ଲକ୍‌ଡାଉନ ୩.୦: ଚାଲିବନି ଟ୍ରେନ୍‌-ବିମାନ, ଖୋଲିବନି ମଲ୍‌-ସିନେମା ହଲ୍‌

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ପୁଣିଥରେ ଲକ୍‌ଡାଉନ ୩.୦ ଜାରି କରିଛନ୍ତି। ପୁଣି ୨ ସପ୍ତାହ ପାଇଁ ବଢିଛି ଏହି ଲକ୍‌ଡାଉନ ଅବଧି। ଏହି ସମୟ ମଧ୍ୟରେ ପୂର୍ବପରି ବସ୍‌, ଟ୍ରେନ୍‌, ମେଟ୍ରୋ ଓ ବିମାନ ସେବା ବନ୍ଦ ରହିବ। ଏହାସହ ଶପିଂ ମଲ, ସିନେମା ହଲ୍‌, ସେଲୁନ, ସ୍ପା ମଧ୍ୟ ଖୋଲାଯାଇ ପାରିବ ନାହିଁ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ଓ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏବେ ଲକ୍‌ଡାଉନ ୩.୦ ରେ ଗ୍ରୀନ ଜୋନ, ଅରେଞ୍ଜ ଜୋନ, ରେଡ ଜୋନ ଅନୁଯାୟୀ ଗାଇଡ ଲାଇନ ଜାରି କରାଯାଇଛି। ଗ୍ରୀନ ଜୋନରେ ବସ ଚାଲିବାକୁ ଅନୁମତି ମିଳିଛି ଗୋଟିଏ ବସରେ ୫୦ ପ୍ରତିଶତ ଯାତ୍ରୀ ଯାଇ ପାରୁଥିବେ। ଏଠାରେ ମଦ ଦୋକାନ, ପାନ ଦୋକାନ ଖୋଲି ପାରିବ। ଅରେଞ୍ଜ ଜୋନରେ କିଛି ମାତ୍ରାରେ ନିୟମ କୋହଳ କରାଯିବ। ଏହି ଜୋନରେ ଟ୍ୟାକ୍ସି ଓ କ୍ୟାବରେ ଡ୍ରାଇଭର ସହ ଜଣେ ଯାତ୍ରୀ ଯାଇପାରିବେ। ଚାରି ଚକିଆ ଯାନରେ ଡ୍ରାଇଭରକୁ ମିଶାଇ ୩ ଜଣ ଓ ଦୁଇ ଚକିଆରେ ୨ ଜଣ ଯାତ୍ରା କରିପାରିବେ। କିନ୍ତୁ ରେଡ ଜୋନରେ ଆଗଭଳି କଟକଣା ଲାଗୁ କରାଯିବ। ରେଡ୍‌ ଜୋନରେ ସମସ୍ତ ପ୍ରକାର କୃଷି ଭିତ୍ତିକ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି। ଏହାସହ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଏହି ଜୋନରେ ଥିବା ପ୍ରିଣ୍ଟ ମିଡିଆ, ବୈଦ୍ୟୁତିକ ଗଣମାଧ୍ୟମ, ଆଇଟି, କଲ ସେଣ୍ଟର ଆଦି ଚାଲିପାରିବ। ଏଠାରେ ଘରୋଇ ସଂସ୍ଥାରେ ମାତ୍ର ୩୩ ପ୍ରତିଶତ କର୍ମଚାରୀ କାମ କରିପାରିବେ। ଏଠାରେ ବାଇକ୍‌ରେ କେବଳ ଜଣେ ଯାତ୍ରା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri