ଭାରତ-ଚାଇନା ସୀମା ବିବାଦ, ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ
ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୩ ଦେଶ(ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ)କୁ ୬ ଦିନିଆ ଗସ୍ତରେ ଯାଇଛନ୍ତି। ହେଲେ ଏହି ଗସ୍ତ ପୂର୍ବରୁ ଭାରତ-ଚାଇନା ସୀମା ବିବାଦ ଓ ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ଏକ ସାକ୍ଷାତକାର…
ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯।୫: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ବୈଜ୍ଞାନିକ ପରୀକ୍ଷଣ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏବେ ମୁଖ୍ୟ ମାମଲା ସହ ପରବର୍ତ୍ତି ଶୁଣାଣି ହେବ। ଆଲ୍ଲାହାବାଦ ହାଇକୋର୍ଟଙ୍କ ବୈଜ୍ଞାନିକ ଯାଞ୍ଚ ନିର୍ଦ୍ଦେଶ ପରେ ମସଜିଦ କମିଟି ରୋକ…
ଆଦାନୀ-ହିଣ୍ଡେନବର୍ଗ ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା କମିଟି
ନୂଆଦିଲ୍ଲୀ,୧୯।୫: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଗଠିତ ବିଶେଷଜ୍ଞ କମିଟି ସୁପ୍ରିମକୋର୍ଟରେ ଏହାର ରିପୋର୍ଟ ଦାଖଲ କରିଛି। ୧୭୩ ପୃଷ୍ଠା ସମ୍ବଳିତର ଏହି ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ଏସ୍ଇବିଆଇ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଆଦାନୀ ଗ୍ରୁପ ଦ୍ୱାରା ଭୂଲ ହୋଇଥିବାର ଦେଖିବାକୁ ମିଳଲା…
‘ମୁଁ ଯେଉଁ ଅଭିଯାନରେ ଲାଗିଛି ତାହା କର୍ନାଟକ ନିର୍ବାଚନରୁ ଶୁଭାରମ୍ଭ ହୋଇଛି’: ନୀତୀଶ କୁମାର
ପାଟନା,୧୯।୫: କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ସାରିଛି କଂଗ୍ରେସ। ଶନିବାର ଅର୍ଥାତ୍ ମେ’ ୨୦ରେ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ଶିବକୁମାର
ନୂଆଦିଲ୍ଲୀ,୧୯।୫: କର୍ନାଟକରେ ଶନିବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସ ସଭାପତି ଡି.କେ ଶିବକୁମାର ଦିଲ୍ଲୀରେ ପହଞ୍ଚିଛନ୍ତି। ଶିବକୁମାର କହିଛନ୍ତି , ମୁଁ…
ଜି -୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା
ଜମ୍ମୁ,୧୯।୫: ଜି-୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀନଗରରେ ୨୨-୨୫ ମେ’ ମଧ୍ୟରେ ଏହି ବୈଠକ ହେବାକୁ ଯାଉଛି। ଏହା ପୂର୍ବରୁ ପାକିସ୍ତାନର ସମସ୍ତ ପ୍ରକାର ଯୋଜନାର ଗୁମର ଖୋଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ମାର୍କୋସ କମାଣ୍ଡୋଙ୍କୁ…
କର୍ନାଟକ ପରେ ଏବେ ବିହାରକୁ ଭୟ: ତେଜସ୍ବୀ ଯାଦବ
ପାଟନା,୧୯।୫: ଜମି ବଦଳରେ ଚାକିରି ଦେବା ମାମଲାରେ ଗୁରୁବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଜସ୍ବୀ ଯାଦବଙ୍କ ମା’ ରାବ୍ରି ଦେବୀଙ୍କୁ ଇଡି ଜେରା କରିଥିଲା। ଏହାକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଶୁକ୍ରବାର କହିଛନ୍ତି, ଜମି ବଦଳରେ ଚାକିରି ମାମଲାକୁ…
ଆଇପିଏଲ ୬୬ ତମ ମ୍ୟାଚ: ପଞ୍ଜାବ-ରାଜସ୍ଥାନ ମୁହାଁମୁହିଁ
ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ)କୁ ଭେଟିବ ରାଜସ୍ଥାନ ରୟାଲ୍ସ (ଆରଆର)। ଶୁକ୍ରବାର ଏହି ମ୍ୟାଚ ଧର୍ମଶାଳା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ସିଜନରେ ଉଭୟ ଦଳର ଶେଷ ଲିଗ ମ୍ୟାଚ। ଏ ପର୍ଯ୍ୟନ୍ତ ୧୩-୧୩…
୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି -୭ ଶିଖର…
ଆହୁରି ୩ ଦିନ ତାତି
ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍ସିୟସ…
୩ ଜିଲାକୁ ସମ୍ପ୍ରସାରିତ ହେବ ମୋ ବସ୍ ସେବା
ଭୁବନେଶ୍ବର, ୧୯।୫(ବ୍ୟୁରୋ): ରାଜ୍ୟର ଆଉ ୩ ଜିଲାକୁ ମୋ ବସ୍ ସେବା ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ମୋ ବସ୍ ଗଡ଼ିବ ବୋଲି ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ…
ଯୋଜନାର ଅଗ୍ରଗତି ସମ୍ପର୍କିତ ପଦକ୍ଷେପ ନେଇହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୧୯ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡାଟା ଏବଂ ଆନାଲିଟିକ୍ସ-ପରିଚାଳିତ ପ୍ଲାଟ୍ଫର୍ମ ରାଜ୍ୟ ଡାସ୍ବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ।…
Archives


