୨୨ ପାକିସ୍ତାନୀ କଏଦୀଙ୍କୁ ମୁକ୍ତ କଲା ଭାରତ
ନୂଆଦିଲ୍ଲୀ,୨୦।୫: ଭାରତ ସରକାର ୨୨ଜଣ ପାକିସ୍ତାନୀ କଏଦୀଙ୍କୁ ଜେଲଦଣ୍ଡ ଶେଷ ହେବା ପରେ ଶୁକ୍ରବାର ମୁକ୍ତ କରିଛନ୍ତି। ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ଅଟ୍ଟାରୀ-ବାଘା ସୀମାରେ ଥିବା ସଂଯୁକ୍ତ ଚେକ୍ ପୋଷ୍ଟ(ଜେସିପି)ରେ କଏଦୀଙ୍କୁ ପାକିସ୍ଥାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପାକିସ୍ତାନୀ ହାଇ…
ସିଦ୍ଦାରାମାୟା, ଶିବକୁମାରଙ୍କ ସମେତ ଏହି ୮ ବିଧାୟକ ନେବେ ଶପଥ
ବେଙ୍ଗାଲୁରୁ,୨୦।୫: କିଛି ଘଣ୍ଟା ମଧ୍ୟରେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଶନିବାର କର୍ନାଟକର…
ଆଜିଠୁ ଫିଫା ଯୁବ ବିଶ୍ୱକପ୍
ଫିଫା ଯୁବ ବିଶ୍ୱକପ୍(୨୦ ବର୍ଷରୁ କମ୍)ର ୨୩ତମ ସଂସ୍କରଣ ଶନିବାରଠାରୁ ଆର୍ଜେଣ୍ଟିନାରେ ଆରମ୍ଭ ହେବାକୁ ଯାଉଛି। ଫିଫା ସହ ଅନୁବନ୍ଧିତ ବିଶ୍ୱର ୨୪ଟି ଯୁବ ଦଳ ଏଥିରେ ଅଂଶଗ୍ରହଣ କରିବେ। ୧୯୭୭ରେ ଏହା ଆରମ୍ଭ ହୋଇଥିଲା ା ସେବେଠାରୁ ଏହା ଫିଫା…
ସିଦ୍ଦାରାମାୟା, ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିବ ବିରୋଧୀ ଏକତା
ନୂଆଦିଲ୍ଲୀ,୨୦।୫: କର୍ନାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ଶନିବାର କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଛି ଘଣ୍ଟା ମଧ୍ୟରେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ…
ସାରା ବିଶ୍ୱରେ ପୁଣି ମୋଦିଙ୍କ ଚର୍ଚ୍ଚା, ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ପଛରେ ପକାଇଲେ ଏହି ସୁପରପାଓ୍ବାର୍ସଙ୍କୁ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫: ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ଏଥର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟପରେ ଦେଖିବାକୁ ମିଳିଛି। ଆମେରିକା ସ୍ଥିତ କନସଲଣ୍ଟିଂ ଫର୍ମ ‘ମର୍ନିଂ କନସଲ୍ଟ’ର ଏକ ସର୍ଭେ ଅନୁଯାୟୀ ୭୮ ପ୍ରତିଶତ ରେଟିଂ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା…
ବିଶ୍ୱର ୫୦% ବୃହତ୍ ହ୍ରଦରେ କମୁଛି ଜଳସ୍ତର
ନୂଆଦିଲ୍ଲୀ, ୨୦।୫: ବିଶ୍ୱର ବୃହତ୍ ହ୍ରଦଗୁଡ଼ିକ ଶୁଖିବାରେ ଲାଗିଛି। ଜଳ ଅପଚୟ ଏବଂ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍ ଭର୍ଜିନିଆ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ପାଖାପାଖି ୫୦% ବୃହତ୍ ହ୍ରଦ…
ଜ୍ଞାନବାପି ଶିବଲିଙ୍ଗର କାର୍ବନ ଡେଟିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୦ା୫: ବାରାଣସୀର ଜ୍ଞାନବାପୀ ମସ୍ଜିଦ-କାଶୀ ବିଶ୍ୱନାଥ କରିଡର ମଧ୍ୟରେ ରହିଥିବା ଶିବଲିଙ୍ଗର କାର୍ବନ ଡେଟିଂକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଭିଡିଓଗ୍ରାଫି ସର୍ଭେ…
ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ନେବେ ଶପଥ
ବେଙ୍ଗାଲୁରୁ,୨୦।୫: କର୍ନାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ କଂଗ୍ରେସ ଶନିବାର ସରକାର ଗଠନ କରିବାକୁ ଯାଉଛି। କିଛି ଘଣ୍ଟା ମଧ୍ୟରେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ। କ୍ୟାବିନେଟରେ ସାମିଲ…
ଜି୭ରେ ରୁଷିଆ ବିରୋଧୀ ରଣନୀତି
ହିରୋଶିମା,୨୦ା୫: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗଣତନ୍ତ୍ରଗୁଡ଼ିକର ନେତାମାନେ ଶୁକ୍ରବାର ଜାପାନର ହିରୋଶିମା ସହରରେ ଏକାଠି ହୋଇଛନ୍ତି। ୟୁକ୍ରେନ୍ ଉପରେ ୧୫ ମାସ ଧରି ଆକ୍ରମଣ ଜାରି ରଖିଥିବା ରୁଷିଆକୁ ଦଣ୍ଡିତ କରିବା ପାଇଁ ଜି୭ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ସମ୍ମିଳନୀର ପ୍ରଥମ…
ଦକ୍ଷିଣ ଆଣ୍ଡାମାନରେ ମୌସୁମୀ
ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶ, ନିକୋବର ଓ ଦକ୍ଷିଣ ଆଣ୍ଡାମାନ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏ ନେଇ ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରପୋସ୍ପିୟର ତଳ ସ୍ତରରେ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ…
୨ହଜାର ଟଙ୍କିଆ ନୋଟ୍ ବ୍ୟାନ୍: ବିମୁଦ୍ରୀକରଣର ଭୂତ ପୁଣିଥରେ ଆସିଛି, ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ,୧୯।୫: ଭାରତୀୟ ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟ୍ ପ୍ରଚଳନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୋଟ୍ଗୁଡିକର ବୈଧତା ସେପ୍ଟେମ୍ବର ୩୦ଯାଏଁ ରହିବ। ଆରବିଆଇର ଏହି ନିଷ୍ପତ୍ତରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ…
ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍
ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍। ଆଉ ୨ହଜାର ଟଙ୍କାର ନୋଟ୍ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍ ଫେରେଇ ନେବା ନେଇ ଶୁକ୍ରବାର ଘୋଷଣା କରିଛି ଆରବିଆଇ। ବର୍ତ୍ତମାନ ପାଇଁ ଏହି ନୋଟ୍ ବଜାରରେ ପ୍ରଚଳିତ ହୋଇପାରିବ। ମେ…

