Home Middle

ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିଲେ ସର୍ଦ୍ଦାର ପଟେଲ: ମୋଦି

କେବଡିଆ,୩୧।୧୦: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ ତମ ଜନ୍ମଦିବସ। ଏହି ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ବା ‘ରନ୍‌ ଫର୍‌ ୟୁନିଟି’ ଭାବେ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଲଦାଖ ହେଲା କେନ୍ଦ୍ରଶାସିତ ଅଞ୍ଚଳ: ରାଧାକୃଷ୍ଣ ମାଥୁର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର,୩୧।୧୦: ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ରାଧାକୃଷ୍ଣ ମାଥୁର ଶପଥ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଇଏଏସ୍‌ ଅଫିସର ଉମଙ୍ଗ ନରୁଲାଙ୍କୁ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ…

ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ଶାହ-ସୋନିଆ-ମନମୋହନ

ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୫ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍‌ କରି ଇନ୍ଦିରାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମେଜର ଧାନଚାନ୍ଦ ଷ୍ଟାଡିୟମ୍‌ରେ…

‘ଅଯୋଧ୍ୟା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା’

ନୂଆଦିଲ୍ଲୀ,୩୧ା୧୦: ଅଯୋଧ୍ୟା ଜମି ବିବାଦ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ କହିଛନ୍ତି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାମଲାର…

ଗସ୍ତକୁ ନେଇ ଝଡ଼ : ସିରିଆ କି ଆଫଗାନିସ୍ତାନ ନ ହେଉ କଶ୍ମୀର

ଶ୍ରୀନଗର,୩୧ା୧୦(ପି.ଟି./ଆଇଏଏନ୍‌ଏସ୍‌): ଯୁଦ୍ଧ ପ୍ରଭାବିତ ସିରିଆ କିମ୍ବା ଆଫଗାନିସ୍ତାନ ଭଳି ସ୍ଥିତି ଜମ୍ମୁ-କଶ୍ମୀରରେ ସୃଷ୍ଟି ନ ହେଉ। କଶ୍ମୀର ଆଉ ଏକ ସିରିଆ କି ଆଫଗାନିସ୍ତାନ ନ ପାଲଟୁ। ଉପତ୍ୟକାରେ ଅରାଜକତା ଓ ହିଂସା ଲାଗି ନ ରହୁ। ଦୁଇଦିନିଆ କଶ୍ମୀର ଗସ୍ତରେ…

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ବୁଧବାର ମହାରାଷ୍ଟ୍ର ବିଧାନ ଭବନରେ ଭାଜପାର…

ଜୋର ଧରିଲା ପିସିସି ସଭାପତି ହଟାଅ ରାଜନୀତି: ପାନ୍ଥନିବାସରେ କଂଗ୍ରେସ ନେତାଙ୍କ ମେଳି, ମୋକିମ୍‌ଙ୍କୁ ଦାୟିତ୍ୱ ଦେବା ନେଇ ଯୋଜନା

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ମହମ୍ମଦ ମୋକିମ୍‌ଙ୍କୁ ଦାୟିତ୍ୱ ଦିଆଯିବା ନେଇ ଆରମ୍ଭ ହୋଇଛି ରଣନୀତି। କଂଗ୍ରେସ ନେତା ବାପି ସର୍କେଲଙ୍କ ନେତୃତ୍ୱରେ ସ୍ଥାନୀୟ ପାନ୍ଥନିବାସ ପରିସରରେ ବୁଧବାର ବସିଥିବା ବୈଠକରେ ସଭାପତି ହଟାଅ ଅଭିଯାନ…

ମୁମ୍ବାଇ ଭଳି ବହୁ ସହର ସମୁଦ୍ର ଆଁରେ: ୨୦୫୦ ସୁଦ୍ଧା ପ୍ରଭାବିତ ହେବେ ୩ ଶହ ନିୟୁତ !

ନ୍ୟୁୟର୍କ,୩୦।୧୦: ଆସନ୍ତା ୩୦ ବର୍ଷ ମଧ୍ୟରେ ମୁମ୍ବାଇ ଭଳି ପୃଥିବୀର ବହୁ ସହର ସମୁଦ୍ର ଆଁରେ ଲୀନ ହେବ। ଏନେଇ ନ୍ୟୁଜର୍ସି ସ୍ଥିତ ସଂସ୍ଥା କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ପକ୍ଷରୁ ପ୍ରକାଶିତ ନେଚର କମ୍ୟୁନିକେଶନ୍‌ରେ ପତ୍ରିକାରେ ପ୍ରକାଶ ପାଇଛି। ବହୁ ପରିବେଶ ବିଜ୍ଞାନୀ…

ଖଲିସ୍ତାନୀଙ୍କୁ ସକ୍ରିୟ କରୁଛି ଆଇଏସ୍‌ଆଇ: ଭାରତୀୟ ଗୋଇନ୍ଦା ବିଭାଗର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ରଚିଛି। ଏହା ଅନ୍ତର୍ଗତ ଆଇଏସ୍‌ଆଇ ସ୍ଥାନୀୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛି। ଖଲିସ୍ତାନୀଙ୍କୁ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରହିବା ସହିତ ସଂଗଠନକୁ ମଜବୁତ…

ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀରରେ ଆଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ବୁଧବାର ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରା ଜିଲାର କେତେକ ଅଞ୍ଚଳ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ସ୍ଥାନୀୟ ମାଛିଲ ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି…

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଭାରତ ଜାରି ରଖିଥିବା ଆତଙ୍କବାଦ ବିରୋଧୀ ଲଢ଼େଇକୁ ଇୟୁ ଦଳ ସମର୍ଥନ…

ଗୁରୁବାରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖ ହେବେ କେନ୍ଦ୍ରଶାସିତ ଅଞ୍ଚଳ: ଆଧାର ସହିତ ଲାଗୁ ହେବ ୧୦୬ ଆଇନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ। ଏଠାରେ ଆଧାର ସହିତ ୧୦୬ ନୂଆ ଆଇନ୍‌ ଲାଗୁ ହେବ। ସେହିପରି ୧୫୩ ସ୍ବତନ୍ତ୍ର ଆଇନ ଶେଷ ହୋଇଯିବ। ଏହାଦ୍ୱାରା ଭାରତର ରାଜ୍ୟ ସଂଖ୍ୟା କମି ୨୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri