ବନ୍ଦ ପ୍ରକୋଷ୍ଠରୁ ୨ ଶିଶୁ ଉଦ୍ଧାର
ପରଜଙ୍ଗ, ୨୮।୧(ଡି.ଏନ.ଏ.): ପାଳିତ ମା’ବାପାଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ୨ କୋମଳମତି ଶିଶୁଙ୍କୁ ବନ୍ଦ ପ୍ରକୋଷ୍ଠରୁ ଉଦ୍ଧାର କରିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ପୋଲିସ। ଡମୋଳ ଗ୍ରାମରୁ ଆସିଥିବା ଏଭଳି ହୃଦୟ ବିଦାରକ ଘଟଣା…
‘ଏଚ୍ଏସଟିଡିଭି’ ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ, ୨୮ା୧: ଡିଆରଡିଓ ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଶୁକ୍ରବାର ଏଚ୍ଏସଟିଡିଭି(ହାଇପର୍ସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଶବ୍ଦର ଗତିଠାରୁ ୬ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ…
ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଦେଶରେ ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ୍ ନେଶନ(ଏମ୍ଓଟିଏନ୍) ଜନମତରେ ନବୀନ ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିଜ ରାଜ୍ୟରେ ୭୩.୨ ପ୍ରତିଶତ ଲୋକ…
ଗ୍ରାମସଭା ବର୍ଜନ କଲେ ଜିଲାର ୩୧୭ ସରପଞ୍ଚ
ବଲାଙ୍ଗୀର ଅଫିସ, ୨୮ା୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବାକୁ ବଲାଙ୍ଗୀର ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ସର୍ଭେ କରାଯାଇଥିଲା। ଏହାର ନୂଆ ତାଲିକା ପ୍ରସ୍ତୁତ ହୋଇଛି। ଏହାକୁ ଗ୍ରାମସଭାରେ ଅନୁମୋଦନ କରାଯିବା କଥା। ତେବେ ପ୍ରସ୍ତୁତ ହୋଇଥିତ୍ବା ତାଲିକାରେ ଅନେକ…
ଗ୍ରାଣ୍ଡସ୍ଲାମରୁ ସାନିଆଙ୍କ ବିଦାୟ
ମେଲବୋର୍ନ,୨୮ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନାଙ୍କ ସହିତ ଯୋଡି ହୋଇ…
ଜର୍ମାନୀ-ବେଲଜିୟମ ଫାଇନାଲ
ଭୁବନେଶ୍ୱର, ୨୮।୧ (କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ବେଲ୍ଜିୟମ କ୍ରମାଗତ ଦ୍ୱିତୀୟ ଥରପାଇଁ ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଏହି ଦଳ ଆସନ୍ତା ରବିବାର ଜର୍ମାନୀକୁ ଭେଟିବ। ବେଲଜିୟମ ଓ ଗତ ସଂସ୍କରଣର ରନରଅପ୍ ନେଦରଲାଣ୍ଡ୍ସ ମଧ୍ୟରେ ଶୁକ୍ରବାର…
ହିଣ୍ଡେନ୍ବର୍ଗ ଖୋଲିଲା ଆଦାନୀ ପେଡ଼ି
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନ୍ଭେଷ୍ଟର ହିଣ୍ଡେନ୍ବର୍ଗ ରିସର୍ଚ୍ଚ…
କ୍ରିକେଟ ଇତିହାସରେ ପ୍ରଥମ: ଆଇସିସି ଟୁର୍ନାମେଣ୍ଟରେ ରହିବେ କେବଳ ମହିଳା ଅଧିକାରୀ, ତାଲିକାରେ ୩ ଭାରତୀୟ
ନୂଆଦିଲ୍ଲୀ,୨୭।୧: ଆସନ୍ତା ମାସ (ଫେବୃୟାରୀ)ରେ ଦକ୍ଷିଣ ଆଫ୍ରିକାରେ ମହିଳା ଟି -୨୦ ବିଶ୍ୱକପ୍ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଆଇସିସି ମ୍ୟାଚ ରେଫରି ଏବଂ ଅମ୍ପାୟାରଙ୍କ ନାମ ଘୋଷଣା କରିଛି। ବିଶେଷ କଥା ହେଉଛି ଏହି ୧୩ ସଦସ୍ୟ ବିଶିଷ୍ଟ ତାଲିକାରେ…
ନବମ ଶ୍ରେଣୀ ଛାତ୍ରୀ ହେଲେ ମାଆ: ପୋଲିସ ତନାଘନା ଆରମ୍ଭ
କେନ୍ଦୁଝର,୨୭ା୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜଣେ ୧୫ ବର୍ଷର ଆଦିବାସୀ ଛାତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମାଆ ଦେହ ଭଲ ଥିବା ବେଳେ ଶିଶୁ ଏସଏନସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।…
ବଳାତ୍କାର ଅଭିଯୋଗରେ ଯୁବକ ଗିରଫ
ଚମ୍ପୁଆ,୨୭ା୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉତ୍ତରପ୍ରଦେଶର ବ୍ରିଜିଲାଲ ବୋଲି ଜଣାପଡ଼ିଛି। ସେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ପୋଲିସ ତାଙ୍କୁ କୋର୍ଟଚାଲାଣ କରିଛି। ଅଭିଯୋଗ…
ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ରନ୍ର ଆଉ ଏକ ଘଟଣା: ସ୍କୁଟିକୁ ଧକ୍କା ଦେଇ ୩୦୦ ମିଟର ଘୋଷାଡି ନେଲା କାର୍, ଜଣେ ମୃତ
ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ କାଞ୍ଜଓ୍ବାଲା ଭଳି ହିଟ୍, ରନ୍ ଏବଂ ଡ୍ରାଗ୍ର ଏକ ନୂଆ ମାମଲା ସାମ୍ନାକୁ ଆସିଛି। କେଶବ ପୁରମ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କାର୍ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟିରେ ଥିବା ଜଣେ…
ପୋଲରୁ ଖସିଲା ବାଇକ୍
ଉଦଳା,୨୭ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା-ବଡ଼ସାହି ରାସ୍ତାର ଶ୍ମଶାନକାଳୀ ଛକଠାରେ ନିର୍ମାଣାଧିନ ଏକ ପୋଲରୁ ତଳକୁ ବାଇକ୍ ଖସି ୩ ଯୁବକ ଗୁରୁତର ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ବେତନଟୀ ଥାନା ପାଇକପଡ଼ା ଅଞ୍ଚଳର…
Archives


