ସୁନ୍ଦର ପିଚାଇଙ୍କୁ ଗୁଗଲ କର୍ମଚାରୀଙ୍କ ଖୋଲା ଚିଠି…

ଓ୍ବାଶିଂଟନ,୨୩।୩ : ଗୁଗଲର ୧୨ ହଜାର କର୍ମଚାରୀଙ୍କ ଛଟେଇ ଘୋଷଣା କରେ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଇଙ୍କର ପ୍ରାୟ ୧୪୦୦ କର୍ମଚାରୀ ଏକ ଖୋଲା ଚିଠିରେ ଦସ୍ତଖତ କରିଛନ୍ତି। ଛଟେଇ ପ୍ରକ୍ରିୟା ନେଇ ପୁଣି ଚିନ୍ତା କରିବାକୁ ଆହ୍ବାନ ଦେଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ସେମାନେ ଏହି ଚିଠି ପ୍ରଦାନ କରିଛନ୍ତି। ଚିଠିରେ କର୍ମଚାରୀମାନେ କମ୍ପାନୀ ସମ୍ମୁଖରେକେତେକ ଦାବି ଉପସ୍ଥାପନ କରିଛନ୍ତି। ଏଥିମଧ୍ୟରେ ନୂତନ ନିଯୁକ୍ତି ଉପରେ ରୋକ, ବାଧ୍ୟତାମୂଳକ ପୂର୍ବରୁ ସ୍ବେଚ୍ଛାକୃତ ଇସ୍ତଫା ଆବଶ୍ୟକ ଦାବି, ନୂତନ ନିଯୁକ୍ତି ପାଇଁ ଛଟେଇ ସହ ଜଡିତ କର୍ମଚାରୀଙ୍କୁ ପ୍ରାଥମିକତା ଦେବା ଏବଂ ସବୈତନିକ ଛୁଟି (ଯେପରିକି ପିତାମାତା ଏବଂ ଶୋକସନ୍ତପ୍ତ ଛୁଟି) ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରଖିବାକୁ ଅନୁମତି ଦେବାକୁ ଦାବି କରାଯାଇଛି।

କର୍ମଚାରୀମାନେ ମାନବିକ ସଙ୍କଟ ଥିବା ଦେଶ (ବିଶେଷକରି ୟୁକ୍ରେନ)ର କର୍ମଚାରୀମାନଙ୍କୁ ଛଟେଇ ନ କରିବାକୁ ମଧ୍ୟ ଆଲଫାବେଟକୁ କହିଛନ୍ତି। ଏହା ସହିତ, ଚାକିରୀ ହରାଇବା ବିପଦରେ ଥିବା କର୍ମଚାରୀଙ୍କୁ ଭିଜା ସହ ଜଡିତ ଆବାସିକ ଅତିରିକ୍ତ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚିଠିରେ ଦର୍ଶାଯାଇଛି, କର୍ମଚାରୀ ହ୍ରାସ କରିବା ପାଇଁ ଆଲଫାବେଟର ନିଷ୍ପତ୍ତିର ପ୍ରଭାବ ବୀଶ୍ୱସ୍ତରୀୟ ଅଟେ। କୌଣସି ସ୍ଥାନରେ କର୍ମଚାରୀଙ୍କ ଅବସ୍ଥାର ଯଥେଷ୍ଟ ବିଚାର କରାଯାଉ ନାହିଁ । ଜାନୁଆରୀ ମାସରେ, ମହାମାରୀ ପରେ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଖର୍ଚ୍ଚ ହ୍ରାସ କରିବାକୁ ନିବେଶକଙ୍କ ଚାପ ପରେ ଆଲଫାବେଟ ଏହାର ପ୍ରାୟ ୬ ପ୍ରତିଶତ କର୍ମଚାରୀ ହ୍ରାସ କରିବାକୁ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ୨୬ ହଜାର କୋଟି

ଭୁବନେଶ୍ୱର ,୧୪।୮: କୁକୁଡ଼ା ମାଂସ ଖାଇବା ଦ୍ୱାରା କୋଭିଡ୍‌ ବ୍ୟାପୁଥିବା ନେଇ ଏକ ଭୁଲ୍‌ ସୂଚନା ପ୍ରସାରଣ ହେବା ଯୋଗୁ ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ସହିବାକୁ...

ଡାକ କର୍ମଚାରୀଙ୍କୁ ଝୁଣି ଖାଇଗଲେ କୁକୁର ପଲ

ଓ୍ବାଶିଂଟନ,୨୫ା୮: କୁକୁରମାନଙ୍କୁ ସବୁଠାରୁ ସଚ୍ଚୋଟ ଏବଂ ବୁଦ୍ଧିମାନ ପ୍ରାଣୀ ଭାବରେ ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଏହି କୁକୁର ଅନ୍ୟମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥାନ୍ତି।...

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ,...

କଶ୍ମୀରରେ ଜି -୨୦ ବୈଠକକୁ ବିରୋଧ କରୁଛି ଚାଇନା

ଶ୍ରୀନଗର/ବେଜିଂ,୨୦।୫: ଭାରତ ଏଥର ଜି -୨୦ର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି...

ଭିନ୍ନ ହେବେ ‘ସ୍ପେସ୍‌ ବେବି’

ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...

ସ୍କୁଲ ନ ଯିବା ପାଇଁ ଆଶ୍ଚର୍ଯ୍ୟଜନକ ବାହାନା କଲେ ଛାତ୍ର

ଜୁରିକ୍‌, ୮।୪ : ସ୍କୁଲରେ ବଙ୍କ୍‌ ମାରିବା ପାଇଁ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ମେସେଜ କରିଥିଲେ ୩ ଛାତ୍ର। ଫଳରେ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ...

ଏଫବିଆଇ ଉପରେ ଗୁରୁତର ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ,୧୬ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ଅଛନ୍ତି ଚର୍ଚ୍ଚାରେ । ସେ ସର୍ବଦା ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା...

ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ: ୯ ଜୀବନ୍ତ ଦଗ୍ଧ…

କେପଟାଉନ,୨୪।୧୨ : ଦକ୍ଷିଣ ଆଫ୍ରିକାର ବକ୍ସବର୍ଗ ସହରରେ ରେଳ ବ୍ରିଜ ତଳେ ଫସି ରହିଥିବା ଏକ ଗ୍ୟାସ ଟ୍ୟାଙ୍କର ଶନିବାର ବିସ୍ଫୋରଣ ଘଟି ଏଥିରେ ଦୁଇଜଣ...

Advertisement
Archives

Model This Week