Posted inଜାତୀୟ

ଭାଜପାର ୨୦୨୪ ନିର୍ବାଚନ ପ୍ରସ୍ତୁତି: ଚର୍ଚ୍ଚ ପରେ ଏବେ ଦରଘା ଉପରେ ନଜର, ଇଦ ପରେ କୱାଲି ଶୁଣିବେ ନେତା…

ନୂଆଦିଲ୍ଲୀ,୧୦।୪ : ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ଏବେ ‘ସବକା ସାଥ, ସବକା ବିଶ୍ୱାସ ଲୋଡୁଛି। ଏହ ମର୍ମରେ ରବିବାର, ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ‘ସ୍କାର୍ଡ ହାର୍ଟ କ୍ୟାଥେଡ୍ରାଲ’ ଚର୍ଚ୍ଚରେ ପହଞ୍ଚିଥିଲେ। ତାଙ୍କ ଭଳି ତାଙ୍କ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ଭି ମୁରଲୀଧରନ କେରଳରେ ବିଶପଙ୍କୁ ଭେଟିଥିଲେ। ଇଷ୍ଟରରେ ବିଶଫଙ୍କୁ ଭେଟିଥିବା ଭାଜପା ନେତାଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ପି.କେ କୃଷ୍ଣଦାସ ମଧ୍ୟ ଅଛନ୍ତି।

ସଂଖ୍ୟାଲଘୁମାନଙ୍କ ସହ ଭାଜପା ନେତାମାନେ ନିରନ୍ତର ଯୋଗାଯୋଗ କରୁଛନ୍ତି। ଭାଜପାର କେରଳ ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ଶନିବାର ନେଥମାରସେରୀର ଆର୍କବିଶପ ମାର୍‌ ରେମିଗିୟସ ପଲ ଇନଚାନାଇଲ ସେମୁଙ୍କୁ ଭେଟିଛନ୍ତି। ଅନ୍ୟ ଜଣେ ବରିଷ୍ଠ ନେତା ତଥା ଭାଜପା ରାଜ୍ୟ ଉପ-ସଭାପତିି ଏନ ରାଧାକ୍ରିଷ୍ଣନ ମଧ୍ୟ ଗୁରୁଗାଓଁରେ ମାଲାୟାଟୋର ଚର୍ଚ୍ଚ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ।

ଏହା ନୁହେଁ ଯେ କର୍ନାଟକର ପଡୋଶୀ ରାଜ୍ୟ କେରଳରେ କେବଳ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ବିଶ୍ୱାସ ଜିତିବା ପାଇଁ ଭାଜପା ଚେଷ୍ଟା କରୁଛି। ୨୦୨୪ ନିର୍ବାଚନକୁ ଦୃଷ୍ଟରେ ରଖି
ଭାଜପା ନେତା ଚର୍ଚ୍ଚ ସହିତ ଦରଘା ଉପରେ ମଧ୍ୟ ନଜର ରଖିଛନ୍ତି। ଦେଶର ବୃହତ ସଂଖ୍ୟାଲଘୁ ମୁଦଲମାନ ସମ୍ପ୍ରଦାୟଙ୍କ ବିଶ୍ୱାସ ହାତେଇବା ପାଇଁ ଭାଜପା ନେତା ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତର ପ୍ରଦେଶରେ ଭାଜପା ଚାରିଜଣ ମୁସଲମାନଙ୍କୁ ଏମଏଲସି କରିସାରିଛି।

ଏହି ଅଭିଯାନ ଅନ୍ତର୍ଗତ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ଭାଜପାର ମୁସଲମାନ ନେତାମାନେ ଇଦ ପରେ କୱାଲି ଶୁଣିବା ପାଇଁ ଦରଘା ଯିବେ। କାୱାଲି କାର୍ଯ୍ୟକ୍ରମ ମାଧ୍ୟମରେ ଭାଜପା ନେତାମାନେ ମୁସଲମାନମାନଙ୍କ ବିଶ୍ୱାସ ଜିଣିବାର ଚେଷ୍ଟା କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ସମସ୍ତ ଯୋଜନାର ଲାଭ ମୁସଲମାନମାନଙ୍କୁ କୌଣସି ଧାର୍ମିକ ଭେଦଭାବ ବିନା ଦିଆଯାଉଛି ବୋଲି ମୁସଲମାନଙ୍କୁ ସୂଚନା ପ୍ରଦାନ କରାଯାଉଛି।

ଉତ୍ତରପ୍ରଦେଶ ପୌର ପରିଷଦ ନିର୍ବାଚନ ପରେ ସମସ୍ତ ସହରରେ ସୁଫି ସଂଳାପ ଆୟୋଜନ କରାଯିବ ବୋଲି ଯୋଜନା କରାଯାଇଛି। ଏଥିପାଇଁ ଭାଜପା ମାଇନରିଟି ମୋର୍ଚ୍ଚ ପକ୍ଷରୁ ସୁଫି ଦରଘା ଏବଂ ସେମାନଙ୍କ ଖାଦିମଙ୍କର ତାଲିକା ମାଗିଛି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାଜପା ୪୦୦ ଲୋକସଭା ଆସନର ଟାର୍ଗେଟ କରିଛି। ଏଥିପାଇଁ ଭାଜପା ନେତାମାନେ ସମସ୍ତ ସମ୍ପ୍ରଦାୟକୁ ଏକାଠି କରି ସମସ୍ତଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି।
ନିକଟରେ କର୍ନାଟକର କଳାକାର ଶାହ ରସିଦ ଅହମ୍ମଦ କାଦ୍ରିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କାଦ୍ରି କହିଥିଲେ ଯେ ସେ କେବେ ଭାବି ନ ଥିଲେ ଯେ ଭାଜପା ସରକାରଙ୍କ ଦ୍ୱାରା ସେ ଏପରି ସମ୍ମାନ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?