ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ…
ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ, ଆହତଙ୍କୁ ମିଳିବ ସହାୟତା
କଟକ ଅଫିସ,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ଇଷ୍ଟକୋଷ୍ଟ ରେଲଓ୍ବେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର ସୂଚନା ଦେଇଛନ୍ତି। ତେବେ କୁହୁଡ଼ି ପାଇଁ…
ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ଏହି କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ଜଣାପଡିଛି।…
ଟାଙ୍ଗୀ ଶାଳଗାଁ ନିକଟରେ ରେଳ ଦୁର୍ଘଟଣା
କଟକ ଅଫିସ୍,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ସହିତ ମାଲଗାଡି ଧକ୍କା ହୋଇଛି। ଗୁରୁବାର ସକାଳ ୭ଟାରେ କଟକର ଟାଙ୍ଗୀ ଶାଳଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ୍ସପ୍ରେସ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ…
୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !
ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ ପାରେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କୁହାଯାଇଛି ଯେ, ଏତେ ଶୀଘ୍ର ଫାଶୀ ଦେବା…
ଭାରତର ହଳଦୀ ଦ୍ୱାରା କ୍ୟାନ୍ସର ଚିକିତ୍ସା ଜ୍ଞାନକୌଶଳକୁ ମିଳିଲା ଆମେରିକା ପାଟେଣ୍ଟ୍
ଥିରୁଭାନନ୍ତପୁରମ୍,୧୫।୧: କ୍ୟାନ୍ସର ନାଁ ଶୁଣିଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି। ତେବେ ମଧ୍ୟ ଘରୋଇ ଜ୍ଞାନକୌଶଳ ତଥା ଦେଶୀ ଚିକିତ୍ସା ଦ୍ୱାରା ମଧ୍ୟ କ୍ୟାନ୍ସର ସେଲ୍କୁ ନଷ୍ଟ କରାଯାଇପାରୁଛି।…
ଭାରତ ଆସି ପାରନ୍ତି ଇମ୍ରାନ୍: ନିମନ୍ତ୍ରଣ ଦେବେ ମୋଦି ସରକାର !
ନୂଆଦିଲ୍ଲୀ,୧୫।୧: ଚଳିତ ବର୍ଷ ଶେଷରେ ଭାରତରେ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍ସ୍ତାନ,ରୁଷିଆ, ତାଜକ୍ସ୍ତାନ ଏବଂ ଉଜ୍ବେକିସ୍ତାନ ଆଦି ୮ଟି ରାଷ୍ଟ୍ର ଏହାର ସଦସ୍ୟ ରହିଛନ୍ତି। ପାକିସ୍ତାନ ଏହାର…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଷଡ଼ଯନ୍ତ୍ର ହୋଇଛି ବିଫଳ: ସେନାଧ୍ୟକ୍ଷ
ନୂଆଦିଲ୍ଲୀ,୧୫।୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପକ୍ଷରୁ ହୋଇଥିବା ଷଡ଼ଯନ୍ତ୍ର ବିଫଳ ହୋଇଛି। ୭୨ତମ ସେନା ଦିବସ ପାଳନ ଅବସରରେ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଏହା କହିଛନ୍ତି। ଭାରତୀୟ ସେନା…
ୟୁକ୍ରେନ୍ ଯାତ୍ରୀବାହୀ ବିମାନରେ ମାଡ଼ ହୋଇଥିଲା ୨ଟି ଇରାନୀ କ୍ଷେପଣାସ୍ତ୍ର
ଓ୍ବାଶିଂଟନ,୧୫।୧: ଇରାନ ପକ୍ଷରୁ ଇରାକ୍ରେ ଥିବା ଆମେରିକା ଏୟାର ବେସ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ସମୟରେ ଭୁଲ୍ ବଶତଃ ତେହେରାନ୍ରୁ ୟୁକ୍ରେନ୍ ଯାତ୍ରା କରୁଥିବା ଯାତ୍ରୀବାହୀ ବିମାନ ଉପରେ ଇରାନୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଫଳରେ ବିମାନରେ ଥିବା…
ଫାଶୀ ପୂର୍ବରୁ ଜେଲ୍ରେ ରୋଜଗାର: ଅକ୍ଷୟ କରିଛନ୍ତି ଅଧିକ; ମୁକେଶ କରି ନାହାଁନ୍ତି କିଛି କାମ
ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୋଷୀଙ୍କୁ ଜେଲ୍ ନମ୍ବର ୩ରେ ଫାଶୀ ଦିଆଯିବ। ଜେଲ୍ରେ ଥିବା ସମୟରେ ଅକ୍ଷୟ ଠାକୁର,…
ଜନ୍ମଦିନରେ ଭାଜପାକୁ ଟାର୍ଗେଟ୍ କଲେ ମାୟାବତୀ: ମୋଦିଙ୍କ ଶାସନରେ ଅର୍ଥ ବ୍ୟବସ୍ଥା ଶଯ୍ୟାଶାୟୀ, ଗରିବ କିଂକର୍ତ୍ତବ୍ୟମୂଢ଼
ଲକ୍ଷ୍ନୌ, ୧୫।୧: ବିଏସ୍ପି ମୁଖ୍ୟ ମାୟାବତୀ ବୁଧବାର ନିଜର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିବସକୁ ଜନସାଧାରଣଙ୍କ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମାୟାବତୀ ଭାଜପା ସହିତ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଦେଶର ସ୍ଥିତି କଂଗ୍ରେସ…
ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ
ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ ୮ରେ ଏଠାରେ ଭୋଟଗ୍ରହଣ କରାଯିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ତ୍ରିମୁଖୀ…

