ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଯବାନ
ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ାର ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଉପରେ ଥିବା ଢାମୁଣିପଙ୍ଗା ଗ୍ରାମ ନିକଟରେ ରବିବାର ରାତିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଏଥିରୁ ଅଳ୍ପକେ ସମସ୍ତ ଯବାନ ବର୍ତ୍ତି ଯାଇଛନ୍ତି। ମାଓବାଦୀଙ୍କ ଗତିବିଧିର ଖବର ପାଇ ରବିବାର…
୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା
ନୂଆଦିଲ୍ଲୀ,୨୭।୧: ପ୍ରାୟ ୧୩ଲକ୍ଷ ଯବାନଙ୍କୁ ନେଇ ଭାରତୀୟ ସେନା ଧୀରେ ଧୀରେ ତା’ର ଶକ୍ତି ବୃଦ୍ଧି କରୁଛି ବୋଲି ଜଣାପଡିଛି। ସେନା ରକେଟ ଓ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ହାଇ କ୍ୟାଲିବର ଟ୍ୟାଙ୍କ ଓ ଆର୍ଟିଲରି ସେଲସ୍ ମଧ୍ୟ ଗଚ୍ଛିତ କରୁଛି।…
ଡରାଉଛି କରୋନା ଭୂତାଣୁ: ଚାଇନାରେ ପରସ୍ପର ସହ ହାତ ମିଳାଇବା ମନା
ବେଜିଂ,୨୭।୧: ଚାଇନାରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ଭୂତାଣୁ ଏବେ ଭୟଙ୍କର ରୂପ ନେବାରେ ଲାଗିଛି। ଏବେସୁଦ୍ଧା ସେଠାରେ କରୋନା ଭୂତାଣୁ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାଶହ ହଜାର ହଜାର ଲୋକ ଏଥିରେ…
ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ
କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ(୪୧) ଓ ତାଙ୍କର ୧୩ ବର୍ଷୀୟ ଝିଅ ଅଛନ୍ତି। ସ୍ଥାନୀୟ ସମୟ ସକାଳ…
ବର୍ଷର ପ୍ରଥମ ’ମନ୍ କୀ ବାତ୍’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି
ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏଥର ମୋଦି ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ…
କରୋନା ଯୋଗୁ ପୃଥିବୀ ଅର୍ଥନୀତି ଦୋହଲିଯିବା ଆଶଙ୍କା !
ନୂଆଦିଲ୍ଲୀ, ୨୬।୧: ସମ୍ପ୍ରତି ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ୧୧ଟି ଅନ୍ୟ ଦେଶକୁ ବ୍ୟାପିଛି। ଇତିମଧ୍ୟରେ ଏହାଯୋଗୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ଦ୍ୱାରା ପୃଥିବୀର ଅର୍ଥନୀତି ଦୋହଲିଯିବାର ଆଶଙ୍କା ଦେଖାଦେଇଛି।…
ରାଜପଥରେ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ଦେଖିଲା ସାରା ପୃଥିବୀ
ନୂଆଦିଲ୍ଲୀ,୨୬।୧: ଦିଲ୍ଲୀର ରାଜପଥରେ ୭୧ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ରବିବାର ପାଳିତ ହୋଇଛି। ଏହି ଅବସରରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା ସାରା ପୃଥିବୀ ପ୍ରସାରିତ ହୋଇଛି। ବିଭିନ୍ନ ରାଜ୍ୟ ପକ୍ଷରୁ ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ରାଜପଥରେ…
ପୁଣିଥରେ ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ୨ଜି ମୋବାଇଲ ନେଟଓ୍ବର୍କ ସେବା
ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ରବିବାର ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠାରୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ଏହାକୁ ନେଇ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ବିଶେଷ କରି ରାଜଧାନୀ ଦିଲ୍ଲୀ ସମେତ ଜମ୍ମୁ-କଶ୍ମୀରରେ ସୁରକ୍ଷା…
ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ନ୍ୟାସନାଲ୍ ଓ୍ବାର ମେମୋରିଆଲରେ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ସୁରକ୍ଷାରେ କର୍ତ୍ତବ୍ୟ କରୁଥିବା ସମୟରେ ଶହୀଦ୍ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଛି। ସିଡିଏସ୍ଜେନେରାଲ ବିପିନ ରାଓ୍ବତ,…
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ଓ ପରେଡ୍ ରବିବାର ମହାତ୍ମାଗାନ୍ଧି ମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଉତ୍ସବରେ ସମ୍ମାନୀତ…
ସମ୍ବିଧାନ ଦେଇଛି ନ୍ୟାୟର ଗ୍ୟାରେଣ୍ଟି
ନୂଆଦିଲ୍ଲୀ,୨୬ା୧(ପି.ଟି.): ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଦେଶର ସମ୍ବିଧାନ ଏହାର ନାଗରିକମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ୱର ଗ୍ୟାରେଣ୍ଟି ପ୍ରଦାନ କରିଥିବା ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ…
୧୦ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମନୋଜ ଦାସଙ୍କୁ ପଦ୍ମଭୂଷଣ, ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ
ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତି୍ୟକ ମନୋଜ ଦାସ ଚଳିତବର୍ଷ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନଜନକ ପଦ୍ମଭୂଷଣ ପାଇବାକୁ ମନୋନୀତ…
Archives


