ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଖୋଲି କହିବେ ‘ମନ୍ କି ବାତ୍’
ନୂଆଦିଲ୍ଲୀ,୨୩।୧: ଚଳିତ ଜାନୁୟାରୀ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ନିଜର ମନର କଥା ଖୋଲି କହିବେ। ଏହି ଦିନ ସାଧାରଣତନ୍ତ୍ର ଦିବସ ପଡୁଥିବାରୁ…
ଚଳିତ ଆର୍ଥିକ ବର୍ଷରେ ୬୨ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି: ଇପିଏଫ୍ଓ
ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୨ ଲକ୍ଷ ୩୮ ହଜାରଙ୍କୁ ନୂତନ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ଏହା ୬୧ ଲକ୍ଷ ୧୨ ହଜାର ଥିଲା ବୋଲି କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ…
୭୦ ବର୍ଷରେ ହୋଇ ନ ଥିବା କାମ ୮ ମାସରେ କରିଛନ୍ତି ମୋଦି: ନଡ୍ଡା
ଆଗ୍ରା, ୨୩।୧: ଦେଶରେ ଗତ ୭୦ ବର୍ଷ ମଧ୍ୟରେ ହୋଇପାରି ନ ଥିବା କାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୮ ମାସରେ କରି ଦେଖାଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବା ପରେ କେ.ପି.ନଡ୍ଡା ଆଗ୍ରାଠାରେ ନାଗରିକତ୍ୱ ସଂଶୋଧନ…
ଡେଥ୍ ଓ୍ବାରେଣ୍ଟ୍ ଜାରି କରିଥିବା ବିଚାରପତିଙ୍କ ବଦଳି
ନୂଆଦିଲ୍ଲୀ,୨୩।୧: ନିର୍ଭୟା ମାମଲାରେ ଦୋଷୀଙ୍କ ଲାଗି ଡେଥ୍ ଓ୍ବାରେଣ୍ଟ୍ ଜାରି କରିଥିବା ବିଚାରପତିଙ୍କ ବଦଳି କରାଯାଇଛି। ବିଚାରପତି ସତୀଶ ଆରୋରା ଏଣିପି ପାଟିଆଳା ହାଉସ୍ କୋର୍ଟ ପରିବର୍ତ୍ତେ ସୁପ୍ରିମ୍କୋର୍ଟରେ ଦାୟିତ୍ୱ ସମ୍ଭାଭାଳିବେ। ଗୋଟିଏ ମାସରେ ସେ ନିର୍ଭୟା ଦୋଷୀଙ୍କୁ ୨ ଥର…
କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି
ନୂଆଦିଲ୍ଲୀ,୨୩।୧: ଦେଶରେ ବେକାରଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଛି। ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୬ ଲକ୍ଷ ୮୫ ହଜାର ଚାକିରି ଖାଲି ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ…
କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍ ହେବ ରିଂ ରୋଡ୍, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍ସିବି ନବନିର୍ମାଣ କାର୍ଯ୍ୟ
କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ ଚତୁଃପାର୍ଶ୍ୱ ରିଂ ରୋଡ୍ ୬ ଲେନ୍ ହେବ। କଟକ ଏସ୍ସିବି ମେଡିକାଲ ବିଶ୍ୱସ୍ତରୀୟ ହେବ।…
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୬୪୪ ସନ୍ତ୍ରାସବାଦୀ
ଗୁଆହାଟୀ,୨୩।୧: ଆସାମର ପ୍ରତିଷ୍ଠିତ ୮ସଙ୍ଗଠନର ୬୪୪ ସନ୍ତ୍ରାସବାଦୀ ୧୭୭ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି ଏହା ରାଜ୍ୟ ପାଇଁ ଓ ପୋଲିସ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ। ପୋଲିସର…
କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ସ୍ଥାନ ନାହିଁ
ନୂଆଦିଲ୍ଲୀ,୨୩ା୧(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ଦିଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତାବ ଦେଇଥିବାବେଳେ ନୂଆଦିଲ୍ଲୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। କଶ୍ମୀର ଭାରତ ଓ ପାକିସ୍ତାନ…
ସାମ୍ବିଧାନିକ ପୀଠରେ ହେବ ସିଏଏ ଶୁଣାଣି
ନୂଆଦିଲ୍ଲୀ,୨୩ା୧(ପି.ଟି.): କେନ୍ଦ୍ର ସରକାରଙ୍କ ଯୁକ୍ତି ନ ଶୁଣି ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ୧୪୩ ପିଟିଶନ ଦାଏର ହୋଇଥିବାବେଳେ ଏହା ଉପରେ…
ଗଗନୟାନ ମିଶନ: ବ୍ୟୋମମିତ୍ରା ମାନବ ରୋବୋର ଭିଡ଼ିଓ ଜାରି କଲା ଇସ୍ରୋ
ବେଙ୍ଗାଲୁରୁ,୨୨।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ପୂର୍ବରୁ ମାନବ ରୋବୋ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି। ବୁଧବାର ବ୍ୟୋମମିତ୍ରାର ଫଟୋ…
ଚନ୍ଦ୍ରୟାନ-୩ ପାଇଁ ଆରମ୍ଭ ହେଲାଣି କାମ: କେ. ଶିବନ
ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ ବୁଧବାର ସୂଚନା ଦେଇଛନ୍ତି। ଚନ୍ଦ୍ରୟାନ-୩ ଲାଣ୍ଡର ଏବଂ କ୍ରାଫ୍ଟ ନିର୍ମାଣ ଲାଗି ୨୫୦ କୋଟି…
ଝାରପଡ଼ା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ଏସ୍ସିବି ସ୍ଥାନାନ୍ତର
ଭୁବନେଶ୍ୱର/କଟକରୋଡ,୨୨।୧(ବ୍ୟୁରୋ/ ଡି.ଏନ୍.ଏ.): ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ। ସେ ଶୌଚାଳୟରେ ଇନଭର୍ଟର ତାର ବେକରେ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର…

