Posted inଖେଳ

ଆଇପିଏଲ୍‌ ୨୦୨୩ର ଟପ୍‌ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରକାଶ କଲେ ସେହଓ୍ବାଗ୍‌: କୋହଲି, ଗିଲ୍‌ ପଡିଲେ ବାଦ୍‌

ନୂଆଦିଲ୍ଲୀ,୨୭।୫: ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ ମ୍ୟାଚ ଗତକାଲି ଅର୍ଥାତ୍‌ ଶୁକ୍ରବାର ଶେଷ ହୋଇଛି। ରବିବାର ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରାୟ ଦୁଇମାସ ଧରି ୧୦ଟି ଦଳ ଆଇପିଏଲ୍‌ ଟ୍ରଫି ପାଇଁ ଖେଳୁଥିବାବେଳେ ଆଇପିଏଲ ଟ୍ରଫି କିଏ ହାତେଇବ ଆସନ୍ତାକାଲି ତାହା ସ୍ଥିର ହେବ। ଚଳିତ ସିଜନରେ ଦମଦାର ବ୍ୟାଟିଂ କରୁଥିବା ଖେଳାଳିଙ୍କୁ ଫ୍ୟାନ୍ସ ଦେଖିବାକୁ ପାଇଛନ୍ତି। ଏଥର କିଛି ଯୁବ ଖେଳାଳି ଚମତ୍କାର ପ୍ରଦର୍ଶନ ଦେଖାଇଥିବାବେଳେ ଅନେକ ଅଭିଜ୍ଞ ଖେଳାଳିମ ମଧ୍ୟ ସେମାନଙ୍କ ଯାଦୁ ଦେଖାଇଛନ୍ତି।

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦର ସେହୱାଗ ଏହି ସିଜନର ଶ୍ରେଷ୍ଠ ୫ଜଣ ବ୍ୟାଟ୍ସମ୍ୟାନଙ୍କ ନାମ ପ୍ରକାଶ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଅରେଞ୍ଜ କ୍ୟାପ୍‌ ହୋଲଡର୍‌ ଶୁବମନ ଗିଲ୍‌ ଏବଂ ଆରସିବି ଷ୍ଟାର୍‌ ବିରାଟ କୋହଲିଙ୍କ ନାମ ଏହି ତାଲିକାରେ ଉଲ୍ଲେଖ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଶୁଭମନ ଗିଲ ୧୬ ଟି ମ୍ୟାଚରେ ୮୫୧ ରନ୍‌ କରିଛନ୍ତି। ଯେଉଁଥିରେ ସେ ୩ଟି ଶତକ ଏବଂ ୪ଟି ଅର୍ଦ୍ଧ ଶତକ କରିଛନ୍ତି। ସେହିପରି କୋହଲି ୧୪ ଟି ମ୍ୟାଚରେ ୬୩୯ ରନ କରିଛନ୍ତି। କୋହଲି ୨ଟି ଶତକ ଏବଂ ୬ଟି ଅର୍ଦ୍ଧ ଶତକ କରିଛନ୍ତି।

ସେହୱାଗ ତାଙ୍କର ଟପ୍‌ ୫ଷ୍ଟାର୍‌ କିମ୍ବା ୫ ପାଣ୍ଡବଙ୍କ ବିଷୟରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଏପରି ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିଛି, ଯେଉଁମାନେ ଏହି ଆଇପିଏଲର ସମୀକରଣ ବଦଳାଇ ରଖିଦେଇଛନ୍ତି। ପ୍ରଥମ ପାଣ୍ଡବ ହେଉଛନ୍ତି କେକେଆରର ରିଙ୍କୁ ସିଂ। ସେ ୫ ଟି ବଲରେ ୫ଟି ଛକା ମାରି ଦଳକୁ ଜିତାଇଥିଲେ। ସେହିପରି ଦ୍ୱିତୀୟ ପାଣ୍ଡବ ହେଉଛନ୍ତି ଶିବମ ଦୁବେ। ସେ ୩୩ଟି ଛକା ମାରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ହାର ୧୬୦ରୁ ଅଧିକ। ଚଳିତ ସିଜନରେ ସେ ଧୂଆଁଧାର ପ୍ରଦର୍ଶନ କରିଛନ୍ତି।

୧୪ ଟି ମ୍ୟାଚରେ ୬୨୫ରନ କରିଥିବା ଯଶସ୍ବୀ ଜୈସୱାଲଙ୍କ ନାମ ମଧ୍ୟ ସେହୱାଗଙ୍କ ତାଲିକାରେ ସ୍ଥାନ ପାଇଛି। ସେ ଟପ୍‌ ୫ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି। ତାଲିକାର ୪ର୍ଥ ପାଣ୍ଡବ ହେଲେ ସୂର୍ଯ୍ୟକୁମାର ଯାଦବ। ସେହଓ୍ବାଗ କହିଛନ୍ତି, ସୂର୍ଯ୍ୟକୁମାର ଆରମ୍ଭରୁ ଭଲ ଫର୍ମରେ ନ ଥିଲେ କିନ୍ତୁ ଏଥର ସେ ଦମଦାର ପ୍ରଦର୍ଶନ କରିଛନ୍ତି। ସେହୱାଗଙ୍କ ତାଲିକାର ଶେଷ ନାମ ଅର୍ଥାତ୍‌ ୫ମ ପାଣ୍ଡବ ହେଲେ ସନରାଇଜର୍ସ ହାଇଦ୍ରାବାଦର ହେନ୍ରିକ କ୍ଲାସେନ। ସେହଓ୍ବାଗଙ୍କ କହିବାନୁସାରେ, କ୍ଲାସେନ ସ୍ପିନ ଏବଂ ଦ୍ରୁତ ବୋଲରଙ୍କୁ ପ୍ରତିଦ୍ୱନ୍ଦିତା କରିବାରେ ଅତୁଳନୀୟ ଦକ୍ଷତା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?