ଏଣିକି ଶ୍ରୀଲଙ୍କା ସହ ୟୁପିଆଇ ମାଧ୍ୟମରେ ପେମେଣ୍ଟ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଚୁକ୍ତି ବିନିମୟ ହୋଇଛି। ଏହି ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ଶ୍ରୀଲଙ୍କାରେ ୟୁପିଆଇ ସ୍ବୀକୃତି ପାଇଁ ଏକ ନେଟୱାର୍କ-ଟୁ-ନେଟୱାର୍କ ଡିଲ…
ମଣିପୁର ଲଜ୍ଜା: ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସଫେଇ
ଇମ୍ଫାଲ,୨୧।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ପରେଡ କରିବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାର ଅଭିଯୋଗର ସ୍ପଷ୍ଟୀକରଣ ଦେଇଛି ଜାତୀୟ ମହିଳା ଆୟୋଗ। ମହିଳା ଆୟୋଗର ଅଧ୍ୟକ୍ଷ…
ଜୁଲାଇ ୨୪ ପର୍ଯ୍ୟନ୍ତ ଉଭୟ ଗୃହ ସ୍ଥଗିତ
ନୂଆଦିଲ୍ଲୀ,୨୧।୭: ମୌସୁମୀ ଅଧିବେଶନର ଆଜି ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ମଣିପୁର ଘଟଣାକୁ ନେଇ କ୍ରମାଗତ ଭାବେ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି। ଲୋକ ସଭାକୁ ଜୁଲାଇ ୨୪ ଅର୍ଥାତ୍ ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା…
ରାଜସ୍ଥାନୀ ଭାଷାକୁ ସାମ୍ବିଧାନିକ ଭାଷା ଭାବେ ମାନ୍ୟତା ଦେବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୭: ଦେଶର ଅଷ୍ଟମ ସାମ୍ବିଧାନିକ ସରକାରୀ ଭାଷାରେ ରାଜସ୍ଥାନୀ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାଖଲ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯାଚିକାରେ ଅପିଲ କରାଯାଇଥିଲା କି, ସୁପ୍ରିମକୋର୍ଟ ରାଜସ୍ଥାନୀ ଭାଷାକୁ ସରକାରୀ ଭାଷା ଭାବରେ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ…
ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ
ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି ଅଧିକ ହେବ। ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି ଯେ…
୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ
ଭୁବନେଶ୍ୱର,୨୧ା୭(ଅସାମାପିକା ସାହୁ): ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର…
ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଗୁଜରାଟ ସରକାର-ପୁର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୪ରେ ପରବର୍ତ୍ତି ଶୁଣାଣି
ନୂଆଦିଲ୍ଲୀ,୨୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡିତ ଆପରାଧିକ ମାନହାନୀ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଏହି ମାମଲାରେ କୋର୍ଟ ପୁର୍ଣ୍ଣେଶ ମୋଦି ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୪ରେ…
ମନ କି ବାତରେ ଘଣ୍ଟା ଘଣ୍ଟା ଧରି କହୁଥିବା ପ୍ରଧାନମନ୍ତ୍ରୀ, ମଣିପୁର ଘଟଣାକୁ ନେଇ ୩୬ ସେକେଣ୍ଡରେ କହିଦେଲେ: ପୂର୍ବତନ ରାଜ୍ୟପାଳ ମଲିକ
ନୂଆଦିଲ୍ଲୀ,୨୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କିଛିଦିନ ହେବ ବିଭିନ୍ନ ପ୍ରସଙ୍ଗରେ ନିଜର ବୟାନ ରଖି ଆସୁଛନ୍ତି ଚର୍ଚ୍ଚାକୁ। ଏଥର ମଣିପୁର ହିଂସାରେ କୁକି ମହିଳାଙ୍କ ସହ ହୋଇଥିବା ବର୍ବରତା ସାମ୍ନାକୁ ଆସିବା ପରେ ମଲିକ ତାଙ୍କ ବୟାନ ରଖି…
‘ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନ ପସନ୍ଦ’, ଆମେରିକା ରାଷ୍ଟ୍ରଦୂତ କହିଲେ, ‘ଆମର ସମ୍ପର୍କ ଅଧ୍ୟାପକ ଛାତ୍ର ଭଳି ନୁହେଁ’
ଓ୍ବାଶିଂଟନ,୨୧।୭: ବିଶ୍ୱର ସବୁଠାରୁ ଦୁଇଟି ବଡ ଗଣତନ୍ତ୍ର ଦେଶରେ ଆଗାମୀ ବର୍ଷ ନିର୍ବାଚନ ହେବାକୁ ଯାଉଛି। ଆମେରୀକାରେ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ସେପଟେ ଭାରତରେ ସଂସଦ ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଭାରତରେ ଥିବା ଆମେରିକାର…
୧୦୫ ଲୋକ ସଭା ଆସନରେ ଭାଜପାକୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ
ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ଏନଡିଏ ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ରାଜନୈତିକ ଯୁଦ୍ଧଭେରି ବଜାଇବା ଆରମ୍ଭ କରିସାରିଛି। ଅନ୍ୟପକ୍ଷରେ, କଂଗ୍ରେସ ସହିତ ୨୬ଟି ବିରୋଧୀ ଦଳ ଇଣ୍ଡିଆନ ନାଶନାଲ…
ଖାର୍ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧ା୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୮୧ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍ କରି କହିଛନ୍ତି, ‘ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ…
ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୭: ମୋଦି ଉପନାମ ମନ୍ତବ୍ୟ ସହ ଜଡିତ ମାନହାନି ମାମଲାରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତ ରଖିବାକୁ ଏକ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ।…
Archives


