Odisha Elections 2024
Posted inଖେଳ

ଆଇପିଏଲ୍‌ ୨୦୨୩ର ଟପ୍‌ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରକାଶ କଲେ ସେହଓ୍ବାଗ୍‌: କୋହଲି, ଗିଲ୍‌ ପଡିଲେ ବାଦ୍‌

ନୂଆଦିଲ୍ଲୀ,୨୭।୫: ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ ମ୍ୟାଚ ଗତକାଲି ଅର୍ଥାତ୍‌ ଶୁକ୍ରବାର ଶେଷ ହୋଇଛି। ରବିବାର ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରାୟ ଦୁଇମାସ ଧରି ୧୦ଟି ଦଳ ଆଇପିଏଲ୍‌ ଟ୍ରଫି ପାଇଁ ଖେଳୁଥିବାବେଳେ ଆଇପିଏଲ ଟ୍ରଫି କିଏ ହାତେଇବ ଆସନ୍ତାକାଲି ତାହା ସ୍ଥିର ହେବ। ଚଳିତ ସିଜନରେ ଦମଦାର ବ୍ୟାଟିଂ କରୁଥିବା ଖେଳାଳିଙ୍କୁ ଫ୍ୟାନ୍ସ ଦେଖିବାକୁ ପାଇଛନ୍ତି। ଏଥର କିଛି ଯୁବ ଖେଳାଳି ଚମତ୍କାର ପ୍ରଦର୍ଶନ ଦେଖାଇଥିବାବେଳେ ଅନେକ ଅଭିଜ୍ଞ ଖେଳାଳିମ ମଧ୍ୟ ସେମାନଙ୍କ ଯାଦୁ ଦେଖାଇଛନ୍ତି।

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦର ସେହୱାଗ ଏହି ସିଜନର ଶ୍ରେଷ୍ଠ ୫ଜଣ ବ୍ୟାଟ୍ସମ୍ୟାନଙ୍କ ନାମ ପ୍ରକାଶ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଅରେଞ୍ଜ କ୍ୟାପ୍‌ ହୋଲଡର୍‌ ଶୁବମନ ଗିଲ୍‌ ଏବଂ ଆରସିବି ଷ୍ଟାର୍‌ ବିରାଟ କୋହଲିଙ୍କ ନାମ ଏହି ତାଲିକାରେ ଉଲ୍ଲେଖ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଶୁଭମନ ଗିଲ ୧୬ ଟି ମ୍ୟାଚରେ ୮୫୧ ରନ୍‌ କରିଛନ୍ତି। ଯେଉଁଥିରେ ସେ ୩ଟି ଶତକ ଏବଂ ୪ଟି ଅର୍ଦ୍ଧ ଶତକ କରିଛନ୍ତି। ସେହିପରି କୋହଲି ୧୪ ଟି ମ୍ୟାଚରେ ୬୩୯ ରନ କରିଛନ୍ତି। କୋହଲି ୨ଟି ଶତକ ଏବଂ ୬ଟି ଅର୍ଦ୍ଧ ଶତକ କରିଛନ୍ତି।

ସେହୱାଗ ତାଙ୍କର ଟପ୍‌ ୫ଷ୍ଟାର୍‌ କିମ୍ବା ୫ ପାଣ୍ଡବଙ୍କ ବିଷୟରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଏପରି ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିଛି, ଯେଉଁମାନେ ଏହି ଆଇପିଏଲର ସମୀକରଣ ବଦଳାଇ ରଖିଦେଇଛନ୍ତି। ପ୍ରଥମ ପାଣ୍ଡବ ହେଉଛନ୍ତି କେକେଆରର ରିଙ୍କୁ ସିଂ। ସେ ୫ ଟି ବଲରେ ୫ଟି ଛକା ମାରି ଦଳକୁ ଜିତାଇଥିଲେ। ସେହିପରି ଦ୍ୱିତୀୟ ପାଣ୍ଡବ ହେଉଛନ୍ତି ଶିବମ ଦୁବେ। ସେ ୩୩ଟି ଛକା ମାରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ହାର ୧୬୦ରୁ ଅଧିକ। ଚଳିତ ସିଜନରେ ସେ ଧୂଆଁଧାର ପ୍ରଦର୍ଶନ କରିଛନ୍ତି।

୧୪ ଟି ମ୍ୟାଚରେ ୬୨୫ରନ କରିଥିବା ଯଶସ୍ବୀ ଜୈସୱାଲଙ୍କ ନାମ ମଧ୍ୟ ସେହୱାଗଙ୍କ ତାଲିକାରେ ସ୍ଥାନ ପାଇଛି। ସେ ଟପ୍‌ ୫ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି। ତାଲିକାର ୪ର୍ଥ ପାଣ୍ଡବ ହେଲେ ସୂର୍ଯ୍ୟକୁମାର ଯାଦବ। ସେହଓ୍ବାଗ କହିଛନ୍ତି, ସୂର୍ଯ୍ୟକୁମାର ଆରମ୍ଭରୁ ଭଲ ଫର୍ମରେ ନ ଥିଲେ କିନ୍ତୁ ଏଥର ସେ ଦମଦାର ପ୍ରଦର୍ଶନ କରିଛନ୍ତି। ସେହୱାଗଙ୍କ ତାଲିକାର ଶେଷ ନାମ ଅର୍ଥାତ୍‌ ୫ମ ପାଣ୍ଡବ ହେଲେ ସନରାଇଜର୍ସ ହାଇଦ୍ରାବାଦର ହେନ୍ରିକ କ୍ଲାସେନ। ସେହଓ୍ବାଗଙ୍କ କହିବାନୁସାରେ, କ୍ଲାସେନ ସ୍ପିନ ଏବଂ ଦ୍ରୁତ ବୋଲରଙ୍କୁ ପ୍ରତିଦ୍ୱନ୍ଦିତା କରିବାରେ ଅତୁଳନୀୟ ଦକ୍ଷତା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡୋନେସିଆକୁ ହରାଇଲା ଭାରତ

ଭୁବନେଶ୍ୱର, ୨୯।୫ (ତପନ ସ୍ବାଇଁ): ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍‌ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ...

ଆଲିଜ୍‌ କର୍ନେଟଙ୍କ ଅବସର

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍‌ କର୍ନେଟ୍‌। ବିଶ୍ୱ...

ରୁଡ୍‌, ମେଡଭେଡେଭଙ୍କ ସହଜ ବିଜୟ

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ଦିନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି କାସ୍ପର ରୁଡ୍‌ ଓ...

କେକେଆର୍‌ ଛାଡ଼ି ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ… 

ନୂଆଦିଲ୍ଲୀ,୨୮।୫: ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ...

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି...

ସଚିନ ତେନ୍ଦୁଲକର, ନରେନ୍ଦ୍ର ମୋଦି, ଧୋନି… ଟିମ ଇଣ୍ଡିଆ ହେଡ କୋଚ ପାଇଁ ଏମିତି ସବୁ ଆବେଦନ, ଚମକି ପଡିଲା ବିସିସିଆଇ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ବିସିସିଆଇ ୩୦୦୦ରୁ ଅଧିକ ଆବେଦନ ଗ୍ରହଣ କରିଛି। ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର,...

୨ ମାସ ପର୍ଯ୍ୟନ୍ତ ବ୍ରଶ କରି ନ ଥିଲେ, ସବୁଠାରୁ ଖରାପ ସମୟକୁ ମନେପକାଇ ଭାବୁକ ହେଲେ ପନ୍ତ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର ତାରକା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ...

ଏହି ୫ ଖେଳାଳି ଭାରତକୁ ଜିତାଇପାରନ୍ତି ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ ବହୁତ ନିକଟତର। ବର୍ତ୍ତମାନ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ମାଧ୍ୟମରେ ପୁଣିଥରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri