ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଗୋଟିଏ ପଟେ ଆମେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ବିଷୟରେ କହୁଛୁ, ଅନ୍ୟ ପଟେ ଜିଏସଟି ପରିଷଦ ଏପରି ଅନେକ ନିଷ୍ପତ୍ତି ନେଉଛି ଯାହା ଆମ ଦେଶର ଷ୍ଟାର୍ଟଅପ ଶିଳ୍ପକୁ ନଷ୍ଟ କରିବାକୁ ଯାଉଛି। ଶନିବାର ଅନୁଷ୍ଠିତ ହେବାକୁ ଥିବା ଜିଏସଟି ବୈଠକରେ ଅର୍ଥମନ୍ତ୍ରୀ ଅନଲାଇନ ଗେମିଂ ଉପରେ ୨୮ଶତକଡା ଟିକସ ଉପରେ ଆଲୋଚନା କରିବାକୁ ଯାଉଛନ୍ତି।

ଅତିଶୀ କହିଛନ୍ତି, ଭାରତରେ ଅନଲାଇନ ଗେମିଂ ଷ୍ଟାର୍ଟଅପ ଅର୍ଥବ୍ୟବସ୍ଥା ଏବଂ ଷ୍ଟାର୍ଟଅପ ସେକ୍ଟରରେ ବଡ ଏଣ୍ଟରପ୍ରେନର ଭାବେ ଅଛି। ଅନଲାଇନ ଗେମିଂରେ ୮୦ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଅନ୍ଲାଇନ ଗେମିଂ ଇଣ୍ଡଷ୍ଟ୍ରିରେ ୧୭ହଜାର କୋଟି ଟଙ୍କା ମୂଲ୍ୟର ବିଦେଶୀ ପୁଞ୍ଜି ନିବେଶ ହୋଇଛି। ଅନଲାଇନ ଗେମିଂ ଇଣ୍ଡଷ୍ଟ୍ରିରେ ଏତେ ଅଭିବୃଦ୍ଧି ଘଟିଛି ଯେ ସାରା ଦେଶରେ ୪୦ କୋଟିରୁ ଅଧିକ ଲୋକ ଅଛନ୍ତି ଯେଉଁମାନେ ଲୁଡୋ, କ୍ୟାରାମ ପରି ଛୋଟ ଗେମିଂକୁ ମନୋରଞ୍ଜନ ଭାବରେ ବ୍ୟବହାର କରନ୍ତି।

ତେବେ ଏହି ୱେବସାଇଟ ଶିଳ୍ପ ଉପରେ ୨୮ଶତକଡା ଟିକସ ଲାଗୁ ହେଲେ ଏହା ଶିଳ୍ପ ଉପରେ ବହୁତ ପ୍ରଭାବ ପକାଇବ। ତେବେ ଜିଏସଟି ବୈଠକରେ ଦିଲ୍ଲୀ ସରକାର ଏହି ନିୟମକୁ ବିରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?