୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି

ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍‌ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। କେବଳ ୨୦୨୪ରେ ବିଶ୍ୱ ଜନସଂଖ୍ୟାରେ ୭.୧ କୋଟି ବୃଦ୍ଧି ଘଟିଛି। ୨୦୨୪ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ସମୁଦାୟ ଜନସଂଖ୍ୟା ୮୦୧.୯ କୋଟି ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୮୦୯ କୋଟିରେ ପହଞ୍ଚିଛି। ୨୦୨୪ରେ ବିଶ୍ୱର ଜନସଂଖ୍ୟା ୦.୯% ହାରରେ ବୃଦ୍ଧି ପାଇଥିଲା, ଯାହା ୨୦୨୩ର ଜନସଂଖ୍ୟା ବୃଦ୍ଧି ହାରଠାରୁ କମ୍‌ ରହିଥିବା ନେଇ ୟୁଏସ୍‌ସିବି ଆକଳନ କରିଛି। ତେବେ କେବଳ ୨୦୨୩ରେ ବିଶ୍ୱ ଜନସଂଖ୍ୟାରେ ୭.୫ କୋଟି ବୃଦ୍ଧି ଘଟିଥିବା ନେଇ ୟୁଏସ୍‌ସିବି କହିଛି।

ଉକ୍ତ ରିପୋର୍ଟ ଅନୁଯାୟୀ, ୧୪୧ କୋଟି ଜନସଂଖ୍ୟା ସହ ଭାରତ ହେଉଛି ବିଶ୍ୱର ସବୁଠୁ ଜନବହୁଳ ଦେଶ। ୨୦୨୪ ଜୁଲାଇରେ ଭାରତ ଜନସଂଖ୍ୟା ପ୍ରଥମଥର ପାଇଁ ଚାଇନାକୁ ଟପିଥିଲା। ସର୍ବାଧିକ ଜନସଂଖ୍ୟା ତାଲିକାରେ ୧୪୦.୮ କୋଟି ଜନସଂଖ୍ୟା ସହ ଭାରତର ଠିକ୍‌ ପଛକୁ ଚାଇନା ରହିଛି। ସେହିପରି ୩୪.୧ କୋଟି ଲୋକଙ୍କ ସହ ଆମେରିକା ବିଶ୍ୱର ତୃତୀୟ ଜନବହୁଳ ଦେଶ ହୋଇଥିବା ଏହି ରିପୋର୍ଟ କହିଛି। ୨୦୨୪ରେ କେବଳ ଆମେରିକାରେ ୦.୭୮% ହାରରେ ୨୬ ଲକ୍ଷ ଜନସଂଖ୍ୟା ବଢ଼ିଥିବା ୟୁଏସ୍‌ସିବି ଆକଳନ କରିଛି। ସେହିପରି ସର୍ବାଧିକ ଜନସଂଖ୍ୟା ତାଲିକାରେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଯଥାକ୍ରମେ ଇଣ୍ଡୋନେସିଆ, ପାକିସ୍ତାନ ଓ ନାଇଜେରିଆ ରହିଛି। ମାତ୍ର ୭୬୪ ଜନସଂଖ୍ୟା ସହ ଭାଟିକାନ ସିଟି ବିଶ୍ୱର ସବୁଠାରୁ କମ୍‌ ଜନସଂଖ୍ୟା ଥିବା ଦେଶ ହୋଇଥିବା ନେଇ ଉକ୍ତ ରିପୋର୍ଟ ପ୍ରକାଶ କରିଛି।

ତେବେ ୟୁଏସ୍‌ସିବିର ଆକଳନ ଅନୁଯାୟୀ, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଯୁଦ୍ଧ ଏବଂ ସଂଘର୍ଷର ପ୍ରଭାବ ମଧ୍ୟ ଜନସଂଖ୍ୟା ଉପରେ ପଡ଼ିଛି। ୟୁକ୍ରେନ, ବୁଲଗାରିଆ ଏବଂ ଲାତଭିଆରେ ମୃତ୍ୟୁ ହାର ସର୍ବାଧିକ ରହିଛି।

ସେହିପରି ସମସ୍ତ ମହାଦେଶ ମଧ୍ୟରେ ଆଫ୍ରିକା ମହାଦେଶରେ ଜନ୍ମ ହାର ସର୍ବାଧିକ ରହିଛି। ଏହି ରିପୋର୍ଟରେ ପ୍ରକାଶ ପାଇଥିବା ଆକଳନ ଅନୁଯାୟୀ, ୨୦୨୫ ଜାନୁଆରୀରେ ସେକେଣ୍ଡ ପ୍ରତି ଜନ୍ମ ହାର ୪.୨ ଏବଂ ମୃତ୍ୟୁ ହାର ୨.୦ ରହିବ। ସେହିପରି ଏହି ମାସ ଆମେରିକାରେ ପ୍ରତି ୯ ସେକେଣ୍ଡରେ ଜଣେ ଶିଶୁ ଜନ୍ମ ହେବେ ବୋଲି ଆକଳନ କରାଯାଇଥିବାବେଳେ ପ୍ରତି ୯.୪ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବ। ସେହିପରି ପ୍ରତି ୨୩.୨ ସେକେଣ୍ଡରେ ଆମେରିକାର ଜନସଂଖ୍ୟାରେ ଜଣେ ପ୍ରବାସୀ ଯୋଡ଼ି ହେବେ। ଅନ୍ୟପକ୍ଷରେ, ପ୍ରତି ୨୧.୨ ସେକେଣ୍ଡରେ ଦେଶର ଜନସଂଖ୍ୟାରେ ହାରାହାରି ଜଣେ ବ୍ୟକ୍ତିଙ୍କର ବୃଦ୍ଧି ଘଟିବ ବୋଲି ୟୁଏସ୍‌ସିବି ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?