Home Middle

ଏପ୍ରିଲ ୫ ରାତି ୯ଟାରେ ୯ ମିିନିଟ୍‌ ପାଇଁ ଘରର ଲାଇଟ୍‌ ବନ୍ଦ କରିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩ା୪ : କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ପୂର୍ବାହ୍ନ ୯ଟାରେ କରୋନା ସହ ଲଢୁଥିବା ଦେଶର ଲୋକଙ୍କୁ ଏକ ଭିଡିଓ ବାର୍ତ୍ତା…

୫ମ ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨।୪(ବ୍ୟୁରୋ): ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଚିକିତ୍ସା ଏବଂ ଯାତାୟତ ବିବରଣୀ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଗୁରୁବାର ପ୍ରକାଶ କରିଛି। ପ୍ରଦୀପ୍ତ କେବେ କେଉଁ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ, କେତେ ଦିନତଳେ ପରୀକ୍ଷା କରିଥିଲେ ତାହାର ବିବରଣୀ ପ୍ରଦାନ…

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି, ନିଷିଦ୍ଧାଞ୍ଚଳ ହେଲା ସୂର୍ଯ୍ୟନଗର

ଭୁବନେଶ୍ୱର, ୨ା୪(ବ୍ୟୁରୋ): ଭୁବନେଶ୍ୱରରୁ ବୁଧବାର ଚିହ୍ନଟ ହୋଇଥିବା ଓଡ଼ିଶାର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସେ ହେଲେ ପ୍ରଦୀପ୍ତ ଦଳବେହେରା। ୟୁନିଟ୍‌-୭ ଅନ୍ତର୍ଗତ ଓ୍ବାର୍ଡ ନଂ. ୪୬ସ୍ଥିତ ସୂର୍ଯ୍ୟନଗରର ପ୍ଲଟ୍‌ ନଂ.୩୭ରେ ରୁହନ୍ତି।…

କରୋନା UPDATE: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ହଜାର ୯୭୬, ଭାରତରେ ୧୯୬୫, ଓଡ଼ିଶାରେ ୫ ପଜିଟିଭ

ଭୁବନେଶ୍ୱର,୨।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ବୁଧବାର ୨୦୩ ଦେଶ ଏବଂ ଦୁଇଟି ଜାହାଜରେରେ କରୋନା ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା ସମାନ ରହିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୨ହଜାର ୪୯୫ଜଣ ଥିବା ବେଳେ ୯ଲକ୍ଷ…

କରୋନା ପାଇବ ପାନେ: ଅଷ୍ଟ୍ରେଲିଆରେ ପ୍ରତିଷେଧକ ଟୀକା ପରୀକ୍ଷଣ ଆରମ୍ଭ !

ନୂଆଦିଲ୍ଲୀ/ମେଲବୋର୍ନ,୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ କରୋନାର ମୁକାବିଲା ପାଇଁ ପୃଥିବୀର…

ହଟ୍‌ସ୍ପଟ୍‌ ଅଞ୍ଚଳରେ ହେବ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌: ୩୦ ମିନିଟ୍‌ରେ ଚିହ୍ନଟ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ଅଞ୍ଚଳରେ କମ୍‌ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଏହି ପ୍ରଣାଳୀ…

କରୋନାକୁ ହରାଇବାକୁ ପଡିବ: ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କରୋନା ସହ ଲଢିବାକୁ ମୋଦି ନୂଆ ରଣନୀତି ବିଷୟରେ ଆଲୋଚନା…

କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ…

ଭାରତରୁ କରୋନାକୁ ମୂଳପୋଛ କରିବା ଲାଗି ସେନା ଭିଡ଼ିଲା ଅଣ୍ଟା: ୧୩୩ ହସ୍ପିଟାଲରେ ୮ ହଜାର ଡାକ୍ତର ପ୍ରସ୍ତୁତ

ନୂଆଦିଲ୍ଲୀ,୨।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ସେନା ଅଣ୍ଟା ଭିଡ଼ିଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଏଥିରେ ଯୋଗଦେଇଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତ ସେନା ପକ୍ଷରୁ କରୋନା ବିରୋଧରେ…

ସ୍ଥିତି ଅଣାୟତ୍ତ

ନ୍ୟୁୟର୍କ/ଲଣ୍ଡନ,୨ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୪୪, ୨୨୭ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଏହା ୮୮୬, ୧୦୮କୁ ବୃଦ୍ଧି ପାଇଛି। ଏହି ଭୂତାଣୁ ଗୋଟିକ…

କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ସବୁକିଛି ଠପ୍‌ ହୋଇପଡ଼ିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ…

ବ୍ୟାପିଗଲା ମୃତ୍ୟୁର ଭୂତାଣୁ

ନୂଆଦିଲ୍ଲୀ,୨ା୪(ପି.ଟି.): ମହାମାରୀ କରୋନା ଭୂତାଣୁ ଭାରତ ସମେତ ସାରା ବିଶ୍ୱରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସବୁ ରାଷ୍ଟ୍ର ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି। ଏଭଳି ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ (ସେଣ୍ଟର)ରେ ଆୟୋଜିତ ତବ୍‌ଲିଘି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?