ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…
ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ ନିଜ ସୈନ୍ୟଙ୍କ ମୃତ୍ୟୁକୁ ନେଇ ଚାଇନା ମିଥ୍ୟା କହୁଥିବାବେଳେ ଏବେ ମାନିବାକୁ ବାଧ୍ୟ ହୋଇଛି।…
ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ…
ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ ନୂଆ ମହାମାରୀ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କରୋନାର ତୃତୀୟ ଲହର ନେଇ ଆତଙ୍କ…
ଭାରତୀୟ ଷ୍ଟ୍ରେନ୍କୁ ‘ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା/ନୂଆଦିଲ୍ଲୀ,୧।୬: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁର ଷ୍ଟ୍ରେନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ରୀକ୍ ଅକ୍ଷର ଡେଲ୍ଟଶ ଭାବେ ନାମକରଣ କରାଯାଇଛି। ଅକ୍ଟୋବର ୨୦୨୦ରେ ମିଳିଥିବା କରୋନା ଭୂତାଣୁ ଭାରିଆଣ୍ଟ୍ ବି-୧-୬୧୭-୨କୁ ଡେଲ୍ଟା ନାମ ଦିଆଯାଇଥିବାବେଳେ ବି-୧-୬୧୭-୧ ଭାରିଆଣ୍ଟ୍କୁ କେପ୍ପା…
ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…
ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଦେଶରେ ୯୭ ପ୍ରତିଶତ ଲୋକଙ୍କ ରୋଜଗାର ହ୍ରାସ ପାଇଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରେ…
ମେ’ ମାସ ସାଜିଲା ଘାତକ: ୯୯ ହଜାର ୬୮୦ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। ଏହି ମାସରେ ଦେଶରେ ସର୍ବାଧିକ ୯୯ ହଜାର ୬୮୦ କରୋନା ଆକ୍ରାନ୍ତ ଜୀବନ ଯାଇଛି। ଏହା ପୂର୍ବରୁ ୨୦୨୦…
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୫ ଦିନ ଧରି ୨ ଲକ୍ଷରୁ କମ୍ ରହିଛି। ଲକ୍ଡାଉନ୍…
୯ ଜିଲାରେ ବଜ୍ରପାତ ଆଶଙ୍କା
ଭୁବନେଶ୍ବର,୩୧।୫: ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି,…
ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ: ମିଳିଲା ନୂଆ ଦାୟିତ୍ୱ
କୋଲକାତା,୩୧।୫: ୩ ମାସ ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ସୋମବାର ଅବସର ନେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେ ଏହି ପଦବୀରେ ୩ ବର୍ଷ…
ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା: ସୁପ୍ରିମ୍କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର …
ନୂଆଦିଲ୍ଲୀ,୩୧।୫: କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମାମଲାର ବିଚାର ସୁପ୍ରିମ୍କୋର୍ଟରେ ଜାରି ରହିଛି। ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରିମ୍କୋର୍ଟଙ୍କ ସମ୍ମୁଖରେ କୁହାଯାଇଛି ଯେ, ଚଳିତ ୨୦୨୧ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ୧୮ ବର୍ଷରୁ…
ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ୨୫ ବିଧାୟକ ଦିଲ୍ଲୀରେ…
ଚଣ୍ଡିଗଡ଼,୩୧।୫: ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ସରକାରଙ୍କ ଉପରେ ଏବେ ବିପଦ ଘନେଇବାରେ ଲାଗିଛି। ରାଜ୍ୟ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିବା ପାଇଁ ୨୫ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ରାଜ୍ୟରେ ୨୦୨୨ରେ …
ମୁଖ୍ୟ ସଚିବଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମମତା ମୋଦିଙ୍କୁ ଲେଖିଲେ ଚିଠି…
କୋଲକାତା,୩୧।୫: ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସମ୍ପ୍ରତି ସଙ୍କଟ ଜନକ ସ୍ଥିତିରେ ରହିଛନ୍ତି। ତେଣୁ ଅଲପନଙ୍କୁ ଏବେ କାର୍ଯ୍ୟମୁକ୍ତ କରିବା ସମ୍ଭବ ହେବ…
ଅଟକିବ ନାହିଁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ: ହାଇକୋର୍ଟ…
ନୂଆଦିଲ୍ଲୀ,୩୧।୫: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାଜର ହୋଇ ଯାଇଛି। ହାଇକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଟକିବ ନାହିଁ ବୋଲି କହିଛନ୍ତି। ଏହା ରାଷ୍ଟ୍ରୀୟ ମହତ୍ତ୍ୱ ରଖୁଥିବାରୁ ଏହାକୁ ରୋକା ଯାଇ…
Archives


