୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…
ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟା ୨୦୮୦ ମସିହାରେ ଏହାର ଶିଖରରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଜନସଂଖ୍ୟା…
ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିଷେକ ବାନାର୍ଜୀ ‘ଫୋବିୟା’, ଗେଟ୍ ଓ୍ବେଲ ସୁନ୍ କହିଲେ ଟିଏମସି ଏମ୍ପି…
କୋଲକାତା,୧୪।୧୧ : ଟିଏମସି ଏମ୍ପି କୁନାଲ ଘୋଷ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିଷେକ ବାନାର୍ଜୀ ‘ଫୋବିୟା’ରେ ପୀଡିତ। ତାଙ୍କର ଉନ୍ନତ ସ୍ବାସ୍ଥ୍ୟରେ ସୁଧାର ପାଇଁ ସୋମବାର ଠାରୁ ବେକାର ଯୁବକ…
ବିଧାୟକ ଯଦି ଉଦ୍ଧବଙ୍କୁ ଛାଡି ପାରୁଛନ୍ତି ତେବେ ଶିଳ୍ପ ପ୍ରକଳ୍ପ କାହିଁକି ମହାରାଷ୍ଟ୍ର ବାହାରକୁ ଯାଇ ପାରିବ ନାହିଁ, ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…
ମୁମ୍ବାଇ,୧୪।୧୧ : ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ୟୁନିଟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ଯଦି ତାଙ୍କୁ ନିଜ ଦଳର ବିଧାୟକମାନେ ଛାଡି…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସୋମବାର ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଉଦଳା ଆର୍ଡବ୍ଲ୍ୟୁଏସ୍ଏସ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି…
ରାମମନ୍ଦିର ସହିତ ମସଜିଦ ନିର୍ମାଣ ହେବ ଶେଷ, ୨୦୨୩ରେ ଧନୀପୁର ଅଯୋଧ୍ୟା ମସଜିଦ…
ଅଯୋଧ୍ୟା ,୧୪।୧୧ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ମସଜିଦ ନିର୍ମାଣ କାର୍ଯ୍ୟ କରୁଥିବା ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେଶନ ଟ୍ରଷ୍ଟ…
ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ
ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ ରହୁଥିବା କୁମ୍ଭୀରଙ୍କ ବି ଗଣନା ହେବ। ସେଥିପାଇଁ ଏହି ୧୦ ଦିନ ଭିତରକନିକା ଜାତୀୟ…
ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ ଗାନ୍ଧୀ…
ନୂଆଦିଲ୍ଲୀ,୧୪।୧୧ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ନେତା ନେହେରୁଙ୍କ ସମାଧି ଶାନ୍ତିବନରେ ପହଞ୍ଚି ଫୁଲ ଅର୍ପଣ କରିଥିଲେ। ଟୁଇଟରରେ ଏହାର…
ଦୈନିକ ସଂକ୍ରମଣ ୬ ଶହ ତଳେ, ମୃତ୍ୟୁ ସଂଖ୍ୟା ୧…
ନୂଆଦିଲ୍ଲୀ, ୧୪।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।…
ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…
ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଅମୃତସର ସଂଲଗ୍ନ ଅଞ୍ଚଳରେ ଏହା ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସୀମା ପାଖାପାଖି ୧୫୦…
ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…
ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ସୀମା କ୍ରସିଂକୁ ବନ୍ଦ କରିବାକୁ ପଡିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଧିକାରୀମାନେ କହିଛନ୍ତି…
ନୂଆବର୍ଷରେ ଦେଶକୁ ମିଳିବ ନୂଆ ଏୟାର ଡିଫେନ୍ସ ଥିଏଟର କମାଣ୍ଡ…
ନୂଆଦିଲ୍ଲୀ,୧୪।୧୧ : ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଯୋଗୁ ଭାରତର ଥିଏଟର କମାଣ୍ଡ ଗଠନରେ ବିଳମ୍ବ ହୋଇଛି। କିନ୍ତୁ ନୂଆ ବର୍ଷରେ ଏକ ଥିଏଟର କମାଣ୍ଡ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ଜଣାପଡିଛି ଯେ ଏହା…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ୬ ମାସ ବିରାମ…
ମସ୍କୋ/କ୍ୱିଭ୍,୧୪।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କିଛି ମାସ ବିରାମ ଲଗାଯାଇପାରେ। ଆମେରିକାର ଦୈନିକ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ପ୍ରବଳ ଶୀତ ଯୋଗୁ ୟୁକ୍ରେନରେ ରୁଷିଆର ସାମରିକ କାର୍ଯ୍ୟ ୬ମାସ ପର୍ଯ୍ୟନ୍ତ ବନ୍ଦ ହୋଇପାରେ।…
Archives


