ଲକ୍ଡାଉନ ୩.୦: ଚାଲିବନି ଟ୍ରେନ୍-ବିମାନ, ଖୋଲିବନି ମଲ୍-ସିନେମା ହଲ୍
ନୂଆଦିଲ୍ଲୀ,୧।୫: ଲକ୍ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ପୁଣିଥରେ ଲକ୍ଡାଉନ ୩.୦ ଜାରି କରିଛନ୍ତି। ପୁଣି ୨ ସପ୍ତାହ ପାଇଁ ବଢିଛି ଏହି ଲକ୍ଡାଉନ ଅବଧି। ଏହି ସମୟ ମଧ୍ୟରେ…
ଦୁଇ ସପ୍ତାହ ବଢିଲା ଲକ୍ଡାଉନ ଅବଧି
ନୂଆଦିଲ୍ଲୀ,୧।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଶୁକ୍ରବାର କେନ୍ଦ୍ର ସରକାର ଲକ୍ଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍ଡାଉନ ବଳବତ୍ତର ରହିବ…
ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪୯
ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ପୂର୍ବାହ୍ନରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅପରାହ୍ନରେ ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ରାଜ୍ୟର ୧୪ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୫୫କୁ ବୃଦ୍ଧି
ଭୁବନେଶ୍ୱର,୧ା୫(ବ୍ୟୁରୋ): ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ୱରରୁ ୩ଜଣ, ବାଲେଶ୍ୱରରୁ ୩ଜଣ ଏବଂ ଭଦ୍ରକରୁ ୭ଜଣ…
ଚିନ୍ତା ବଢ଼ାଇଲେଣି ପଶ୍ଚିମବଙ୍ଗ ଫେରନ୍ତା: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି
ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ପଜିଟିଭ୍ଙ୍କ ସଂଖ୍ୟା ୧୪୮କୁୁ ବୃଦ୍ଧି ପାଇଛି। ଆକ୍ରାନ୍ତଜଣଙ୍କ ୩୦ ବର୍ଷର ଯୁବକ। ସେ ବେହରାପାଟଣା ଅଞ୍ଚଳର…
ରେଡ୍ ଜୋନରେ ସାମିଲ ଦେଶର ୧୩୦ ଜିଲା: ତାଲିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍ଡାଉନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟର ଲକ୍ଡାଉନ ଅବଧି ମେ’ ୩କୁ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଜୋନର ତାଲିକା ପ୍ରକାଶ କରିଛି। ସମ୍ପୃକ୍ତ ଅଞ୍ଚଳର…
CORONAVIRUS UPDATE: ଯାଜପୁରରେ ପୁଣି ୨ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭
ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ପୂର୍ବରୁ ରାଜ୍ୟର ୩ ନୂଆ ପଜିଟିଭ୍ ବିଷୟରେ ସୂଚନା ଦିଆଯାଇଥିଲା। ସେମାନଙ୍କ…
CORONAVIRUS UPDATE: ଆଉ ଦୁଇ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୪୫
ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ବାଲେଶ୍ୱରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନରେ ଆଉ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବଲାଙ୍ଗୀର ଜିଲା ଲେଖାରିଆ ଗ୍ରାମର ବୋଲି ରାଜ୍ୟ ସୂଚନା ଓ…
CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ ଛୁଇଁଲା
ଭୁବନେଶ୍ୱର,୧।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ଵର ଜିଲାର ଏବଂ ସେ କଲିକତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ…
୧୪ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୬ ପୁରୁଷ, ୫ ମହିଳା, ଜଣେ ନାବାଳକ, ୨ ଶିଶୁ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲା କଟିକଟା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ ନୂଆ ଅକ୍ରାନ୍ତଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ ପୁରୁଷ, ୫ ମହିଳା, ଜଣେ…
ଯାଜପୁରରୁ ଚିହ୍ନଟ ନୂଆ ୧୪ ଆକ୍ରାନ୍ତ କଟିକଟା ଅଞ୍ଚଳର: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬କୁ ବୃଦ୍ଧି
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୪ ନୂଆ ଆକ୍ରାନ୍ତ କଟିକଟା ଅଞ୍ଚଳର। ପୂର୍ବରୁ ଏଠାରେ ୬ଟି କେସ୍ ବାହାରିଥିଲା। ସେମାନେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ। ପରେ ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଅଞ୍ଚଳରେ ମୋଟ ୨୬୯…
CORONAVIRUS UPDATE: ଯାଜପୁରରେ ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୨
ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ତେବେ…

