ଲଘୁଚାପ ଉଜାଡ଼ିଲା ଫସଲ: ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ; ୪ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ଦିଅ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ବ୍ୟାପକ ଫସଲହାନି ହୋଇଛି। ବିଲରେ ଆଣ୍ଠୁଏ ଲେଖାଏ ପାଣି ବୁଡ଼ିରହିଛି। ମୁଗ, ବିରି, ପନିପରିବା ଫସଲ ଉଜୁଡ଼ିଯାଇଛି। ଗତ ତିନିଦିନ ଧରି ଲଗାଣବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶନିବାର ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସମସ୍ତ ଜିଲାର ଜିଲାପାଳଙ୍କୁ ନଭେମ୍ବର ୪ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍‌)/ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ର ଗାଇଡ୍‌ଲାଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। ପ୍ରବଳ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ଗୃହ, ଫସଲହାନି (୩୩%ରୁ ଊର୍ଦ୍ଧ୍ୱ), ଜମିରେ ବାଲିଚର ଆଦିର ଆକଳନ କରିବାକୁ କୁହାଯାଇଛି। କ୍ଷୟକ୍ଷତି ଆକଳନ ଶେଷ ହେବା ମାତ୍ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଏସ୍‌ଡିଆର୍‌ଏଫ୍‌ରୁ ଘର ମରାମତି/ ନୂତନ ଗୃହ ନିର୍ମାଣ ଏବଂ ଜୀବନଜୀବିକାର ପୁନରୁଦ୍ଧାର ଲାଗି ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ। ରାଜ୍ୟ ସରକାର ଏହାକୁ ସ୍ଥାନୀୟ ଅଞ୍ଚଳ ବିପତ୍ତି ଭାବେ ଘୋଷଣା କରି ଏସ୍‌ଡିଆର୍‌ଏଫ୍‌ ପାଣ୍ଠିର ବାର୍ଷିକ ବ୍ୟୟ ବରାଦରୁ ୧୦ ପ୍ରତିଶତ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଲଘୁଚାପ ଯୋଗୁ ଯଦି କୌଣସି ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବ କିମ୍ବା ୨ ଦିନ ଧରି ପ୍ରବଳ ବର୍ଷା ଯୋଗୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନ ପରିବାରଙ୍କୁ ଲୁଗାପଟା, ବାସନକୁସନ ଦିଆଯିବ। ପ୍ରତ୍ୟେକ କ୍ଷତିଗ୍ରସ୍ତ ଗୃହର ଫଟୋ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ବର୍ଷା ଯୋଗୁ ଜୀବନହାନି ହୋଇଥିବା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତାରାଶି ପ୍ରଦାନ କରିବାକୁ କୁହାଯାଇଛି। ଯଦି କୌଣସି ଜିଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବ ଜିଲାପାଳମାନେ କ୍ଷତିଗ୍ରସ୍ତମାନଙ୍କୁ ଜିଲା ବିପର୍ଯ୍ୟୟ ପାଣ୍ଠିରୁ ତୁରନ୍ତ ସହାୟତା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ପ୍ରଦତ୍ତ ରାଶି ସମ୍ପୃକ୍ତ ଜିଲାକୁ ପ୍ରଦାନ କରାଯିବ। ଅନୁକମ୍ପାମୂଳକ ରାଶି କିମ୍ବା କ୍ଷତିପୂରଣ ଅର୍ଥ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ପ୍ରଦାନ କରିବାକୁ କୁହାଯାଇଛି। କ୍ଷତିପୂରଣ ରାଶି ଦେବା ବେଳେ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଏସ୍‌ଆର୍‌ସି ତାଙ୍କ ଚିଠିରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କେତେକ ସ୍ଥାନରେ ଜୀବନହାନି ଘଟଣା ନଜରକୁ ଆସିଛି। କ୍ଷୟକ୍ଷତି ଆକଳନ କରିବାକୁ ବିଭିନ୍ନ ବିଭାଗ ପର୍ଯ୍ୟାପ୍ତ ଟିମ୍‌ ଗଠନ କରିବା ଲାଗି କୁହାଯାଇଛି। ଫସଲହାନି ଆକଳନ କରିବା ପାଇଁ କୃଷି , ରାଜସ୍ବ ବିଭାଗ ଏବଂ ଉଦ୍ୟାନ କୃଷି କର୍ମଚାରୀଙ୍କୁ ନେଇ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠନ କରାଯାଇଥିବା ଟିମ୍‌ କ୍ଷୟକ୍ଷତି ଆକଳନ ଠିକ୍‌ ଅଛି କି ନାହିଁ ତାହା ନିଶ୍ଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri