Home Middle

ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୨୩ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ବାଡା ଜିଲାରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗୋଟିଏ ଟ୍ରକ୍‌ ଏବଂ ପ୍ରୋକୋଲିନ୍‌କୁ ଜାଳି ଦେଇଛନ୍ତି ମାଓବାଦୀ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି…

ପାକିସ୍ତାନରେ ଜଳ ସଙ୍କଟ ଅଣାୟତ୍ତ

ଇସଲାମାବାଦ,୨୩।୩: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ମଧ୍ୟ ବର୍ତ୍ତମାନ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ଦିନକୁ ଦିନ ପାକିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ୨୪ ପ୍ରମୁଖ ସହରରେ ବିଶୁଦ୍ଧ ଜଳର ସୁବିଧା…

ମନମୋହନ ସାମଲ ରାଜ୍ୟ ଭାଜପା ସଭାପତି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମନମୋହନ ସାମଲ ରାଜ୍ୟ ଭାଜପାର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଭାଜପାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଦାୟିତ୍ୱ ଦେଇଛନ୍ତି। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି।…

ବିହାର ସମେତ ୪ ରାଜ୍ୟରେ ଅଧ୍ୟକ୍ଷ ବଦଳାଇଲା ଭାଜପା, ଓଡ଼ିଶା ଅଧ୍ୟକ୍ଷ ମନମୋହନ ସାମଲ…

ନୂଆଦିଲ୍ଲୀ,୨୩।୩ : ଭାରତୀୟ ଜନତା ପାର୍ଟି ଗୁରୁବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାଜପା ବିହାର, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ଭାଜପାର  ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମର ଚୌଧୁରୀଙ୍କୁ ବିହାର ଭାଜପାର ଅଧ୍ୟକ୍ଷ…

ଅମିତ ଶାହାଙ୍କ ମନ୍ତବ୍ୟ ନେଇ ସିବିଆଇକୁ ଚିଠି ଲେଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୩।୩ : କଂଗ୍ରେସର ମହାସଚିବ ଜୟରାମ ରମେଶ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି।…

ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ମାମଲା: ରାହୁଲ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ ଦଣ୍ଡାଦେଶ…

ସୁରଟ,୨୩।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ୨୦୧୯ର ଅଟେ। ସାଧାରଣ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାର ଠାରେ ଅନୁଷ୍ଠିତ ଏକ…

ବ୍ରିଟେନ ୟୁକ୍ରେନ ସୈନ୍ୟଙ୍କୁ ଦେଉଛି ତାଲିମ…

ଓ୍ବାଶିଂଟନ,୨୩।୩ : ଗତ ବର୍ଷ ଫେବୃଆରୀ ୨୪ ରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରତିଦିନ ଏକ ନୂଆ ମୋଡ଼ ଆସିବାରେ ଲାଗିଛି। ନିକଟରେ ଅନ୍ତର୍ଜାତୀୟ ଅପରାଧ କୋର୍ଟ (ଆଇସିସି) ଯୁଦ୍ଧ ଅପରାଧ ଅଭିଯୋଗରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ…

ସରସ୍ବତୀ ନଦୀ ଭଳି ନ ହେଉ ଗଙ୍ଗା-ବ୍ରହ୍ମପୁତ୍ର ଅବସ୍ଥା: ଜାତିସଂଘ ମୁଖ୍ୟଙ୍କ ଚେତାବନୀ…

ଜେନେଭା,୨୩।୩ : ବିଶ୍ୱ ତାପମାତ୍ରା ହ୍ରାସ ଏବଂ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି । ଏହାର ସୁଦୂରପ୍ରସାରୀ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କ୍ରମାଗତ ଚେତାବନୀ ମଧ୍ୟ ପ୍ରକାଶ କରାଯାଉଛି। ବର୍ତ୍ତମାନ ମିଳିତ ଜାତିସଂଘର ସେକ୍ରେଟେରୀ…

‘ଜ୍ୱିଗାଟୋ’ ଦେଖି ନନ୍ଦିତାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନବୀନ ନିବାସରେ ‘ଜ୍ବିଗାଟୋ’ ଫିଲ୍ମ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଫିଲ୍ମରେ ବେଶ୍‌ ସଫଳ ଭାବରେ ଉପସ୍ଥାପିତ କରାଯାଇଛି। ଏହାସହ କଳାତ୍ମକ ଦିଗ ପ୍ରତି ଉଚିତ୍‌ ଧ୍ୟାନ ଦିଆ ଯାଇଥିବାରୁ…

ସୁନ୍ଦର ପିଚାଇଙ୍କୁ ଗୁଗଲ କର୍ମଚାରୀଙ୍କ ଖୋଲା ଚିଠି…

ଓ୍ବାଶିଂଟନ,୨୩।୩ : ଗୁଗଲର ୧୨ ହଜାର କର୍ମଚାରୀଙ୍କ ଛଟେଇ ଘୋଷଣା କରେ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କର ପ୍ରାୟ ୧୪୦୦ କର୍ମଚାରୀ ଏକ ଖୋଲା ଚିଠିରେ ଦସ୍ତଖତ କରିଛନ୍ତି। ଛଟେଇ ପ୍ରକ୍ରିୟା ନେଇ ପୁଣି ଚିନ୍ତା କରିବାକୁ ଆହ୍ବାନ ଦେଇଛି। ବ୍ଲୁମବର୍ଗ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୩୦୦ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ଭାରତୀୟ ଉଚ୍ଚାୟୁକ୍ତ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ : ବ୍ରିଟେନ ବିଦେଶ ସଚିବ…

ଲଣ୍ଡନ,୨୩।୩ : ଭାରତରେ ୱାରିସ ପଞ୍ଜାବ ଡେ ସଂଗଠନର ଜାଠେଦର ଖାଲିସ୍ତାନୀ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ଏହି କାର୍ଯ୍ୟ ଦ୍ୱାରା ଖାଲିସ୍ତାନର ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖାଲିସ୍ତାନୀ ସମର୍ଥକମାନେ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା, କାନାଡା ସମେତ ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri