Posted inଜାତୀୟ

ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ପରାମର୍ଶଦାତାଙ୍କୁ କହିଛନ୍ତି, ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ପରୀକ୍ଷା କରାଯାଇଥିବା ଘିଅକୁ ନଷ୍ଟ କରାଯାଇଛି। ଦେବତାଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି। ତିରୁପତି ଲଡୁ ବିବାଦ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହା ବିଶ୍ୱାସର ବିଷୟ। ଯଦି ଦୂଷିତ ଘିଅକୁ ବ୍ୟବହାର କରାଯାଇଛି ତେବେ ଏହା ଗ୍ରହଣୀୟ ନୁହେଁ।

ଏହି ସପ୍ତାହ ପୂର୍ବରୁ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏବଂ ପୂର୍ବତନ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧ୍ୟକ୍ଷ ତଥା ରାଜ୍ୟ ସଭା ଏମ୍‌ପି ୟେ.ଭି ସୁବା ରେଡ୍ଡୀଙ୍କ ଦ୍ୱାରା ପିଟିସନ ଦାଖଲ କରାଯାଇଥିଲା। ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରୁଛି।

ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ତାଗିଦ କରି ଜୁଲାଇରେ ଆସିଥିବା ରିପୋର୍ଟ ଉପରେ ଦୁଇମାସ ପରେ କାହିଁକି ବିବୃତ୍ତି ଦେଇଛନ୍ତି ବୋଲି ପଚାରିଥିଲେ। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପଚାରିଥିଲେ ଯେ, ପ୍ରସାଦ ଲଡୁ ତିଆରିରେ ଦୂଷିତ ଘିଅ ବ୍ୟବହାର କରାଯାଇଛି କି ନାହିଁ? ଟିଡିପି ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି, ଲଡୁର ସ୍ବାଦ ଭଲ ନୁହେଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି, ପ୍ରଦୂଷିତ ଘିକୁ ପ୍ରସାଦ ପାଇଁ ବ୍ୟବହାର କରାଯାଉଥିବା କୌଣସି ପ୍ରମାଣ ଅଛି କି ନାହିଁ ସେ ବିଷୟରେ ଜଣାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବହୁତ ଚିନ୍ତାରେ ଅଛି…ଏମିତି କିଛି ଶେଷ ଶବ୍ଦ ସହ ମୃତ୍ୟୁକୁ ବାଛିନେଲେ ବିଚାରପତି ଅମନ…

ନୂଆଦିଲ୍ଲୀ,୨ା୫: ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଜଣେ ୩୦ ବର୍ଷୀୟ ବିଚାରପତି ତାଙ୍କ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅମନ କୁମାର ଶର୍ମା ନାମକ ଉକ୍ତ…

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମେ’ ୪ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଉପକୃତ ହେବେ…

ଭୁବନେଶ୍ୱର,୨।୫: ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର…

ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ: ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର,୨।୩: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ,…

ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ,କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଜଣାଇଲେ ଶୁଭେଚ୍ଛା  

ନୂଆଦିଲ୍ଲୀ,୨।୫: ପ୍ରସିଦ୍ଧ ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।…

ଇରାନ ମାଟିରେ କେଉଁଠୁ ଆସିଲା ଏତେ ବୋମା? ଯାହାକୁ ଡିଫ୍ୟୁଜ କରୁକରୁ ଗଲା ୧୪ IRGC ବୈଜ୍ଞାନିକଙ୍କ ଜୀବନ

ତେହରାନ,୨।୫: ଇରାନର ଜାଞ୍ଜାନ ପ୍ରଦେଶରେ ଏକ ବଡ଼ ସାମରିକ ଅଭିଯାନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ…

T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri