତି। ହମାସ୍‌କୁ ଲେବାନନ୍‌ର ହେଜ୍‌ବୋଲ୍ଲା ଓ ୟେମେନ୍‌ର ହୁଟି ସହଯୋଗ କରୁଥିବାରୁ ୨ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌)ର ଟାର୍ଗେଟ୍‌କୁ ଆସିଥିଲେ। ଏଥିପାଇଁ ଆତଙ୍କବାଦୀମାନଙ୍କୁ ସମୂଳେ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପଣ କରିଛନ୍ତି। ଏହି କ୍ରମରେ ରବିବାର ୟେମେନ୍‌ସ୍ଥିତ ଲୋହିତ ସାଗରର ବନ୍ଦର ସହର ହୋଦେଇଦାକୁ ଆଇଡିଏଫ୍‌ ଆକ୍ରମଣ କରିଛି। ୨୦୨୧ ପରଠୁ ହୁଟି ନିୟନ୍ତ୍ରଣରେ ଥିବା ହୋଦେଇଦା ସହର ୟେମେନ୍‌ବାସୀଙ୍କୁ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ଯୋଗାଇଥାଏ। ଇରାନ୍‌ ସମର୍ଥତ୍ତ ହୁଟି ଏହି ବନ୍ଦର ଦେଇ ଇସ୍ରାଏଲୀ ଜାହାଜଗୁଡ଼ିକୁ ଆକ୍ରମଣ କରିବା ସହ ବୈଶ୍ୱିକ ବାଣିଜି୍ୟକ କାରବାରରେ ବାଧା ସୃଷ୍ଟି କରିଆସୁଥିଲା। ତେଣୁ ହମାସ୍‌, ହେଜ୍‌ବୋଲ୍ଲା ପରେ ଏବେ ହୁଟିକୁ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରି ଏହାର ନେତାମାନଙ୍କୁ ନିପାତ କରିବାକୁ ଉଦ୍ୟମ ଆରମ୍ଭ କରିଛି।
ସେନା ହେଜ୍‌ବୋଲ୍ଲା ମୁଖ୍ୟ ହାସନ୍‌ ନସ୍‌ରଲ୍ଲା ଓ ତାଙ୍କ ଝିଅ ଜୈନାନବଙ୍କୁ ଏୟାରଷ୍ଟ୍ରାଇକ୍‌ରେ ନିପାତ କରିବା ପରେ ମଧ୍ୟ ମିଶନ ଜାରି ରଖିଛି। ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଆକ୍ରମଣରେ ବେରୁଟ୍‌ରେ ହେଜ୍‌ବୋଲ୍ଲାର ସେଣ୍ଟ୍ରାଲ କାଉନ୍‌ସିଲ ଉପମୁଖ୍ୟ ନାବିଲ୍‌ କାଓଉକ୍‌ ନିହତ ହୋଇଛନ୍ତି। ପ୍ରାୟ ସପ୍ତାହେ ମଧ୍ୟରେ ନିଜ ସପ୍ତମ ବରିଷ୍ଠ ନେତାଙ୍କୁ ହରାଇବା ପରେ ହେଜ୍‌ବୋଲ୍ଲା ରକ୍ତମୁଖା ହୋଇଉଠିଛି। ହେଜ୍‌ବୋଲ୍ଲାକୁ ବଳ ଦେଇଆସିଥିବା ଇରାନ୍‌ ମଧ୍ୟ ଇସ୍ରାଏଲ୍‌କୁ ଆକ୍ରମଣ ଧମକ ଦେଇଛି। ଇରାନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରଘଚି ରବିବାର କହିଛନ୍ତି, ଜଣେ ବରିଷ୍ଠ ଇରାନୀୟ ଜେନେରାଲଙ୍କ ସମେତ ନସ୍‌ରଲ୍ଲାଙ୍କ ମୃତ୍ୟୁ ଅନୁତ୍ତରିତ ରହିବ ନାହିଁ। ଆକ୍ରମଣକାରୀ ଇହୁଦୀ ଶାସକଙ୍କ ଭୟଙ୍କର ଅପରାଧ ପାଇଁ ଇସ୍ରାଏଲ୍‌କୁ କଡ଼ା ଜବାବ ଦିଆଯିବ। ସେହିପରି ଇରାନର ରଣନୈତିକ ବ୍ୟାପାର ଉପମୁଖ୍ୟ ଜାଭେଦ ଜରିଫ୍‌ ମଧ୍ୟ ଉପଯୁକ୍ତ ସମୟରେ ତେହରାନ୍‌ କଡ଼ା ଜବାବ ଦେବ ବୋଲି ଧମକ ଦେଇଛନ୍ତି। ତେବେ ଏହା ଉପରେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମ୍‌ନେଇଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।
ଆକ୍ରମଣରେ ଲେବାନନ୍‌ରେ ୧୫୬ ମହିଳା ଓ ୮୭ ଶିଶୁଙ୍କ ସମେତ ଅନୂ୍ୟନ ୧,୦୩୦ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ୨.୫ ଲକ୍ଷ ଲୋକ ବାସହରା ହୋଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ହେଜ୍‌ବୋଲ୍ଲା ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍‌ର ଉତ୍ତର ଭାଗରେ ତୁହାକୁ ତୁହା ରକେଟ ଓ ମିଶାଇଲ ମାଡ଼ କରୁଛି। କିନ୍ତୁ ସେଥିରୁ ଅଧିକାଂଶକୁ ଇସ୍ରାଏଲ୍‌ ଇଣ୍ଟରସେପ୍ଟ କରି ଖସାଇଦେବାରେ ସକ୍ଷମ ହୋଇଛି। ସେପ୍ଟେମ୍ବର ୨୦ରେ ସଂଘର୍ଷ ଆରମ୍ଭ ହେବା ପରଠାରୁ କେହି ଜଣେ ହେଲେ ଇସ୍ରାଏଲୀ ମୃତାହତ ହୋଇ ନ ଥିବା ଆଇଡିଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?