କାର୍ଯ୍ୟ ସ୍ଥଳରେ ଦିଆଯିବ ଟିକା
ନୂଆଦିଲ୍ଲୀ,୭ା୪ : କାର୍ଯ୍ୟ ସ୍ଥଳ (ଅଫିସ)ରେ ଯୋଗ୍ୟ ବିବେଚିତ ବର୍ଗର କର୍ମଚାରୀଙ୍କୁ ଦିଆଯିବ କୋଭିଡ୍-୧୯ ଟିକା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର।…
କରୋନାର ଦ୍ୱିତୀୟ ଲହର: ଛୋଟପିଲା-ଯୁବବର୍ଗ-ଗର୍ଭବତୀ ହେଉଛନ୍ତି ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଛୋଟପିଲା, ଯୁବବର୍ଗ ଏବଂ ଗର୍ଭବତୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ମାର୍ଗଦର୍ଶିକା ପାଳନ ସହିତ ମାସ୍କ୍ ପିନ୍ଧିବା ଏବଂ…
୨୪ ଘଣ୍ଟାରେ ଲକ୍ଷେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ…
୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ଥିଲା ମାର୍ଚ୍ଚ
ନୂଆଦିଲ୍ଲୀ,୭ା୪: ଭାରତରେ ୨୦୦୪ ଓ ୨୦୧୦ ପରେ ୨୦୨୧ର ମାର୍ଚ୍ଚ ମାସ ୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ରହିଥିଲା। ଗତ ମାର୍ଚ୍ଚରେ ଦେଶର ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରୀ ସେଲସିୟସ୍ ଥିଲା, ଯାହାକି ବିଗତ ୧୧ ବର୍ଷରେ ସର୍ବାଧିକ ଏବଂ ୧୨୧…
ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଯିବେ ବିଶ୍ୱର ଆଉ ୯.୫ କୋଟି
ନୂଆଦିଲ୍ଲୀ,୭।୪: କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ସଙ୍କଟ ଆଡ଼କୁ ନେଲାଣି। ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଲୋକଙ୍କ ଜୀବନଜୀବିକା ଉପରେ ମହାମାରୀ ଗଭୀର ପ୍ରଭାବ ପକାଇଥିବା ବେଳେ ୨୦୨୦ରେ ଅଧିକ ୯.୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି…
କଠୋର ହେବ କରୋନା ଗାଇଡ୍ଲାଇନ୍; ୧୦ ଦିନିଆ ସ୍ବତନ୍ତ୍ର ଡ୍ରାଇଭ୍ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୪(ବ୍ୟୁରୋ): ଛତିଶଗଡ ସୀମାକୁ ଲାଗିଥିବା ଜିଲାଗୁଡିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବଢିବାରେ ଲାଗିଛି। କୋଭିଡ୍ ପଜିଟିଭ୍ ମାମଲା ବଢୁଥିବା ପଶ୍ଚିମ ଓଡିଶା ଜିଲାଗୁଡିକୁ ନିୟମିତ ପରିଦର୍ଶନ କରି ତୃଣମୂଳ ସ୍ତରରେ ସ୍ଥିତିକୁ ଦେଖି ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ…
କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ
ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ୍ ମିଡ଼ିଆରେ ପ୍ରଚାର ହୋଇଥିଲା ଯେ, ଏପ୍ରିଲ୍ ୧୫ ସୁଦ୍ଧା ଭାରତରେ କରୋନାରେ…
ରାଜଧାନୀରେ ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେରିଓ୍ବାଲ ରାଜଧାନୀରେ ନାଇଟ୍ କର୍ଫ୍ୟୁ ଜାରି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାତ୍ର ୧୦ରୁ…
ରମନା ନୂଆ ପ୍ରଧାନ ବିଚାରପତି: ୨୪ ଏପ୍ରିଲ୍ରେ ନେବେ ଶପଥ
ନୂଆଦିଲ୍ଲୀ,୬।୪: ସୁପ୍ରିମ୍କୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍.ଭି. ରମନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି। ରମନା ଏପ୍ରିଲ୍ ୨୪ରେ ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେ ମାର୍ଚ୍ଚ…
ଦଳ ନୁହେଁ ଦେଶ ବଡ଼: ମୋଦି
ନୂଆଦିଲ୍ଲୀ,୬।୪: ଦଳ ନୁହେଁ ଭାଜପା ପାଇଁ ସବୁବେଳେ ଦେଶ ହିଁ ବଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ୪୧ ତମ ସ୍ଥାପନା ଦିବସ ଅବସରରେ ପ୍ରକାଶ କରିଛନ୍ତି। ଭାଜପାର କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କ ସେବା କରି ଭାଜପା…
ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର: ଆଲର୍ଟରେ ଗୋଇନ୍ଦା ବିଭାଗ
ନୂଆଦିଲ୍ଲୀ,୬।୪: ଦେଶରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଏନେଇ ଏକ ମେଲ୍ ସିଆର୍ପିଏଫ୍ର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଆସିଛି। ଏହାକୁ ଥ୍ରେଟ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ ଦ୍ୱାରା ଯାଞ୍ଚ୍ କରାଯାଇ ଏନ୍ଆଇଏ ସମେତ ଅନ୍ୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ…
ଗୌତମ ଘୋଷଙ୍କ ଘରୁ ଇଭିଏମ୍-ଭିଭିପାଟ୍ ଜବତ
କୋଲକାତା,୬।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଜାରି ରହିଛି ରାଜ୍ୟର ୩୧ ଜିଲାରେ ମତଦାନ କରାଯାଉଛି। ଉଲୁବେରିଆ ଅଞ୍ଚଳରେ ତୃଣମୂଳ କଂଗ୍ରେସ ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ୍ ମେସିନ୍ ଏବଂ ଭିଭିପାଟ୍ ଜବତ କରାଯାଇଛି। ଏହି…
Archives


