Posted inଜାତୀୟ

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌-ପାର୍ଟନର ଆଫତାବ ପୁନାଓ୍ବାଲା ହତ୍ୟା କରି ୩୫ ଖଣ୍ଡ କରିଥିଲେ ଏବଂ ସେଗୁଡ଼ିକୁ ୧୮ ଦିନ ଯାଏ ଫ୍ରିଜ୍‌ରେ ରଖି ଜଙ୍ଗଲ ମଧ୍ୟରେ ଫିଙ୍ଗିଥିଲେ। ପାଣ୍ଡବ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ହତ୍ୟା କରିବା ପରେ ମୃତଦେହକୁ ୧୦ ଖଣ୍ଡ କରି ଫ୍ରିଜ୍‌ରେ ରଖିବା ସହ ପ୍ରମାଣ ଲୁଚାଇବା ଲାଗି ଏହାକୁ ବିଭିନ୍ନ ସମୟରେ ନେଇ ଦୂରରେ ଫିଙ୍ଗିଦେଇଥିଲେ। ପୋଲିସ ସୋମବାର ଅଭିଯୁକ୍ତା ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ଅଞ୍ଜନ ଦାସ (୪୫)ଙ୍କୁ ତାଙ୍କ ସ୍ତ୍ରୀ ପୁନମ(୪୮) ଏବଂ ସାବତ ପୁଅ ଦୀପକ (୨୫) ହତ୍ୟା କରିଥବା ସ୍ବୀକାର କରିଛନ୍ତି। ଗତ ଜୁନ୍‌ ମାସରେ ମୃତଦେହର ବିଭିନ୍ନ ଅଙ୍ଗ କଲ୍ୟାଣପୁରୀ ଅଞ୍ଚଳର ରାମଲୀଳା ମଇଦାନ ଓ ଅନ୍ୟ ସ୍ଥାନରୁ ମିଳିଥିଲା। ତାହା ଅଞ୍ଜନଙ୍କ ଶରୀରର ଅଙ୍ଗ କି ନୁହେଁ, ତାହାର ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯିବ। ଅଭିଯୁକ୍ତା ସ୍ତ୍ରୀ ଓ ସାବତ ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୦୨(ହତ୍ୟା) ଓ ୨୦୧(ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେବା)ରେ ପାଣ୍ଡବ ନଗର ଥାନାରେ ମାମଲା ରୁଜୁ ହୋଇଛି।
ବିହାରରେ ଅଞ୍ଜନଙ୍କର ଅନ୍ୟ ଜଣେ ସ୍ତ୍ରୀ ଓ ୮ ପୁଅ ଅଛନ୍ତି, ଯାହା ସେ ପୁନମ୍‌ଙ୍କୁ ଲୁଚାଇଥିଲେ। ଏହା ବ୍ୟତୀତ ସେ ସାବତ ଝିଅ ଏବଂ ସାବତ ପୁଅଙ୍କ ସ୍ତ୍ରୀ ଉପରେ ପାପ ନଜର ପକାଉଥିବା ସନ୍ଦେହ କରି ମାଆ-ପୁଅ ତାଙ୍କୁ ହତ୍ୟା କରିଥିବା କହିଛନ୍ତି। ସେମାନେ ଅଞ୍ଜନଙ୍କ ପାନୀୟରେ ନିଦ ଔଷଧ ମିଶାଇ ତାଙ୍କୁ ସଂଜ୍ଞାହୀନ କରିଦେବା ପରେ ଛୁରି ଓ ଡାଗର ସାହାଯ୍ୟରେ ହତ୍ୟା କରିଥିଲେ।ଏହା ପରେ ତାଙ୍କ ତଣ୍ଟି କାଟି ରକ୍ତ ସମ୍ପୂର୍ଣ୍ଣ ବାହାରିଯିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହା ପରେ ମାଆ-ପୁଅ ମୃତଦେହକୁ ୧୦ ଖଣ୍ଡ କରି ଫ୍ରିଜ୍‌ରେ ରଖିବା ସହ ୩/୪ ଦିନ ମଧ୍ୟରେ ପୂର୍ବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ଓ ଖପୁରିକୁ ପୋତିଦେଇଥିଲେ ବୋଲି ପୋଲିସକୁ କହିଛନ୍ତି। ମେ’ ମାସରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଜୁନ୍‌ରେ ପୋଲିସ ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶ ପାଇବା ପରେ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ମୃତଦେହ ଅଞ୍ଜନଙ୍କର ବୋଲି ଚିହ୍ନଟ ହେବା ପରେ ଏନେଇ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାଏର ହୋଇ ନ ଥିବାରୁ ପୁନମ୍‌ ଓ ଦୀପକଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ଜେରା ବେଳେ ସେମାନଙ୍କ କଥାରେ ତାଳମେଳ ରହି ନ ଥିଲା ଏବଂ ଶେଷରେ ସେମାନେ ଅପରାଧ ଘଟାଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉତ୍ସବ: ନୀତିନିୟମ ସମ୍ପର୍କରେ କରାଗଲା ସଚେତନ

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯୁକ୍ତ ୨ ପ୍ରଥମ…

ଘରୁ ବାହାରିଲା ବୃଦ୍ଧାଙ୍କ ପଚାସଢା ମୃତଦେହ : କାନ୍ଧ ଦେଲେନି ବନ୍ଧୁପରିଜନ, ଶେଷରେ ସତ୍କାର କଲେ ଆଇଆଇସି

ପୁରୁଷୋତ୍ତମପୁର,୨୮। (ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପରିବାର ଓ ବନ୍ଧୁବର୍ଗଙ୍କ ମାନବିକତା ହଜିଯାଇଛି…

CJP ଆନ୍ଦୋଳନରେ ପୋଲିସର ବର୍ବରତାକୁ ନେଇ ରାଗିଗଲେ ସୁପ୍ରିମକୋର୍ଟ, ସିଧା ଶୁଣାଇଦେଲେ…

ନୂଆଦିଲ୍ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି…

ବଢୁଛି ବୈତରଣୀ: ଚାରିଆଡ଼େ ଜଳମଗ୍ନ

କେନ୍ଦୁଝର, ୨୮।୭: (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ…

ସକାଳୁ କାମରେ ଆସୁଥିଲେ ସୁଶାନ୍ତ: ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଲା କାର୍‌, ଅବସ୍ଥା ଗୁରୁତର ହେବାରୁ…

ଦିଗପହଣ୍ଡି,୨୮।୭(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ପୁଞ୍ଜିକଂୟା ଛକ ନିକଟ ବିଏସଏନଏଲ ଅଫିସ ସମ୍ମୁଖରେ ମଙ୍ଗଳବାର ସକାଳେ ଏକ ଦ୍ରୁତଗାମୀ କାର୍‌…

ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କଲା STF

ଭୁବନେଶ୍ୱର,୨୮।୭: ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛି STF ଟିମ୍‌। ଟାର୍ଗେଟରେ ଥିବା ଗଞ୍ଜାମ ଜିଲାର ୩ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। STF ଗିରଫ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ବଡ଼ ଘୋଷଣା କରିଦେଲେ ଶରଦ ପାୱାର: ରାଜନୀତିରେ ପଡିଗଲା ଚହଳ

ମୁମ୍ବାଇ,୨୮।୭: ମହାରାଷ୍ଟ୍ରରେ ଏନ୍‌ସିପିର ଉଭୟ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପିି-ଏସପି (NCP-SP) ର ମୁଖ୍ୟ ଶରଦ ପାୱାରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri