Home Middle

CORONAVIRUS UPDATE: ରାଜ୍ୟରେ ପୁଣି ୧୪୭୦ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଲା

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୪୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…

ନଭେମ୍ବର ୧୬ରୁ ସ୍କୁଲ ଯିବେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର, ୩୧।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦସ ବ୍ୟତୀତ ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ୩୦…

ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୩୧।୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୫ ତମ ଜନ୍ମ ବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଓ୍ବଡ଼ିଆଠାରେ…

‘ଫରାସୀଙ୍କୁ ହତ୍ୟା କରିପାରିବେ ମୁସଲମାନ’

କୁଆଲାଲମ୍ବୁର,୩୧ା୧୦: ନିସ୍‌ ଆକ୍ରମଣର କିଛି ସମୟ ପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଟୁଇଟର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ ଲକ୍ଷ ଫରାସୀଙ୍କୁ ହତ୍ୟା କରିବା ଅଧିକାର ମୁସଲମାନମାନଙ୍କର ରହିଛି। ଏହାକୁ ନେଇ ଫ୍ରାନ୍ସ ଓ…

ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ ସହ ମିଶି ଡବ୍ଲ୍ୟୁଏଚ୍‌ଓ ଏକ ପାଣ୍ଠି ଗଠନ କରିବ। ବୀମା ଯୋଜନାରେ ୯୨ ସ୍ବଳ୍ପ…

ନଭେମ୍ବରରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନଭେମ୍ବରରେ ସ୍କୁଲ ଖୋଲିବ। ଏନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ପରେ ସ୍କୁଲ ଖୋଲିବା ନେଇ…

ଭୁବନେଶ୍ୱରରୁ ଆଜି ୮୭ ପଜିଟିଭ୍‌ ଚିହ୍ନଟ : ଲୋକାଲ କେସ ୬୮

ଭୁବନେଶ୍ୱର,୩୦।୧୦(ଡି.ଏନ.ଏ.)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଆଜି ଆଉ ୧୧ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୩୦୦ ଟପିଲା

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ୩ ଆକ୍ରାନ୍ତଙ୍କ…

ରାଜ୍ୟରେ ଆଜି ୧୫୪୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୧୫୪୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୯୧ ଜଣ…

ଏବର୍ଷ ହେବନି ବାଲିଯାତ୍ରା

କଟକ ଅଫିସ,୩୦ା୧୦: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀ ସମୟରେ ଏଭଳି ଆୟୋଜନ ସମ୍ଭବ ନୁହେଁ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟନି। ଏଥିସହିତ କଟକର ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ବଡ଼ଓଷା ହେବନାହିଁ।…

ବିଦାହେବେ ଅପାରଗ କର୍ମଚାରୀ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ଅପାରଗ ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯେଉଁ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ସନ୍ତୋଷଜନକ ନୁହେଁ କିମ୍ବା ସେମାନଙ୍କ ନିକଟରେ ପ୍ରଶାସନିକ ଦକ୍ଷତାର ଅଭାବ ରହିଛି ସେଭଳି କର୍ମଚାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଶାସନିକ ଦକ୍ଷତାକୁ ବୃଦ୍ଧି କରିବା…

ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଡିଏନ୍‌ଏରୁ ସ୍ପଷ୍ଟ ହେଲା ସୀମାଞ୍ଚଳ ମୃତ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣା ପରଠାରୁ ବ୍ରହ୍ମପୁରର ସୀମାଞ୍ଚଳ ପରିଡ଼ା ନିଖୋଜ ଥିଲେ। ଘଟଣାସ୍ଥଳରୁ ଖଣ୍ଡ ବିଖଣ୍ଡିତ ଶରୀରର କିଛି ମାଂସ ଖଣ୍ଡ ମିଳିଥିଲା। ଏହି ବିସ୍ଫୋରଣରେ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri