ମହାଦେବଙ୍କ କରୁଣା ଜୀବନକୁ ସୁଖ ଶାନ୍ତିରେ ଭରିଦେଉ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି ବା ଜାଗରଯାତ୍ରା। ଏ ନେଇ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜାଗରର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ପବିତ୍ର ମହାଶିବରାତ୍ରି ତଥା ଜାଗର…
ନାଲ୍କୋରେ ଠିକା ଶ୍ରମିକଙ୍କ ଆନ୍ଦୋଳନ
ଦାମନଯୋଡି,୧୮ା୨(ଡି.ଏନ.ଏ.): ନବରତ୍ନ ଉଦ୍ୟୋଗ ନାଲକୋର ଦାମନଯୋଡି ପ୍ରକଳ୍ପରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ପକ୍ଷରୁ ଶୁକ୍ରବାର ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ…
ଫିଲିପାଇନ୍ସ ଗଭର୍ନରଙ୍କୁ ଗୁଳି: ୪ ଅଙ୍ଗରକ୍ଷୀ ନିହତ
ଜାମ୍ବୋଆଙ୍ଗା,୧୮ା୨: ଦକ୍ଷିଣ ଫିଲିପାଇନ୍ସ ଅଞ୍ଚଳରେ ଶୁକ୍ରବାର ଜଣେ ପ୍ରାଦେଶିକ ଗଭର୍ନରଙ୍କ କାର୍କେଡ୍ ଉପରେ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ସେମାନଙ୍କ ଗୁଳିରେ ଗଭର୍ନର ଆହତ ହୋଇଥିବାବେଳେ ତାଙ୍କର ୪ ଅଙ୍ଗରକ୍ଷୀ ନିହତ ହୋଇଛନ୍ତି। ଲାନାଇ ଡେଲ୍ ସୁର୍ର ଗଭର୍ନର ମାମିଣ୍ଟାଲ ଆଲୋଣ୍ଟୋ ଆଡିଓଙ୍ଗ୍…
ଆଜି ପହଞ୍ଚିବେ ୧୨ ଚିତା
ନୂଆଦିଲ୍ଲୀ, ୧୮ା୨: ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତାବାଘ ଶନିବାର ଭାରତରେ ପହଞ୍ଚତ୍ବେ। ସେଥିରେ ୭ ପୁରୁଷ ଓ ୫ ମାଈ ଚିତା ଅଛନ୍ତି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ୍ମାଷ୍ଟର ବିମାନ ସେମାନଙ୍କୁ ଧରି ଭାରତ ଫେରୁଛି। ଶନିବାର ସକାଳ ୧୦ଟାରେ…
ଜଷ୍ଟିସ୍ ସଞ୍ଜୟ ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୧୮ା୨: ଓଡ଼ିଆ ବିଚାରପତି ଜଷ୍ଟିସ୍ ସଞ୍ଜୟ ମିଶ୍ରଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡ ହାଇକୋର୍ଟରେ ଜଜ୍ ଭାବେ କାର୍ଯ୍ୟରତ…
ଜିଲାରେ ୨୬୫ ବଦଳରେ ଅଛନ୍ତି ୧୦୬ ଡାକ୍ତର
ନବରଙ୍ଗପୁର,୧୮।୨(ବି.ପ୍ର.): ସ୍ବାସ୍ଥ୍ୟ ହିଁ ସମ୍ପଦ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ନବରଙ୍ଗପୁରରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ…
ବଜରଙ୍ଗ ଦଳ କର୍ମୀ ଅପହରଣ ପରେ ଜାଳିଦେଲେ
ଜୟପୁର,୧୮ା୨(ପି.ଟି.): ହରିୟାଣାରେ ଏକ କାର୍ରୁ ୨ ମୁସଲମାନଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିବା ଘଟଣାରେ ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ହରିୟାଣା ନୁହ ଜିଲାର ଫିରୋଜପୁର ଝିର୍କା ଅଞ୍ଚଳର ରିଙ୍କୁ ସାଇନି(୩୨)ଙ୍କୁ ଜେରା ପରେ ଗିରଫ କରାଯାଇଛି। ଟ୍ୟାକ୍ସି ଡ୍ରାଇଭର…
୨ ସାଇବର ଲୁଟେରା ଗିରଫ
ମାଲକାନଗିରି,୧୮ା୨(ଡି.ଏନ୍.ଏ.): ରାଜ୍ୟରେ ଗତ ଦୁଇ ବର୍ଷ ଧରି ସାଇବର ଲୁଟେରାଙ୍କ ପାଦୁର୍ଭାବ ବୃଦ୍ଧି ପାଇଚାଲିଛି। ଶୁକ୍ରବାର ମାଲକାନଗିରି ପୋଲିସ ୨ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଥିବା ମାଲକାନଗିରି ଏସ୍.ପି. ନିତିଶ୍ ଓ୍ବାଧ୍ୱାନି କହିଛନ୍ତି। ଏ ସମ୍ପର୍କରେ ଓ୍ବାଧାନି କହିଛନ୍ତି, ଗତ ମେ…
ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି
କୁନ୍ଦୁରା, ୧୮।୨(ଡି.ଏନ୍.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏମପି ରମେଶ ଚନ୍ଦ୍ର ମାଝୀ,ବିଡିଓ ସନ୍ଧ୍ୟା ସମରଥ, କୋଟପାଡ଼ ବିଧୟିକା ପଦ୍ମିନୀ ଦିଆନ,…
ଗର୍ଭଧାରଣ ଖବର ଉପରେ ନୀରବତା ଭାଙ୍ଗିଲେ ଅଙ୍କିତା
ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ତାଙ୍କର ଚଳଚ୍ଚିତ୍ର ‘ଦ ଲାଷ୍ଟ କଫି’ ପାଇଁ ଲାଇମ ଲାଇଟରେ ଅଛନ୍ତ। ବୃତ୍ତିଗତ ଜୀବନ ବ୍ୟତୀତ ଅଙ୍କିତା ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ଅନେକ ଲାଇମଲାଇଟରେ ରୁହନ୍ତି। ଅଭିନେତ୍ରୀ ବିବାହ ପରଠାରୁ ତାଙ୍କ ଗର୍ଭଧାରଣକୁ…
ବଜେଟ୍ରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ବର, ୧୮ା୨(ବ୍ୟୁରୋ): ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ କେନ୍ଦ୍ରୀୟ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି। ଚଳିତ ବର୍ଷ ଆଗତ ହୋଇଥିବା ‘ଅମୃତ କାଳ’ ବଜେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ସଶକ୍ତୀକରଣକୁ ସର୍ବାଧିକ…
ଆଜି ପ୍ରସିଦ୍ଧ ଜାଗରଯାତ୍ରା
ଢେଙ୍କାନାଳ ଅଫିସ, ୧୮।୨: କପିଳାସ ଶୈବପୀଠରେ ଶନିବାର ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ମହାଜାଗର। କୋଭିଡ୍ କାରଣରୁ ଦୁଇବର୍ଷ ହେଲା ମହାଦେବଙ୍କ ଏହି ବାର୍ଷିକ ଯାତ୍ରାରୁ ଶ୍ରଦ୍ଧାଳୁ ବଞ୍ଚତ୍ତ ହୋଇ ରହିଥିଲେ। ତେଣୁ ଚଳିତବର୍ଷ ବହୁଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି।…
Archives


