୧୦ ଦିନ ପରେ ବୋରୱେଲରୁ ବାହାରିଲା ୩ ବର୍ଷୀୟ ଚେତନା, ମୃତ ଘୋଷଣା କଲେ ଡାକ୍ତର
ରାଜସ୍ଥାନ,୧।୧: ରାଜସ୍ଥାନର ଅଲୱାର, କୋଟପୁଟଲିରେ ଫସି ରହିଥିବା ତିନି ବର୍ଷୀୟ ‘ଚେତନା’ଙ୍କୁ ଦଶମ ଦିନରେ ବୋରୱେଲରୁ ବାହାର କରାଯାଇଛି। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ୧୭୦ ଫୁଟ ଗଭୀର ଟନେଲରୁ ବାହାର କରି ଚେତନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
ନୂଆବର୍ଷରେ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସାମୁହିକ ଦାୟିତ୍ୱ ନେଇ କାମ କରନ୍ତୁ
ଭୁବନେଶ୍ୱର,୧ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility) ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।…
କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍ଏସ୍ଏସ୍ ମୁଖ୍ୟଙ୍କୁ କେଜ୍ରିଓ୍ବାଲଙ୍କ ଚିଠି
ନୂଆଦିଲ୍ଲୀ,୧।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ…
ଜିଏସଟି ଭରିଲା ସରକାରଙ୍କ ରାଜକୋଷ, ଡିସେମ୍ବରରେ ୧.୭୭ ଲକ୍ଷ କୋଟି ଟଙ୍କା ସଂଗ୍ରହ
ନୂଆଦିଲ୍ଲୀ,୧ା୧: ଡିସେମ୍ବର ୨୦୨୪ ରେ ବସ୍ତୁ ଏବଂ ସେବା କର (ଜିଏସଟି) ସଂଗ୍ରହରେ ବଡ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଜାନୁଆରୀ ୧ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଜିଏସଟି ସଂଗ୍ରହ ପୂର୍ବ ବର୍ଷ ବର୍ଷ ତୁଳନାରେ ୭.୩ ପ୍ରତିଶତ ବୃଦ୍ଧି…
ନୂଆବର୍ଷରେ ନୂଆ ଉପହାର: ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍
ଭୁବନେଶ୍ୱର,୧ା୧: ରାଜ୍ୟ ସରକାର ନୂଆବର୍ଷରେ ୩ ବରିଷ୍ଠ ଆଇପିଏସ୍ଙ୍କୁ ନୂଆ ଉପହାର ଦେଇଛନ୍ତି। ଅର୍ଥାତ୍ ୩ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ସରକାର ପଦୋନ୍ନତି ଦେଇଛନ୍ତି। ୧୯୯୩ ବ୍ୟାଚ୍ର ୩ ଆଇପିଏସ୍ ବିନୟତୋଷ ମିଶ୍ର, ଆର୍ପି କୋଚେ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା…
ହଉ କିଛି ନୂଆ
ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜୁ ଜନତା ଦଳ(ବିଜେଡି)ର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ ନୀରବ ବିପ୍ଳବ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭୋଟର ସ୍ପଷ୍ଟ କରିଦେଲେ ଯେ, ଗଣତନ୍ତ୍ରରେ ସାମନ୍ତବାଦର…
ନବବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ କୃପାରୁ…
ଭୁବନେଶ୍ୱର,୧।୧: ମୁଖ୍ୟମନ୍ତ୍ରୀ ମୋହନ ମାଝି ଇଂରାଜି ନବ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ…
ନୂଆବର୍ଷ ଆରମ୍ଭରୁ ଆଶ୍ବସ୍ତିକର ଖବର: କମିଲା ଏଲପିଜି ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ,୧।୧: ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଆଜି ଠାରୁ ଅର୍ଥାତ୍ ଜାନୁଆରୀ ୧, ୨୦୨୫ଠାରୁ, ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା…
ମହାକାଶରେ ୧୬ ଥର ନବବର୍ଷ ପାଳିବେ ସୁନୀତା
ଓ୍ବାଶିଂଟନ, ୧।୧:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ‘ଏକ୍ସପେଡିଶନ ୭୨’ ମିଶନର କ୍ରିଉ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍ଏସ୍)ରେ ୧୬ଥର ନୂଆବର୍ଷ ପାଳନ କରିବେ। ଜାନୁଆରୀ ୧ରେ ସେମାନେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଦେଖି ନୂଆବର୍ଷକୁ ଅନୁଭବ…
୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି
ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। କେବଳ ୨୦୨୪ରେ ବିଶ୍ୱ ଜନସଂଖ୍ୟାରେ ୭.୧ କୋଟି ବୃଦ୍ଧି ଘଟିଛି।…
ସପ୍ତାହକୁ ୭୦ ଘଣ୍ଟା କାମ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୩୧ା୧୨: କାର୍ଯ୍ୟ-ଜୀବନ ସନ୍ତୁଳନ(ୱାର୍କ ଲାଇଫ ବାଲାନ୍ସ) ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ। ସେ କହିଛନ୍ତି ଯେ, ”ଯେତେବେଳେ ଆମେ କିଛି କରିବାକୁ ପସନ୍ଦ କରନ୍ତି ସେତେବେଳେ ସନ୍ତୁଳନ ଅନୁଭବ ହୁଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜୀବନ…
ଚାଲିଲାନି ପଶ୍ଚିମବଙ୍ଗର ମନମାନୀ, ଓଡ଼ିଶା ଫେରୁଛି ‘ଜିନତ’
ଭୁବନେଶ୍ୱର,୩୧ା୧୨: ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ ‘ଜିନତ’ । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଛି। ମଧ୍ୟରାତ୍ରି ସୁଦ୍ଧା ‘ଜିନତ’ ଶିମିଳିପାଳ ପହଞ୍ଚିବା ଆଶା କରାଯାଉଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ର ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗ…
Archives


