Home Middle

ଝାରସୁଗୁଡ଼ା ଉପନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୋମବାର ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଅନ୍ୟପକ୍ଷେ…

ଆଇନା ଦେଖାଇଲା ଚାଇନା: ମଣିଷଙ୍କଠାରୁ ଉତ୍ପତ୍ତି ହୋଇଛି କରୋନା

ବେଜିଂ,୧୦।୪ : କରୋନା ମହାମାରୀ ଭୂତାଣୁର ଉତ୍ପତ୍ତି ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଚାଇନାର ଜଣେ ବୈଜ୍ଞାନିକ ନୂଆ ଦାବି କରିଛନ୍ତି। ପୂର୍ବରୁ ଚାଇନାର ଉହାନ ଲ୍ୟାବରୁ କରୋନାର ଉତ୍ପତ୍ତି ହୋଇଥିବାବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ କହି ଆସୁଥିଲେ।…

ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ  ପ୍ୟାଡ ପ୍ରଦାନ ପାଇଁ ୪ ସପ୍ତାହରେ ନୀତି ନିର୍ଣ୍ଣୟ ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୪ : ସୋମବାର ସୁପ୍ରିମକୋର୍ଟରେ ଦେଶର ବିଭିନ୍ନ ବିଦ୍ୟାଳୟରେ ୬ ରୁ ୧୨ ଶ୍ରେଣୀରେ ପଢୁiଥିବା ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ ଯୋଗାଇଦେବା ପାଇଁ ଏକ ଆବେଦନ ଉପରେ ଶୁଣାଣି କରାଯାଇଥିଲା। ୪ ସପ୍ତାହ ମଧ୍ୟରେ ୟୁନିଫର୍ମ ନୀତି ନିର୍ଣ୍ଣୟ କରିବାକୁ…

କ୍ଷମା ମାଗିଲେ ଦଲାଇ ଲାମା…

କୋଲକାତା,୧୦।୪ : ଏକ ସାର୍ବଜନୀକ ମଞ୍ଚରେ ଏକ ଛୋଟ ପିଲାକୁ ଚୁମ୍ବନ ଦେଇ ବିବାଦରେ ରହିଥିବା ବୌଦ୍ଧ ଧର୍ବଗୁରୁ ଦଲାଇ ଲାମା କ୍ଷମା ମାଗିଛନ୍ତି। ବାସ୍ତବରେ, ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ପିଲାକୁ…

ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିଶନ ଖାରଜ: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୪ : ଭାରତର ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଳ କରାଯାଇଥିବା ଦୁଇଟି ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅଗ୍ନିପଥର ଆଇନଗତ ବୈଧତାକୁ ସମର୍ଥନ କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କର ରାୟକୁ କାଏମ ରଖିଛନ୍ତି।…

ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସକାଳୁଆ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…

ବିଧାନସଭାରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ…

ଚେନ୍ନାଇ,୧୦।୪ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ନେଇ ସରକାର ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଧାନସଭା ଦ୍ୱାରା…

ଭାଜପାର ୨୦୨୪ ନିର୍ବାଚନ ପ୍ରସ୍ତୁତି: ଚର୍ଚ୍ଚ ପରେ ଏବେ ଦରଘା ଉପରେ ନଜର, ଇଦ ପରେ କୱାଲି ଶୁଣିବେ ନେତା…

ନୂଆଦିଲ୍ଲୀ,୧୦।୪ : ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ଏବେ ‘ସବକା ସାଥ, ସବକା ବିଶ୍ୱାସ ଲୋଡୁଛି। ଏହ ମର୍ମରେ ରବିବାର, ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ‘ସ୍କାର୍ଡ ହାର୍ଟ କ୍ୟାଥେଡ୍ରାଲ’ ଚର୍ଚ୍ଚରେ…

ଦିନ ବଢ଼ିବା ସହ ବଢୁଛି ଅସହ୍ୟ ତାତି

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳୁ ତାତି ବଢ଼ିବାରେ ଲାଗିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଅନୁଭୂତ…

ଇମ୍ରାନଙ୍କୁ ସମନ, ୧୧ରେ ହାଜର ହେବେ

ଇସଲାମାବାଦ,୧୦ା୪: ଇସଲାମାବାଦର ଏକ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏପ୍ରିଲ ୧୧ରେ ତୋସାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ, ଅତିରିକ୍ତ ଜିଲା ତଥା ସେସନ୍ସ ଜଜ୍‌ (ଏଡିଏସ୍‌ଜେ)ଇସଲାମାବାଦ କୋର୍ଟ…

ମଝି ଆକାଶରେ ଯାତ୍ରୀ-କ୍ରୁ ସଦସ୍ୟ ଝଗଡ଼ା: ଜରୁରୀକାଳୀନ ଅବତରଣ କଲା ବିମାନ…

ନୂଆଦିଲ୍ଲୀ,୧୦।୪ : ଏୟାର ଇଣ୍ଡିଆର ଦିଲ୍ଲୀ-ଲଣ୍ଡନ (ଏଆଇ-୧୧୧) ବିମାନ ଉଡ଼ାଣ ପରେ ପୁଣି ଫେରି ଆସିଛି। ଏହାର ଜରୁରୀକାଳୀନ ଅବତରଣ କରାଯାଇଛି। ଏୟାର ଇଣ୍ଡିଆ ନିଶ୍ଚିତ କରିଛି ଯେ ଜଣେ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ମଧ୍ୟରେ ମଝି ଆକାଶରେ ଝଗଡ଼ା…

ଜେଲରେ ୪୪ କଏଦୀ ଏଚଆଇଭି ସଂକ୍ରମିତ: ଚିନ୍ତାରେ ପ୍ରଶାସନ…

ନୈନିତାଲ,୧୦।୪ : ଉତ୍ତରାଖଣ୍ଡର ହାଲଦାନି ଜେଲରେ ୪୪ ଜଣ କଏଦୀ ହ୍ୟୁମାନ ଇମ୍ୟୁନୋଡେଫେସିସିସି ଭାଇରସ (ଏଚଆଇଭି) ସଂକ୍ରମିତ ହୋଇଥିବା ଜଣାପଡିଛି। ସୁଶୀଲା ତିୱାରୀ ହସ୍ପିଟାଲର ଏଆରଟି ସେଣ୍ଟର୍‌ ଦାୟିତ୍ୱରେ ଥିବା ଡାକ୍ତର ପରମଜିତ ସିଂ କହିଛନ୍ତି ଯେ ସଂକ୍ରମିତ କଏଦୀଙ୍କ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri