ଇରାନର ସଂସଦରେ ହେଡକାର୍ଫ ଆଇନ ପ୍ରଣୟନ…
ତେହେରାନ,୨୧।୯ : ସର୍ବସାଧାରଣ ସ୍ଥାନରେ ବାଧ୍ୟତାମୂଳକ ଇସଲାମିକ ମୁଦି ପିନ୍ଧିବାକୁ ମନା କରୁଥିବା ମହିଳା ଏବଂ ସେମାନଙ୍କୁ ସମର୍ଥନ କରୁଥିବା ମହିଳାଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ଇରାନର ସଂସଦ ଏକ ବିଲ ଅନୁମୋଦନ କରିଛି। ଦେଶର ଡ୍ରେସ କୋଡ ଉଲ୍ଲଂଘନ…
ଅକ୍ଷୟ ଶକ୍ତିରେ ଭାରତର ପଦକ୍ଷେପ ଯଥେଷ୍ଟ ନୁହେଁ
ନୂଆଦିଲ୍ଲୀ,୨୧।୯: ଭାରତରେ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିଥିଲେ ମଧ୍ୟ ଏବେ ବି ଏହା ୧.୫ ଡିଗ୍ରୀ ସେଲସିୟସ୍ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହୋଇନାହଁି। ତାପଜ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ଦେଶ ପଛୁଆ ରହିଥିବା ମଙ୍ଗଳବାର ଜଳବାୟୁ ଆକ୍ସନ ଟ୍ରାକର ପକ୍ଷରୁ…
ସାଧାରଣତନ୍ତ୍ର ଦିବସକୁ ବାଇଡେନ୍ ଆମନ୍ତ୍ରିତ
ନୂଆଦିଲ୍ଲୀ,୨୧ା୯: ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଥିବା ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ଜି୨୦ ସମ୍ମିଳନୀ ଅବସରରେ ବାଇଡେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ତାଙ୍କୁ ୨୦୨୪ ଜାନୁୟାରୀ…
୧୯୯୮ ରାୟର ପୁନଃ ଯାଞ୍ଚ କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧ା୯ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏମ୍ପିମାନଙ୍କୁ ଲାଞ୍ଚ ଦେବା ଘଟଣାରେ ପି.ଭି. ନରସିଂହ ରାଓ ସରକାରଙ୍କ ସମ୍ପୃକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ୧୯୯୮ ରାୟର ପୁନଃ ଯାଞ୍ଚ କରିବା ଲାଗି ସର୍ବୋଚ୍ଚ ଅଦାଲତ ବୁଧବାର ରାଜି ହୋଇଛନ୍ତି। ଏହା ଏକ…
୪୨% ଯୁବ ଗ୍ରାଜୁଏଟ୍ ବେରୋଜଗାର
ନୂଆଦିଲ୍ଲୀ,୨୧।୯: ଭାରତର ଦ୍ରୁତ ଅଭିବୃଦ୍ଧି ସହ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହୋଇଥିବାବେଳେ ଦେଶର ପ୍ରାୟ ୪୨% ଯୁବ ଗ୍ରାଜୁଏଟ ବେରୋଜଗାର ରହିଥିବା ଅଜିମ୍ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଦେଶରେ ବେକାରି…
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅପରିହାର୍ଯ୍ୟ
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି…
କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ବିପଦ
ନୂଆଦିଲ୍ଲୀ,୨୧ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜାରଙ୍କୁ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇପଡ଼ିଛି। ପରସ୍ପର ଜଣେ ଲେଖାଏ କୂଟନୀତିଜ୍ଞ ବହିଷ୍କାର କରିଛନ୍ତି।…
ଆଜେରବାଇଜାନ ନାଗର୍ନୋ-କରାବାଖ ଅଞ୍ଚଳକୁ ଦଖଲ କଲା, ଆର୍ମେନିଆ ଯୁଦ୍ଧ ବନ୍ଦ କରିବାକୁ ରାଜି…
ବାକୁ, ୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏହା ସହ ଆର୍ମେନିଆ ଆଜେରବାଇଜାନ ସହ ଅସ୍ତ୍ରବିରତି କରିବାକୁ ରାଜି ହୋଇଛି। ଅସ୍ତ୍ରବିରତି ହେବାର ଏକ ଘଣ୍ଟା…
ରୁଷିଆକୁ ଭେଟୋ ଶକ୍ତିରୁ ବଞ୍ଚିତ କରାଯିବା ଉଚିତ: ୟୁଏନଏସସିରେ ଜେଲେନସ୍କି…
ନ୍ୟୁୟର୍କ,୨୧।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦକୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରୁଷିଆକୁ ୟୁକ୍ରେନ ସହ ଯୁଦ୍ଧ କରିଥିବାରୁ ସମାଲୋଚନା କରିଥିଲେ। ଏଥିସହ ସେ ରୁଷିଆରୁ ଭିଟୋ ଶକ୍ତି ଛଡ଼ାଇବାକୁ ଦାବି କରିଛନ୍ତି।…
କୋଲକାତାରେ ବିମାନର ଜରୁରୀ ଅବତରଣ
କୋଲକାତା,୨୦ା୯: ଓ୍ବିଣ୍ଡଶିଲ୍ଡରେ ଫାଟ ଦେଖାଯିବାରୁ ବୁଧବାର ମୁମ୍ବାଇ ଯାଉଥିବା ସ୍ପାଇସ୍ଜେଟ୍ର ଏକ ବିମାନକୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ସ୍ପାଇସ୍ଜେଟ୍ ବି୭୩୭ ବିମାନରେ ୧୭୬ ଯାତ୍ରୀ ଏବଂ ୬ ଜଣ କ୍ୟାବିନ୍ କ୍ରିଉ…
ମୋ’ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ମୁଁ କୃତଜ୍ଞ: ପ୍ରମିଳା
ଭୁବନେଶ୍ୱର,୨୦ା୯(ଅନିଲ ଦାସ): ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତ। ଏ ନେଇ ବିଜେଡି ପକ୍ଷରୁ ବୁଧବାର ତାଙ୍କ ନାମ ଘୋଷଣା କରାଯାଇଛି। ସେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ…
ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାସ୍
ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩) ଲୋକସଭାରେ ପାରିତ ହୋଇଛି। ସ୍ଲିପ ଦ୍ୱାରା ଭୋଟିଂ କରାଯାଇଥିଲା। ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିରୋଧରେ ଦୁଇଟି ଭୋଟ ଦିଆଯାଇଥିଲା। ଭୋଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ…
Archives


