Home Left

ଓୱାଇସିଙ୍କ ଘର ଉପରୁକୁ ପଥରମାଡ

ନୂଆଦିଲ୍ଲୀ,୨୦ ।୨: ରାଜଧାନୀ ଦିଲ୍ଲୀରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ ରବିବାର ସନ୍ଧ୍ୟାରେ ପଥରମାଡ ହୋଇଛି । ଏହି ପଥରମାଡରେ ଓୱାଇସିଙ୍କ ଘରର ଘରକା ଭାଙ୍ଗି ଯାଇଛି । ଏ ସମ୍ପର୍କରେ ସୂଚନା ଦିଲ୍ଲୀ ପୋଲିସ ଦେଇଛି ।…

ନ୍ୟାୟ ପାଇଁ ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୬ ତାରିଖରୁ ଜଗତ୍‌ସିଂହପୁର ଥାନା ପୋଲିସ ବିଧାୟକ ଦାସଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…

‘ନବ ଦାସ ହତ୍ୟାକାଣ୍ଡ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବଳିଷ୍ଠ ଉଦାହରଣ’

ଭୁବନେଶ୍ବର,୨୦ା୨(ବ୍ୟୁରୋ): ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପ୍ରହରରେ ଗୁଳିକରି ହତ୍ୟା କଲେ। ରାଜ୍ୟ ଇତିହାସରେ ଏହା ଏକ ବିରଳ ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସର୍ବଶ୍ରେଷ୍ଠ ଉଦାହରଣ।…

୨୫ରେ ଓଡ଼ିଶା-ଜାପାନ ମହୋତ୍ସବ

ପୁରୀ ଅଫିସ,୨୦ା୨: ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୫ଟାରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ର ବାଲିଘାଇ ଛକସ୍ଥିତ ଚନ୍ଦ୍ରଶେଖର ଏକାଡେମୀ ପରିସରରେ ଓଡ଼ିିଶା-ଜାପାନ ମହୋତ୍ସବ ଅନୁଷ୍ଠିତ ହେବ। ଜାପାନରୁ ଆସିଥିବା କଳାକାରମାନେ ଏଥିରେ ଜାପାନର କଳା, ସଂସ୍କୃତି ପ୍ରଦର୍ଶନ କରିବେ।…

ଅଭିନେତା ତାରକ ରତ୍ନଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ,୨୦।୨ : ଏନ୍‌.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଶନିବାର ଅକାଳ ବିୟୋଗ ହୋଇଛି। ତାଙ୍କୁ ୩୯ ବର୍ଷ ହୋଇଥିଲା। ତାଙ୍କ ପରଲୋକ ଟଲିଉଡ୍‌ ସେଲିବ୍ରିଟି ଓ ରାଜନେତାମାନଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାର୍କ

ଭୋଗରାଇ,୨୦ା୨(ଡି.ଏନ.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରେ ପୁଣି ଏକ ବିରଳ ପ୍ରଜାତିର ସାର୍କ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ବିଶାଳକାୟ ସାର୍କକୁ ରବିବାର ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ବିକ୍ରି…

ୟୁକ୍ରେନକୁ ସାହାଯ୍ୟ କରିବାର ଲକ୍ଷ୍ୟ, ହେଲେ ରୁଷିଆକୁ ନଷ୍ଟ କରିବାରେ କରିବେନି ସହଯୋଗ: ଫ୍ରାନ୍ସ ରାଷ୍ଟ୍ରପତି

ମ୍ୟୁନିଖ,୨୦ ।୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଫ୍ରାନ୍ସର ଲକ୍ଷ୍ୟ ୟୁକ୍ରେନକୁ ବଞ୍ଚାଇବା, ହେଲେ ରୁଷିଆକୁ ନଷ୍ଟ କରିବା ନୁହେଁ । ମ୍ୟୁନିଖ ସିକ୍ୟୁରିଟି କନଫରେନ୍ସରେ ସାମିଲ ହେବାକୁ ଜର୍ମାନୀରେ…

ନାକରେ ବିରଳ ଅସ୍ତ୍ରୋପଚାର: ସ୍ବାଭାବିକ ହେଲା ଶ୍ୱାସକ୍ରିୟା

କଟକ ଅଫିସ,୨୦ା୨: କଟକ ଜିଲା ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲରେ ଜଣେ ଯୁବକଙ୍କ ନାକ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ସେ ଏବେ ସ୍ବାଭାବିକ ଭାବେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ହେଲେ ଯାଜପୁର ଜିଲା…

ଦୁର୍ବଳତାରୁ ଆରମ୍ଭ ହୋଇଥିଲା ବ୍ୟବସାୟ

ପିଲାଟି ଦିନରୁ ଗାଡ଼ି ପ୍ରତି ଦୁର୍ବଳତା ରହିଥିଲା। ଏପରି କି ବଡ଼ ହେଲା ପରେ ମଧ୍ୟ ଗାଡ଼ି ସହ ଏକ ପ୍ରକାର ମାନସିକ ଭାବନା ଯୋଡ଼ି ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଗାଁ ଚାଷଜମିରେ ଚାଲୁଥିବା ଗାଡ଼ି ଘରେ ଥିବା ଗାଡ଼ିଗୁଡ଼ିକଠାରୁ ଭିନ୍ନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁପଡ଼ିଲେ ଯାତ୍ରୀ

ବ୍ରହ୍ମପୁର ଅଫିସ,୨୦।୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନରେ ରବିବାର ଜଣେ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ସେ ହେଲେ ଜୟଶଙ୍କର ମୁଣ୍ଡା (୩୪)। ଆସାମ୍‌ରୁ ଜୟଶଙ୍କର ନିଜ ସ୍ତ୍ରୀଙ୍କ ସହ ଚେନ୍ନାଇ ବୁଲିବାକୁ ଯାଉଥିଲେ।…

ଭିନ୍ନକ୍ଷମ ପୁଅକୁ ହତ୍ୟା: ସମ୍ପତ୍ତି ଲୋଭରେ ସାବତ ମା’ ବିଷ ପିଆଇ ଦେଲେ

ନୟାଗଡ଼ ଅଫିସ/ଦଶପଲ୍ଲା, ୨୦ା୨(ଡି.ଏନ୍‌.ଏ.): ନୟାଗଡ ଜିଲା ଦଶପଲ୍ଲା ଥାନା ଶିମିଳିସାହି ଗାଁରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ତାଙ୍କ ସାବତ ମା’ ସମ୍ପତ୍ତି ଲୋଭରେ ମାଡ଼ ମାରିବା ସହ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି କି ବିଷ ଖାଇଛି…

ଏନ୍‌ଇଇଟି ପିଜି: ଆଜି ସରିବ ଆବେଦନ ସଂଶୋଧନ ପ୍ରତିକିୟା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନ୍‌ଇଇଟି ପିଜି ୨୦୨୩ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍‌ଜାମିନେଶନ(ଏନ୍‌ବିଇ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri