Posted inଜାତୀୟ

ଗସ୍ତକୁ ନେଇ ଝଡ଼ : ସିରିଆ କି ଆଫଗାନିସ୍ତାନ ନ ହେଉ କଶ୍ମୀର

ଶ୍ରୀନଗର,୩୧ା୧୦(ପି.ଟି./ଆଇଏଏନ୍‌ଏସ୍‌): ଯୁଦ୍ଧ ପ୍ରଭାବିତ ସିରିଆ କିମ୍ବା ଆଫଗାନିସ୍ତାନ ଭଳି ସ୍ଥିତି ଜମ୍ମୁ-କଶ୍ମୀରରେ ସୃଷ୍ଟି ନ ହେଉ। କଶ୍ମୀର ଆଉ ଏକ ସିରିଆ କି ଆଫଗାନିସ୍ତାନ ନ ପାଲଟୁ। ଉପତ୍ୟକାରେ ଅରାଜକତା ଓ ହିଂସା ଲାଗି ନ ରହୁ। ଦୁଇଦିନିଆ କଶ୍ମୀର ଗସ୍ତରେ ଆସିଥିବା ୟୁରୋପୀୟ ପାର୍ଲାମେଣ୍ଟ ସଦସ୍ୟ(ଇଏମ୍‌ପି)ମାନେ ବୁଧବାର ଏଭଳି ଆଶା କରିଛନ୍ତି। ଏହାସହ କଶ୍ମୀର ସ୍ଥିତି ଖରାପ ହେବା ପାଇଁ ସେମାନେ ଆତଙ୍କବାଦକୁ ଦାୟୀ କରିବା ସହ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ୨୩ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ ଶେଷ କରିବା ପରେ ଶ୍ରୀନଗରସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରତିନିଧି ଦଳ ସଦସ୍ୟମାନେ କହିଛନ୍ତି, ଭାରତୀୟ ରାଜନୀତିରେ ହସ୍ତକ୍ଷେପ ପାଇଁ ନୁହେଁ, ବରଂ କଶ୍ମୀର ସମସ୍ୟାର ସମାଧାନ ପାଇଁ ସହଯୋଗର ଉପାୟ ବାହାର କରିବାକୁ ଏଠାକୁ ଆସିଛୁ। ଉତ୍ତେଜନା ହ୍ରାସ ଲାଗି ଭାରତ-ପାକିସ୍ତାନ ଲଢ଼େଇ ନ କରି ଆଲୋଚନା କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଫ୍ରାନ୍ସର ହେନରି ମାଲୁସେ କହିଛନ୍ତି, ପ୍ରତିନିଧି ଦଳକୁ ଇସ୍‌ଲାମୋଫୋବିକ୍‌ (ଇସ୍‌ଲାମ ପ୍ରତି ଭୟ ସୃଷ୍ଟିକାରୀ), ଫାସିବାଦୀ ଏବଂ ଜାତିବାଦୀ ଭାବେ ଅଭିହିତ କରାଯିବା ଅନୁଚିତ। କଶ୍ମୀରର ବାସ୍ତବ ସ୍ଥିତି ପରଖିବା ପାଇଁ ସୁଯୋଗ ଦେଇଥିବାରୁ ସେ ଏହି ଅବସରରେ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା କଶ୍ମୀର ସମ୍ପର୍କିତ ରିପୋର୍ଟକୁ ନେଇ ପୋଲାଣ୍ଡ୍‌ର ରିସ୍‌ଜାର୍ଡ କାର୍ନେସ୍କି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମେ ଏଠାରେ କ’ଣ ଦେଖିଲୁ ନିଜ ନିଜ ଦେଶକୁ ଫେରିଯିବା ପରେ ସେମାନଙ୍କୁ ଜଣାଇବୁ ବୋଲି ପ୍ରାଓ୍ବୋ ଆଇ ସ୍ପ୍ରାଓ୍ବିଡ୍‌ଲିଓ୍ବୋସ୍କ ପାର୍ଟି ନେତା ରିସ୍‌ଜାର୍ଡ କହିଛନ୍ତି। ଫ୍ରାନ୍ସର ରାସେମ୍ବଲମେଣ୍ଟ ନ୍ୟାଶନାଲ ପାର୍ଟି ନେତା ଥିଏରି ମାରିଆନି କହିଛନ୍ତି, ଫାସିବାଦୀ କହି ଆମର ଛବିକୁ ମଳିନ କରାଯାଇଛି। ଏପରି କରିବା ପୂର୍ବରୁ ଆମ ବିଷୟରେ ଭଲଭାବେ ଜାଣିବା ଦରକାର ଥିଲା।
ୟୁରୋପୀୟ ସଂଘର ସଦସ୍ୟମାନେ ଉପତ୍ୟକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସେନା, ପୋଲିସ, ପ୍ରଶାସନ, ନାଗରିକ ସମାଜ, ବ୍ୟବସାୟୀ, ଆଇନଜୀବୀ, କଳାକାର, ଟୁର୍‌ ଓ ଟ୍ରାଭେଲ ଅପରେଟର୍ସ ଏବଂ କେତେଜଣ ରାଜନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍‌ରେ ପ୍ରଥମେ ୨୭ ସଦସ୍ୟ ରହିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଶ୍ମୀର ଆସିବାକୁ ଅନୁମତି ଦିଆଯାଇନାହିଁ।

ଗସ୍ତକୁ ନେଇ ଝଡ଼

ଇୟୁ ପ୍ରତିନିଧି ଦଳର କଶ୍ମୀର ଗସ୍ତକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ‘କୂଟନୈତିକ ବିଫଳତା’ ଭାବେ ଅଭିହିତ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି ଏହି ବିଦେଶୀ ପ୍ରତିନିଧି ଦଳକୁ ସରକାର କଶ୍ମୀର ଆସିବା ପାଇଁ କିପରି ଅନୁମତି ଦେଲେ ବୋଲି ଏନ୍‌ଡିଏର ଦୁଇ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଶିବସେନା ମଧ୍ୟ ପ୍ରଶ୍ନ କରିଛନ୍ତି।
ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ବିଗତ ୩ ଦିନ ଧରି ଭାଜପା ସରକାରର ଅପରିପକ୍ୱ, ମନ୍ଦ ପରାମର୍ଶ ଓ ଭୁଲ୍‌ ପରିକଳ୍ପନାର ପିଆର୍‌ କସରତର ଶିକାର ହୋଇଛି ଭାରତ। ଏହି ଗସ୍ତକୁ ଜଣେ ‘ଅନ୍ତର୍ଜାତୀୟ ବ୍ୟବସାୟ ବ୍ରୋକର’ ଆୟୋଜନ କରିଛନ୍ତି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ କେନ୍ଦ୍ର ସରକାର ଏହାର ଆନ୍ତର୍ଜାତିକୀକରଣ କାହିଁକି କରୁଛନ୍ତି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ଇୟୁ ପ୍ରତିନିଧି ଦଳର କଶ୍ମୀର ଗସ୍ତ ଆୟୋଜନ କରିଥିବା ମାଦି ଶର୍ମା କିଏ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। କଶ୍ମୀରକୁ ଭାରତୀୟ ଏମ୍‌ପିମାନଙ୍କୁ ଯିବାକୁ ଅନୁମତି ମିଳୁ ନ ଥିବାବେଳେ ଇୟୁ ପ୍ରତିନିଧି ଦଳକୁ କାହିଁକି ଗସ୍ତ କରିବାକୁ ଦିଆଗଲା ବୋଲି ଜେଡିୟୁ ମୁଖପାତ୍ର ପବନ ବର୍ମା ପ୍ରଶ୍ନ କରିଛନ୍ତି। ଶିବସେନା ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ ମଧ୍ୟ ଏହାକୁ ନିନ୍ଦା କରାଯାଇଛି। ଏହି ଗସ୍ତ ଭାରତର ସ୍ବାଧୀନତା ଓ ସାର୍ବଭୌମତ୍ୱ ଉପରେ ବାହ୍ୟ ଆକ୍ରମଣ ନୁହେଁ କି ବୋଲି ଏଥିରେ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri