ସୁନ୍ଦର ପିଚାଇଙ୍କୁ ଗୁଗଲ କର୍ମଚାରୀଙ୍କ ଖୋଲା ଚିଠି…

ଓ୍ବାଶିଂଟନ,୨୩।୩ : ଗୁଗଲର ୧୨ ହଜାର କର୍ମଚାରୀଙ୍କ ଛଟେଇ ଘୋଷଣା କରେ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କର ପ୍ରାୟ ୧୪୦୦ କର୍ମଚାରୀ ଏକ ଖୋଲା ଚିଠିରେ ଦସ୍ତଖତ କରିଛନ୍ତି। ଛଟେଇ ପ୍ରକ୍ରିୟା ନେଇ ପୁଣି ଚିନ୍ତା କରିବାକୁ ଆହ୍ବାନ ଦେଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ସେମାନେ ଏହି ଚିଠି ପ୍ରଦାନ କରିଛନ୍ତି। ଚିଠିରେ କର୍ମଚାରୀମାନେ କମ୍ପାନୀ ସମ୍ମୁଖରେକେତେକ ଦାବି ଉପସ୍ଥାପନ କରିଛନ୍ତି। ଏଥିମଧ୍ୟରେ ନୂତନ ନିଯୁକ୍ତି ଉପରେ ରୋକ, ବାଧ୍ୟତାମୂଳକ ପୂର୍ବରୁ ସ୍ବେଚ୍ଛାକୃତ ଇସ୍ତଫା ଆବଶ୍ୟକ ଦାବି, ନୂତନ ନିଯୁକ୍ତି ପାଇଁ ଛଟେଇ ସହ ଜଡିତ କର୍ମଚାରୀଙ୍କୁ ପ୍ରାଥମିକତା ଦେବା ଏବଂ ସବୈତନିକ ଛୁଟି (ଯେପରିକି ପିତାମାତା ଏବଂ ଶୋକସନ୍ତପ୍ତ ଛୁଟି) ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରଖିବାକୁ ଅନୁମତି ଦେବାକୁ ଦାବି କରାଯାଇଛି।

କର୍ମଚାରୀମାନେ ମାନବିକ ସଙ୍କଟ ଥିବା ଦେଶ (ବିଶେଷକରି ୟୁକ୍ରେନ)ର କର୍ମଚାରୀମାନଙ୍କୁ ଛଟେଇ ନ କରିବାକୁ ମଧ୍ୟ ଆଲଫାବେଟକୁ କହିଛନ୍ତି। ଏହା ସହିତ, ଚାକିରୀ ହରାଇବା ବିପଦରେ ଥିବା କର୍ମଚାରୀଙ୍କୁ ଭିଜା ସହ ଜଡିତ ଆବାସିକ ଅତିରିକ୍ତ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚିଠିରେ ଦର୍ଶାଯାଇଛି, କର୍ମଚାରୀ ହ୍ରାସ କରିବା ପାଇଁ ଆଲଫାବେଟର ନିଷ୍ପତ୍ତିର ପ୍ରଭାବ ବୀଶ୍ୱସ୍ତରୀୟ ଅଟେ। କୌଣସି ସ୍ଥାନରେ କର୍ମଚାରୀଙ୍କ ଅବସ୍ଥାର ଯଥେଷ୍ଟ ବିଚାର କରାଯାଉ ନାହିଁ । ଜାନୁଆରୀ ମାସରେ, ମହାମାରୀ ପରେ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଖର୍ଚ୍ଚ ହ୍ରାସ କରିବାକୁ ନିବେଶକଙ୍କ ଚାପ ପରେ ଆଲଫାବେଟ ଏହାର ପ୍ରାୟ ୬ ପ୍ରତିଶତ କର୍ମଚାରୀ ହ୍ରାସ କରିବାକୁ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?