ରାଜ୍ୟ ସରକାର ଆବାସ ଘର ବଣ୍ଟନରେ ସାଧୁତା ଅବଲମ୍ବନ କରନ୍ତୁ: ଧର୍ମେନ୍ଦ୍ର
ଭୁବନେଶ୍ବର,୨୧।୧(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଘର ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଚାପ ନ ପକାଇ ତାଲିକାରେ ସାଧୁତା ଅବଲମ୍ବନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ଶୁକ୍ରବାର ଧର୍ମେନ୍ଦ୍ର ଗଣମାଧ୍ୟମକୁ…
ସରକାର ଲୋକଙ୍କ ଧ୍ୟାନ ହଟାଇ ଲୁଟ୍ କରୁଛନ୍ତି: ରାହୁଲ
ଲଖନପୁର,୨୧।୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏଠାରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରକୁ ସେ ଗଣଲୁଟେରା କରିଛନ୍ତି।…
ଖାଇକୁ ଖସିଲା ବସ୍: ୫ ମୃତ,୧୫ ଆହତ
ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀରରେ ଏକ ମିନି ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଫଳରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଠୁଆ ଜିଲାର ବିଲ୍ଲାଓ୍ବାର…
ପଶ୍ଚିମବଙ୍ଗରେ ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ
କୋଲକାତା,୨୧ ।୧: ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପୁଣିଥରେ ପଥରମାଡ ହୋଇଛି । ଘଟଣା ଦାଲକୋଲା ଷ୍ଟେଶନରେ ଶୁକ୍ରବାର ଯେତେବେଳେ ନୂଆ ହାୱଡା-ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଥିଲା । ଟ୍ରେନ୍ ଦାଲକୋତ ଷ୍ଟେଶନ ଛାଡୁଥିବା…
ପ୍ରଧାନପାଟ ଉତ୍ସବରେ ଅତିଥି ଚୟନକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ
ଦେବଗଡ଼, ୨୧।୧(ଡି.ଏନ୍.ଏ.): ପ୍ରଧାନପାଟସ୍ଥିତ ବଡ଼ବଗିଚାଠାରେ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଉତ୍ସବ ପ୍ରଧାନପାଟ ଅନୁଷ୍ଠିତ ହେଉଛି। ତେବେ ପ୍ରଧାନପାଟ ଉତ୍ସବରେ ଅତିଥି ଚୟନକୁ ନେଇ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।…
ଅଗ୍ନିକାଣ୍ଡରେ ୨ ପରିବାର ସର୍ବସ୍ବାନ୍ତ
ରାସୋଳ, ୨୧।୧(ଡି.ଏନ୍.ଏ.): ହିନ୍ଦୋଳ ବ୍ଲକ ରାସୋଳ ଥାନା ବୁହାଳିପାଳ ଗ୍ରାମ ବାଲିପଶି ସାହିରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ଏହାର କାରଣ ଜଣାପଡ଼ିନାହିଁ। ରସାନନ୍ଦ ପ୍ରଧାନ (୮୦) ଏବଂ ସଂଯୁକ୍ତା ପ୍ରଧାନ (୪୫)ଙ୍କ ଘର ସମ୍ପୂର୍ଣ୍ଣ ଛାରଖାର…
କୁମ୍ଭୀରକୁ ବାଇକ୍ରେ ବସାଇ ନେଉଛନ୍ତି ଯୁବକ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମଳୁଛି…
ସଞ୍ଜୟଙ୍କ ଏକ ଝିଅ ଥାଇ ସୁଦ୍ଧା ତାଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ, କାହିଁକି ଭାଙ୍ଗିଲା ସମ୍ପର୍କ
ବଲିଉଡ୍ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଅନ୍ୟତମ। ଏକାଠି ସେଟ୍ରେ କାମ କରିବାବେଳେ ସେମାନେ ପରସ୍ପରକୁ ଭଲ ପାଉଥିଲେ।…
‘ଯଦି ଚମତ୍କାରୀ ଶକ୍ତି ଅଛି ତେବେ ପ୍ରମାଣ କରନ୍ତୁ ଧିରେନ୍ଦ୍ର ଶାସ୍ତ୍ରୀ’: କଂଗ୍ରେସ
ନୂଆଦିଲ୍ଲୀ,୨୧ ।୧: ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର କରିବା ଓ ଏହାକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ପୋଲିସରେ…
ଢେଙ୍କାନାଳକୁ ୨୧ ପଦକ
ଢେଙ୍କାନାଳ ଅଫିସ, ୨୧।୧: କଟକ ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏଶନ ପକ୍ଷରୁ ଆୟୋଜିତ ୩୫ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର ପ୍ରତିଯୋଗୀ। ପ୍ରତିଯୋଗିତାରେ ୬୭ ପ୍ରତିଯୋଗୀଙ୍କ ମଧ୍ୟରୁ ୨୧ ଜଣ ପଦକ ଜିତିବାରେ ସଫଳ ହୋଇଛନ୍ତି।…
ହସାଇଲେ ସୁନୀଲ୍, ତାତି ବଢ଼ାଇଲେ ଶିଳ୍ପା
ରଙ୍ଗବତୀରେ ଏଣ୍ଟ୍ରି, ମୁଁ ସଫେଇ ବାଲାରେ ନାଚିଲେ ଗ୍ରୋଭର ରଙ୍ଗବତୀ ଗୀତରେ ଏଣ୍ଟ୍ରି କଲେ ଲୋକପ୍ରିୟ କମେଡିଆନ୍ ସୁନୀଲ୍ ଗ୍ରୋଭର୍। କହିଲେ ଜୟ ଜଗନ୍ନାଥ। ଓଡ଼ିଶାର ଲୋକପ୍ରିୟ ଓ ଚର୍ଚ୍ଚିତ ଗୀତ ରଙ୍ଗବତୀରେ ମଞ୍ଚକୁ ସ୍ବାଗତ କରିବା ସୌଭାଗ୍ୟ ବୋଲି ବି…
ବର୍ଷେ ହେଲା ବ୍ୟବସାୟୀ ଛଟପଟ
ପରଜଙ୍ଗ, ୨୧।୧(ଡି.ଏନ୍.ଏ.) ନିଗମାନନ୍ଦ ଦଳବେହେରା: ବସ୍ଷ୍ଟାଣ୍ଡ ନିର୍ମାଣ ହେବ। ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବାର ସୁଯୋଗ ପାଇବେ ବ୍ୟବସାୟୀ। ଏଭଳି ପ୍ରଲୋଭନ ଦେଖାଇ ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀରେ ବୁଲିଥିଲା ବୁଲ୍ଡୋଜର। ତହସିଲ ପ୍ରଶାସନର ଏଭଳି ତରବରିଆ…
Archives


