Home Middle

ବଦଳାଇ ଦେଲେ ମଧ୍ୟାହ୍ନଭୋଜନର ନାଁ

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ଜାତୀୟ ମଧ୍ୟାହ୍ନଭୋଜନ ଯୋଜନାର ନାମକୁ ବଦଳାଇ ପିଏମ୍‌ ପୋଷଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଏଣିକି ସ୍କୁଲଗୁଡ଼ିକରେ ବାଳ ବିକାଶ ଓ ପ୍ରି-ପ୍ରାାଇମେରି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ଏହି ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ…

‘ବାଲ୍‌ ସନ୍ୟାସ’ ଆଇନ ସମ୍ମତ, ହାଇକୋର୍ଟଙ୍କ ରାୟ…

ବେଙ୍ଗାଲୁରୁ,୨୯।୯: ଛୋଟ ବୟସରୁ ‘ବାଲ୍‌ ସନ୍ୟାସ’ ହେବା ପରମ୍ପରା ଆଇନ ସମ୍ମତ। ଜଣେ ନାବାଳକ ସନ୍ୟାସ ଗ୍ରହଣ କରିବାକୁ ବିରୋଧ କରାଯାଇ ପାରିବ ନାହିଁ। ଏସମ୍ପର୍କିତ ମାମଲାର ବିଚାର କରି କର୍ନାଟକ ହାଇକୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି। ଏହାକୁ ବିରୋଧ…

ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରୁଥିବା ରାଜନୈତିକ ଦଳ ବିରୋଧରେ ହେଉ କଡ଼ା କାର୍ଯ୍ୟାନୁଷ୍ଠାନ…

ଚେନ୍ନାଇ,୨୯।୯: ପ୍ରଦର୍ଶନ ସମୟରେ ସର୍ବସାଧାରଣଙ୍କ ସମ୍ପତ୍ତିକୁ ନଷ୍ଟ କରିବା ଦୋଷାବହ। ଏଭଳି କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ବୋଲି ମାଡ୍ରାସ୍‌ ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ୨୦୧୩ରେ ରାଜନୈତିକ ଦଳ ପାଟ୍ଟଲି ମାକ୍କାଲ କାଚି…

ଭାରତ ସରକାରଙ୍କୁ ତାଲିବାନ୍‌ର ଚିଠି…

ନୂଆଦିଲ୍ଲୀ/କାବୁଲ,୨୯।୯: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ୍‌ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରୟାସ କରିଛି। ତାଲିବାନ୍‌ ଭାରତ ସରକାରଙ୍କ ସହିତ ଔପଚାରିକ ଭାବେ କଥାବାର୍ତ୍ତା ଆରମ୍ଭ ପାଇଁ ଚିଠି ଲେଖିଛି। ଦୁଇ ଦେଶ ମଧ୍ୟରେ…

୧ ନଭେମ୍ବରରୁ ଖୋଲିବ ସ୍କୁଲ…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ସ୍କୁଲ ୧ ନଭେମ୍ବରରୁ ଖୋଲିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ) ବୁଧବାର ସୂଚନା ଦେଇଛନ୍ତି। ତେବେ ସ୍କୁଲ ଗୁଡ଼ିକ ପ୍ରଯ୍ୟାୟ କ୍ରମେ ଦୁର୍ଗାପୂଜା ଛୁଟି ପରେ ଖୋଲାଯିବ। ସମ୍ପ୍ରତି…

ଅନ୍ଧାରରେ କରୋନା ଏନ୍ତୁଡ଼ିଶାଳ, କାର୍‌ଠାରୁ ମୋବାଇଲ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା…

ବେଜିଂ,୨୯।୯: ଚାଇନାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍‌ ସଙ୍କଟ ଯୋଗୁ ଏବେ ଅନ୍ତର୍ଜାତୀୟସ୍ତରରେ ବହୁ ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ ଏବଂ ଚାହିଦା ମଧ୍ୟରେ ବୃଦ୍ଧି ପାଉଥିବା ଅନ୍ତା ଯୋଗୁ କରୋନାର ଏନ୍ତୁଡ଼ିଶାଳ ଅନ୍ଧାରରେ ରହିଛି। ଦେଶର…

ରେକର୍ଡ କଲା ଭାରତ, ପ୍ରତି ୪ ଜଣରେ ଜଣଙ୍କୁ ଟିକା…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ନୂଆ ରେକର୍ଡ କରିଛି। ଦେଶର ପ୍ରତି ୪ ଜଣରେ ଜଣଙ୍କୁ ଟିକାଦାନ କରାଯାଇଛି। ୨୪.୮ ପ୍ରତିଶତ ଲୋକଙ୍କୁ ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ଅପରପକ୍ଷରେ ୪୩.୫ ପ୍ରତିଶତ ଲୋକଙ୍କୁ…

ସିଦ୍ଧୁଙ୍କ ସହ କଥାବାର୍ତ୍ତା ବନ୍ଦ କଲେ ହାଇକମାଣ୍ଡ, ନୂଆ ଅଧ୍ୟକ୍ଷ ଖୋଜା…

ଚଣ୍ଡିଗଡ଼,୨୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଜାରି ରହିଛି। ରାଜ୍ୟ ଅଧ୍ୟକ୍ଷ ପଦରୁ ନଭଜୋତ୍‌ ସିଂ ସିଦ୍ଧୁ ଇସ୍ତଫାଦେବା ପରେ ଏବେ ହାଇକମାଣ୍ଡ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି। ହାଇକମାଣ୍ଡ ସିଦ୍ଧୁଙ୍କ ଆଚରଣ ନେଇ ଅସନ୍ତୁଷ୍ଟ ହୋଇଛନ୍ତି। ସିଦ୍ଧୁଙ୍କୁ ମନାଇବା…

ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ, ୬୦ ଛାତ୍ର ପଜିଟିଭ୍‌…

ବେଙ୍ଗାଲୁରୁ,୨୯।୯: କର୍ନାଟକର ବେଙ୍ଗାଲୁରୁର ଏକ ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ସ୍କୁଲର ୬୦ ଛାତ୍ରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଛାତ୍ରମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍‌ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କଠାରେ…

ପାର୍ବଣକୁ ଭୟ, କେରଳରେ ସଙ୍କଟ ଜାରି…

ନୂଆଦିଲ୍ଲୀ,୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୨…

ମାସେ ବଢ଼ିଲା କୋଭିଡ୍‌ କଟକଣା

ନୂଆଦିଲ୍ଲୀ, ୨୯।୯: କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁତ୍ଥିବାରୁ ଜନସ୍ବାସ୍ଥ୍ୟ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅକ୍ଟୋବର ପାର୍ବଣ…

ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୯।୯: କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ୍‌ ସିଂ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri