ୟୁଏଫ୍ଓ: ଆମେରିକା-ଚାଇନା ମୁହାଁମୁହିଁ
ଓ୍ବାଶିଂଟନ୍/ବେଜିଂ ୧୪ା୨:ରହସ୍ୟଜନକ ଉଡ଼ନ୍ତା ବସ୍ତୁକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ଆମେରିକା ୮ ଦିନ ଭିତରେ ୪ଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍ଓ)କୁ ଆକାଶରୁ ଖସାଇବା ପରେ…
ବିଓବି ପକ୍ଷରୁ ‘ଡିଜିଟାଲ ଋଣ’କର୍ମଶାଳା
ନୂଆଦିଲ୍ଲୀ,୧୪।୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ନିକଟରେ ଏକ ଜାତୀୟ ସ୍ତରର କର୍ମଶାଳା ‘ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ’ ପଞ୍ଜାବର ଅମୃତସରଠାରେ ଆୟୋଜିତ ହୋଇଯାଇଛି। ବିଶେଷକରି ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ନିମନ୍ତେ ‘ଡିଜିଟାଲ ଋଣ’…
ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍ ଘରୋଇ ପିଭି ବିକ୍ରି
ନୂଆଦିଲ୍ଲୀ, ୧୪।୨: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ ପରେ ଦେଶରେ ଘରୋଇ ଯାତ୍ରୀବାହୀ ଗାଡ଼ି (ପିଭି) ବିକ୍ରିରେ ବୃଦ୍ଧି ଘଟିଛି। ଏପରିକି ଯାତ୍ରୀବାହୀ ଗାଡ଼ି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି। ବିଶେଷକରି ୨୦୨୩ ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍ ପିଭି…
‘ପିର୍ଭାକରନ ଜୀବିତ’
ତାଞ୍ଜାଭୁର,୧୪ା୨:ଶ୍ରୀଲଙ୍କା ସରକାର ଏଲ୍ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପିର୍ଭାକରନଙ୍କୁ ମୃତ ଘୋଷଣା କରିବାର ୧୪ ବର୍ଷ ପରେ ସେ ଜୀବିତ ଥିବା ନେଇ ତାମିଲନାଡୁର ପୂର୍ବତନ ରାଜନେତା ତଥା ବିଶ୍ୱ ତାମିଲ ମହାସଂଘର ଅଧ୍ୟକ୍ଷ ପାଝା ନେଦୁମାରାନ ସୋମବାର ଦାବି କରିଛନ୍ତି। ଲିବରେଶନ…
ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି: ଦର ବଢ଼ିବ
ନୂଆଦିଲ୍ଲୀ,୧୪।୨:ଭାରତର ଖୁଚୁରା ମୁଦ୍ରାସ୍ଫୀତି ଗତ ଜାନୁୟାରୀରେ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଧାର୍ଯ୍ୟ ସୀମାଠାରୁ ଯଥେଷ୍ଟ ଅଧିକ। ପୂର୍ବ ମାସରେ ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିଥିଲା। ପୂର୍ବ ମାସରେ ମୁଦ୍ରାସ୍ଫୀତି ୦.୪ ପ୍ରତିଶତ ହ୍ରାସ…
ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟା
ମୁମ୍ବାଇ, ୧୪।୨: ବମ୍ବେ ଆଇଆଇଟିରେ ୧୮ ବର୍ଷୀୟ ଛାତ୍ର ଦର୍ଶନ ସୋଲାଙ୍କିଙ୍କ ଆତ୍ମହତ୍ୟା ନେଇ କଲେଜରେ ଉତ୍ତେଜନା ଦେଖାଯାଇଛି। ରବିବାର କଲେଜର ପୋଓ୍ବାଇ କ୍ୟାମ୍ପସ୍ରେ ଦର୍ଶନ ସାତ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ତାଙ୍କ ନିକଟରୁ କୌଣସି ସୁଇସାଇଡ୍ ନୋଟ୍…
ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଗଠନ ପାଇଁ କେନ୍ଦ୍ର ରାଜି
ନୂଆଦିଲ୍ଲୀ,୧୪।୨: ହିଣ୍ଡେନ୍ବର୍ଗ-ଆଦାନୀ ଗ୍ରୁପ୍ ବିବାଦ ପରେ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଗଠନ ପ୍ରସ୍ତାବରେ କେନ୍ଦ୍ର ସରକାର ସୋମବାର ରାଜି ହୋଇଛନ୍ତି। ତେବେ କମିଟି ଯୋଗୁ ପୁଞ୍ଜିନିବେଶ ଓ ଅର୍ଥ ପ୍ରବାହ ଯେପରି ପ୍ରଭାବିତ ନ…
ୟୁଟ୍ୟୁବରଙ୍କ ମୃତ୍ୟୁ: ସ୍ବାମୀ ଗିରଫ
କାଠମାଣ୍ଡୁ, ୧୪।୨: ଆସାମ ୟୁଟ୍ୟୁବର ପ୍ରିୟୋଲିନା ନାଥ୍ଙ୍କ ମୃତ୍ୟୁ ନେଇ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ରବିବାର ରାତିରେ ୧୯ ବର୍ଷୀୟା ପ୍ରିୟୋଲିନାଙ୍କ ଝୁଲନ୍ତା ମୃତଦେହ ବାମୁନି ମେଦାମସ୍ଥିତି ତାଙ୍କ ଘରୁ ମିଳିଥିଲା। ପଡ଼ୋଶୀଙ୍କ ସୂଚନାକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
‘ଯବାନ’ରେ ଅଲ୍ଲୁଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା
ମୁମ୍ବାଇ: ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ସହ ସ୍କ୍ରିନ ଶେୟାର କରିବେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଅଭିନେତ୍ରୀ ନୟନତାରା ଓ ବିଜୟ ସେଥୁପତିଙ୍କ ପରେ ଏବେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ଅଲ୍ଲୁ ଏଣ୍ଟ୍ରି କରିବାକୁ ନେଇ ଚର୍ଚ୍ଚା ହେଉଛି।…
ଭୂକମ୍ପ ମୃତ୍ୟୁ ୩୭ ହଜାର ଟପିଲା
ଆଡିୟାମାନ (ତୁର୍କୀ),୧୪।୨ : ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପକୁ ୧୭୪ ଘଣ୍ଟାରୁ ଅଧିକ ସମୟ ବିତିଥିବାବେଳେ ଏବେ ବି ଭଗ୍ନାବଶେଷ ତଳୁ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି। ଇତିମଧ୍ୟରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। କେବଳ…
ରାକ୍ଷୀଙ୍କ ସ୍ବାମୀଙ୍କ ନାଁରେ ବଳାତ୍କାର ଅଭିଯୋଗ
ମହୀଶୂର, ୧୪।୨: ବଲିଉଡ୍ ଆଇଟମ୍ ଗର୍ଲ ରାଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲଙ୍କ ନାଁରେ ଜଣେ ଇରାନୀୟ ଛାତ୍ରୀ ମହୀଶୂର ଥାନାରେ ବଳାତ୍କାର ଅଭିଯୋଗ ଆଣିବା ପରେ ତାଙ୍କ ବରୋଧରେ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ଛାତ୍ରୀଜଣକ ୫ ବର୍ଷ ପୂର୍ବେ ପାଠପଢ଼ିବା ପାଇଁ…
‘ମୋ ସହ ୨ଥର ବିଶ୍ୱାସଘାତକତା ହୋଇଛି’
ପୁଣେ,୧୪।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ ବଡ଼ ଖୁଲାସା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଫଡନଭୀସ କହିଛନ୍ତି, ମୋ ସହ ଦୁଇଥର ବିଶ୍ୱାସଘାତକତା କରାଯାଇଛି। ଉଦ୍ଧବ ଠାକରେ ପ୍ରଥମେ କରିଥିଲେ। ଆମେ ତାଙ୍କ ସହ ନିର୍ବାଚନ ଲଢିଥିଲୁ। ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ…
Archives


