Home Middle

ଭାରତ-ଇଜିପ୍ଟ ସମ୍ପର୍କ ‘ରଣନୀତିକ ସହଭାଗିତା’ରେ ପରିଣତ

କାଇରୋ, ୨୬ା୬(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଇଜିପ୍ଟ ଗସ୍ତରେ ଯାଇ ରବିବାର ରାଷ୍ଟ୍ରପତି ଅବଦେଲ, ଫତହ ଏଲ୍‌-ସିସିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନାରେ ରାଜନୈତିକ ଓ ସୁରକ୍ଷା ସହଯୋଗ ବଢ଼ାଇକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା।…

ଗଞ୍ଜେଇ ଚାଷ କରୁଥିବା ୫ ଡାକ୍ତରୀ ଛାତ୍ର ଗିରଫ

ଶିବମୋଗା, ୨୬ା୬ : କର୍ନାଟକର ଶିବମୋଗାରେ ଗଞ୍ଜେଇ ଚାଷ କରିବା ସହ ଚୋରା କାରବାର କରିବା ଅଭିଯୋଗରେ ୫ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଭଡ଼ାଘରେ ରହୁଥିଲେ। ସେମାନେ ଘର ଭିତରେ ଗଞ୍ଜେଇ…

କୁସ୍ତି ମହାସଂଘ ନିର୍ବାଚନ ସ୍ଥଗିତ

ଗୁଆହାଟୀ/ନୂଆଦିଲ୍ଲୀ,୨୬ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୧୧ରେ ଅନୁଷ୍ଠିତ ହେବ ନାହିଁ। ଆସାମ କୁସ୍ତି ସଂଘ (ଏଡବ୍ଲ୍ୟୁଏ) ପକ୍ଷରୁ ଦାଖଲ ଏକ ଆବେଦନକ୍ରମେ ରବିବାର ଗୁଆହାଟୀ ହାଇକୋର୍ଟ ଏହି ବହୁପ୍ରତୀକ୍ଷିତ…

ଫେରିଲାଣି ଦୁଇତୃତୀୟାଂଶ ୨,୦୦୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୬ା୬ : ମେ’ ୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଜାରରେ ପ୍ରଚଳିତ ପ୍ରାୟ ୩.୨୬ ଲକ୍ଷ କୋଟି ଟଙ୍କାର ୨ ହଜାରିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା କରିଥିଲା। ସେବେଠୁ ଅଦ୍ୟାବଧି ଏହାର ଦୁଇ-ତୃତୀୟାଂଶରୁ ଉର୍ଦ୍ଧ୍ୱ ୨,୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କଗୁଡ଼ିକୁ…

ଭୟଙ୍କର ବସ୍‌ ଦୁର୍ଘଟଣା: ୧୨ ମୃତ

ଦିଗପହଣ୍ଡି,୨୬ା୬(ଅଶେଷ ନାଥ କର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ରବିବାର ବିଳମ୍ବିତ ରାତିରେ ଦୁଇ ବସ୍‌ ମଧ୍ୟରେ ମୁହାଁମିୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ମହିଳା ଓ…

କ୍ଷଣିକ ବିଦ୍ରୋହ, ଦୀର୍ଘ ପରିଣାମ

ମସ୍କୋ,୨୬ା୬: ରୁଷିଆର ଘରୋଇ ସେନା ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ କରିଥିବା ବିଦ୍ରୋହର ଅବଧି ସ୍ବଳ୍ପ ହୋଇପାରେ। କିନ୍ତୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପାଇଁ ଏହାର ପରିଣାମ ଦୀର୍ଘସ୍ଥାୟୀ ହେବ। ବିଶ୍ୱର ଅନ୍ୟ ଭୂଖଣ୍ଡଗୁଡ଼ିକରେ ମଧ୍ୟ ଏକଚ୍ଛତ୍ରବାଦୀ ଶାସକମାନଙ୍କ ଉଦ୍ଦେଶ୍ୟରେ…

୨୭ ଯାଏ ବର୍ଷିବ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଆଗାମୀ ଦୁଇଦିନ ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ…

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ୍‌

ପୁରୀ, ୨୬ା୬(ଅଜିତ୍‌ ମହାନ୍ତି): କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍‌ରେ ଭାଇରାଲ…

ଆଜି ସରୁଛି ଯୁକ୍ତ୨ ନାମଲେଖା ଆବେଦନ

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହେଉଛି। ସାମସ୍‌ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ,…

ସ୍ବାମୀଙ୍କ ଅଧା ସମ୍ପତ୍ତି ଉପରେ ସ୍ତ୍ରୀଙ୍କର ଅଧିକାର: ହାଇକୋର୍ଟ…

ଚେନ୍ନାଇ,୨୫।୬ : ମାଡ୍ରାସ ହାଇକୋର୍ଟ କହିଛନ୍ତି ଜଣେ ଗୃହିଣୀ ତାଙ୍କ ସ୍ବାମୀଙ୍କ ସମ୍ପତ୍ତିର ଅଧା ପାଇବାକୁ ହକଦାର। ଜଷ୍ଟିସ କୃଷ୍ଣ ରାମସ୍ବାମୀଙ୍କ ଏକକ ବେଞ୍ଚ କହିଛନ୍ତି ଜଣେ ଗୃହିଣୀ ବିନା ଛୁଟିରେ ୨୪ ଘଣ୍ଟା ଘର କାମ କରନ୍ତି। ଘରର ଯତ୍ନ…

ପଶ୍ଚିମବଙ୍ଗକୁ ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ…

କୋଲକାତା,୨୫।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ପୁନର୍ବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଶିଷ୍ଟ କେନ୍ଦ୍ରୀୟ ବାହିନୀ ପଠାଇବାକୁ ଦାବି କରିଛନ୍ତି। ସୂତ୍ର ଅନୁଯାୟୀ, ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବା…

୬ ମୁସଲମାନ ଦେଶ ଉପରେ ବୋମା ମାଡ଼ କରିଥିଲା ଆମେରିକା: ଓବାମାଙ୍କ ମନ୍ତବ୍ୟ ନେଇ ମୋଦିଙ୍କ ସୁରକ୍ଷା ପାଇଁ ବାହାରିଲେ ସୀତାରମଣ…

ନୂଆଦିଲ୍ଲୀ,୨୫।୬ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସାକ୍ଷାତକାରରେ କହିଥିଲେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri