Home Middle

ପଦାତିକ ବାହିନୀ ଦିବସରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌

ନୂଆଦିଲ୍ଲୀ,୨୭।୧୦: ପଦାତିକ ବାହିନୀ ଦିବସ ଉପଲକ୍ଷେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌ ନ୍ୟାସନାଲ୍‌ ଓ୍ବାର୍‌ ମେମୋରିଆଲ୍‌ଠାରେ ଶହୀଦ୍‌ଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ, କଶ୍ମୀରରେ ୧୯୪୭ ଅକ୍ଟୋବର ୨୭ରେ ହୋଇଥିବା ପାକିସ୍ତାନ ଆକ୍ରମଣ ସମୟରେ ଦେଶ ପାଇଁ ଶହୀଦ୍‌ ହୋଇଥିବା…

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଥିବା…

ଲଘୁଚାପ ଉଜାଡ଼ିଲା ଫସଲ: ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ; ୪ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ଦିଅ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ବ୍ୟାପକ ଫସଲହାନି ହୋଇଛି। ବିଲରେ ଆଣ୍ଠୁଏ ଲେଖାଏ ପାଣି ବୁଡ଼ିରହିଛି। ମୁଗ, ବିରି, ପନିପରିବା ଫସଲ ଉଜୁଡ଼ିଯାଇଛି। ଗତ ତିନିଦିନ ଧରି ଲଗାଣବର୍ଷା…

ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ ଅଡ଼ି ବସିଲା ଶିବସେନା: ଭାଜପାଠାରୁ ଲିଖିତ ଆଶ୍ୱାସନା ଲୋଡ଼ିଲା

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଭାଜପା-ଶିବସେନା ମେଣ୍ଟ ମଧ୍ୟରେ କସରତ ଜାରି ରହିଛି। ଏବେ ଶିବସେନା ରାଜ୍ୟରେ ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ ଅଡ଼ି ବସିଛି। ଅର୍ଥାତ୍‌ ରାଜ୍ୟରେ ଅଢ଼େଇ-ଅଢ଼େଇ ବର୍ଷ ଧରି ଶିବସେନା ଏବଂ ଭାଜପା…

ସ୍ଥାବର ସମ୍ପତ୍ତି ଆଧାର ସହିତ ହେବ ଲିଙ୍କ୍‌: ମୋଦି ସରକାର ଆଣିବେ ଆଇନ; ଡ୍ରାଫ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସ୍ଥାବର ସମ୍ପତ୍ତିକୁ ଆଧାର ସହିତ ଲିଙ୍କ୍‌ କରିବା ଲାଗି ଯୋଜନା କରିଛନ୍ତି। ଏନେଇ ପାଞ୍ଚ ଜଣିଆ ସଂସଦୀୟ କମିଟି ଗଠନ କରାଯିବା ସହିତ ଡ୍ରାଫ୍ଟ୍‌ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏହା ଆଇନରେ ପରିଣତ ହେଲେ…

ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀ ଗିରଫ: ବିନା ଭିଜାରେ ବାସ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୧୦: କର୍ନାଟକ ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ବିନା ଭିଜାରେ ସହରରେ ବାସ କରୁଥିବା ଅଭିଯୋଗ ହୋଇଛି। ସହରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।…

ମୁଖ୍ୟମନ୍ତ୍ରୀ ଆସନ ଉପରେ ଶିବସେନାର ନଜର: ଅଢେଇ ବର୍ଷ ପାଇଁ ମାଗିପାରେ ଗାଦି

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ରରେ ରାଜନୀତି ଏବେ ସରଗରମ। କାରଣ ବିଧାନସଭା ନିର୍ବାଚନ ପରେ ଏବେ ରାଜ୍ୟରେ ଭାଜପା-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ପୂର୍ବରୁ ୫୦-୫୦ ଆସନ ବୁଝାମଣାକୁ ନେଇ ଶିବସେନା ଭାଜପା ସହ ମେଣ୍ଟ କରିଥିବା ବେଳେ ଏବେ ଏହି…

ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ଟଣାଓଟରା: ଭଗତ ସିଂ,ସୁଖଦେବ, ରାଜଗୁରୁଙ୍କୁ ମିଳୁ ଭାରତ ରତ୍ନ; ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ମଧ୍ୟରେ ଟଣାଓଟରା ଜାରି ରହିଛି। ପୂର୍ବରୁ ଭାଜପା ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପତ୍ରରେ କୁହାଯାଇଥିଲା କି ଦଳ କ୍ଷମତାକୁ ଆସିଲେ ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଅପିଲ୍‌ କରିବ।…

ଖଟ୍ଟର ବିଧାୟକ ଦଳ ନେତା ନିର୍ବାଚିତ: ଦୀପାବଳିରେ ନେଇ ପାରନ୍ତି ଶପଥ

ଚଣ୍ଡିଗଡ଼,୨୬।୧୦: ହରିୟାଣାର ରାଜନୈତିକ ସ୍ଥିତି ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ଭାଜପା ନବନିର୍ବାଚିତ ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଶନିବାର ଚଣ୍ଡିଗଡ଼ରେ ଭାଜପା ନିବନିର୍ବାଚିତ ବିଧାୟକଙ୍କ ବୈଠକରେ ଏହା ସମ୍ପନ୍ନ ହୋଇଛି। ରାଜ୍ୟପାଳ ସତ୍ୟଦେବ…

ମାଡ଼ି ଆସୁଛି ବାତ୍ୟା ‘କୟାର’: କର୍ନାଟକରେ ପ୍ରବଳ ବର୍ଷା; ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୬।୧୦: ବାତ୍ୟା ‘କୟାର’ ମାଡ଼ି ଆସୁଛି। ପଶ୍ଚିମ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ପ୍ରଭାବରେ କର୍ନାଟକରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହିତ ମାଛଧରା ଡଙ୍ଗାଗୁଡ଼ିକୁ ସମୁଦ୍ରକୁ ନ ଯିବା ପାଇଁ…

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ ନିଖୋଜ ହୋଇଛନ୍ତି। ବନ୍ୟା ଯୋଗୁ ୨୨ ରାଜ୍ୟର ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ…

ହରିୟାଣାର ୯୩% ନବନିର୍ବାଚିତ ବିଧାୟକ କୋଟିପତି

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ହରିୟାଣାର ନବନିର୍ବାଚିତ ୯୦ ବିଧାୟକଙ୍କ ମଧ୍ୟରୁ ୮୪ ଜଣ କୋଟିପତି ଥିବା ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡିଛି। ଅର୍ଥାତ୍‌ ୯୩ ପ୍ରତିଶତ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ପୂର୍ବ ବିଧାନସଭାରେ ୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?