ଇରାନ ଖସାଇଛି ୟୁକ୍ରେନ ବିମାନ
ନ୍ୟୁୟର୍କ,୧୧ା୧: ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଦାବି କରାଯାଉଛି। ଇରାନ ରାଜଧାନୀ ତେହେରାନସ୍ଥିତ ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୋଇଙ୍ଗ୍ ୭୩୭-୮୦୦ ବୁଧବାର…
‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ
ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍ ଆତଙ୍କବାଦୀଙ୍କ ସହ ଏମାନେ ଜେଇଏମ୍ ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ପାକ୍ସେନାର…
ମାର୍କେଟ ବିଲ୍ଡିଂରେ ଆତଙ୍କ: ଯାହାକୁ ଦେଖିଲେ ପିଟିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ
ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା। ପ୍ରାୟ ୭୦ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ପଶିଆସିଥିଲେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ ବିଲ୍ଡିଂକୁ। ଦେଖୁ ଦେଖୁ ଖେଳିଯାଇଥିଲା ଆତଙ୍କ। ଦୁର୍ବୃତ୍ତମାନେ କେଶରୀ ମଲ ସମ୍ମୁଖ…
ଓଡ଼ିଶା ହରାଇବ ୩୦ ହଜାର କୋଟି
ଭୁବନେଶ୍ୱର,୧୧ା୧(ବ୍ୟୁରୋ):ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ କମିବ। କମିଶନ ୨୦୧୧ ଜନସଂଖ୍ୟାକୁ ସଂଶୋଧିତ ମାନଦଣ୍ଡ ଭାବେ ଗ୍ରହଣ କରିଥିବାରୁ ରାଜ୍ୟ ପାଇଁ ବଡ ଆର୍ଥିକ କ୍ଷତି ହେବ। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଦାରିଦ୍ର୍ୟ ହ୍ରାସ ଯୋଗୁ ରାଜ୍ୟକୁ…
ସାଇରସ ମିସ୍ତ୍ରିଙ୍କୁ ଝଟକା;ଏନ୍ସିଏଲ୍ଏଟି ରାୟକୁ ସୁପ୍ରିମକୋର୍ଟଙ୍କ ରହିିତାଦେଶ
ନୂଆଦିଲ୍ଲୀ,୧୧-୧ : ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ନେଇ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଡିସେମ୍ବର ୧୮ରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଏଟି) ରାୟ ଦେଇଥିଲେ। ଏହି ରାୟକୁ ସୁପ୍ରିମକୋର୍ଟ ଶୁକ୍ରବାର…
ଟି୨୦ ସିରିଜ ଜିତିଲା ଭାରତ
ପୁଣେ,୧୦।୧(ପି.ଟି.)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ୨-୦ରେ ବିଜୟୀ ହୋଇଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଭାରତ ବୃହତ୍ ୭୮ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ସିରିଜ…
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ଯବାନ ଶହୀଦ
ପୁଞ୍ଚ,୧୦।୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ବହୁ ପରିମାଣରେ ଗୁଳିଗୋଳା ବର୍ଷଣ କରିଥିଲା। ପୁଞ୍ଚ ଜିଲାର ଗୁଲପୁର ସେକ୍ଟରରେ ହୋଇଥିବା ମୋର୍ଟାର ମାଡରେ ୨ଯବାନ ଶହୀଦ ହୋଇଥିବା ସୂଚନାମିଳିଛି। ଏମାନେ ସେନାରେ ପୋର୍ଟର ଭାବେ କାର୍ଯ୍ୟରତ ଥିଲେ। ଏଥିରେ…
ସାମ୍ନାକୁ ଆସିଲା ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍ ବିମାନର ଭିଡିଓ
କିଏଭ୍,୧୦।୧: ଇରାନର ରାଜଧାନୀ ତେହେରାନ ବିମାନ ବନ୍ଦର ନିକଟରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିପାରିବ ବୋଲି…
ପରଲୋକରେ ପାରଳା ମହାରାଜା
ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଆପୋଲୋ…
ଟ୍ରମ୍ପ୍ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ
ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ ବିତର୍କ ଜୋର ଧରିଛି। ଆମେରିକା ଯୁଦ୍ଧକ୍ଷମତା ଆଇନ ଅନୁଯାୟୀ ଯୁଦ୍ଧ ଘୋଷଣାକୁ କଂଗ୍ରେସ ବୈଧାନିକ…
ନିର୍ବାଚନ ବେଳେ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ପିଟିଶନ: କେନ୍ଦ୍ର, ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ନୂଆଦିଲ୍ଲୀ,୧୦ା୧(ପି.ଟି.): ନିର୍ବାଚନ ବେଳେ ପ୍ଲାଷ୍ଟିକ୍ ବ୍ୟାନର, ହୋର୍ଡିଂ ଇତ୍ୟାଦିର ବ୍ୟବହାରକୁ ବିରୋଧ କରି ଦାଏର ଏକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ୍ ଏଲ୍. ନାଗେଶ୍ୱର ରାଓ ଏବଂ…
ପୃଥିବୀ ଆଉ ସହ୍ୟ କରି ପାରିବନି ଯୁଦ୍ଧ; ଆମେରିକା-ଇରାନ ଶାନ୍ତି ଜାରି ରଖନ୍ତୁ: ଜାତିସଂଘ
ଓ୍ବାଶିଂଟନ,୯।୧: ଆମେରିକା ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଜାତିସଂଘ ପକ୍ଷରୁ ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦୁଇଦେଶ ଶାନ୍ତି ଜାରି ରଖନ୍ତୁ…

