Home Left

ବିବାଦୀୟ କାଳୀ ପୋଷ୍ଟର ମାମଲା, ସାରା ଦେଶରେ ଦାଖଲ ହୋଇଥିବା ସମସ୍ତ ଏଫ୍‌ଆଇଆର ଯାଞ୍ଚ କରିବ ଦିଲ୍ଲୀ ପୋଲିସ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍‌ଆଇଆର ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟକୁ ସ୍ଥାନାନ୍ତର କରିବାକୁ କୋର୍ଟ…

ତାରିଣୀଙ୍କ ଦର୍ଶନ ସାରି ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଟ୍ରକ୍‌

ଆନନ୍ଦପୁର,୧୦।୪(ସ୍ବ.ପ୍ର.): ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁରଠାରେ ଟ୍ରକ୍‌ ଧକ୍କାରେ ସୋମବାର ଦୁଇ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଗୁରୁତରଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ…

ଗ୍ୟାସ୍‌ ଚୂଲାରୁ ନିଆଁ ଲାଗି ମହିଳା ଗୁରୁତର

ଆନନ୍ଦପୁର,୧୦।୪(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ଅସାବଧାନତା ବଶତଃ ଗ୍ୟାସ୍‌ ଚୂଲାରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରାଯିବା…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡିରେ ହାଜର ହେବେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡି ତେଜସ୍ବୀଙ୍କୁ ପଚରାଉଚରା କରିବ। ଏଥିପାଇଁ ଯାଞ୍ଚ ଏଜେନ୍ସି ଆରଜେଡି ନେତାଙ୍କୁ ନିଜ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟକୁ…

ଟ୍ରାଫିକ୍‌ରେ ଅଧଘଣ୍ଟା ଫସି ରହିଲା ଆମ୍ବୁଲାନ୍ସ

କେନ୍ଦୁଝର,୧୦।୪(ସ୍ବ.ପ୍ର.) : କେନ୍ଦୁଝର ସହର ମାଇନିଂ ରୋଡ ରାସ୍ତାରେ ସୋମବାର ଏକ ଆମ୍ବୁଲାନ୍ସ ରାସ୍ତାରେ ଅଧଘଣ୍ଟା ଧରି ଫସିରହିବା ଘଟଣା ସହରରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଆମ୍ବୁଲାନ୍ସଟି ପାଟଣା ଅଞ୍ଚଳରୁ ଜଣେ ଗୁରୁତର ରୋଗୀଙ୍କୁ ନେଇ କେନ୍ଦୁଝର…

କେହି ବି ଆମର ଏକ ଇଞ୍ଚ ଜମି ନେଇପାରିବେ ନାହିଁ: ଅମିତ ଶାହା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ଯାହାକୁ ନେଇ ଅମିତ ଶାହା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଆମ ଜମିର ଏକ ଇଞ୍ଚ କେହି ନେଇ ପାରିବେନାହିଁ। ଅରୁଣାଚଳର…

ଏହି ଦିନ ଆରମ୍ଭ ହେବ ଦୁଲୀପ ଟ୍ରଫି-ରଣଜୀ ଟ୍ରଫି, ତାରିଖ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜିନ ଦୁଲୀପ ଟ୍ରଫି ଆସନ୍ତା ଜୁନ୍‌ ୨୮ତାରିଖରୁ ଆରମ୍ଭ ହେବ। ସେହିପରି ଆସନ୍ତା ବର୍ଷ ଜାନୁୟାରୀ ୫ରୁ ରଣଜୀ ଟ୍ରଫି ଆରମ୍ଭ ହେବା ନେଇ ସୋମବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ୬ ଟି…

ପଟ୍ଟା ବଣ୍ଟନ ମେଳା: ୨୭୫୩ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ

ପୁରୁଷୋତ୍ତମପୁର,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମକଣ୍ଠ ପରମ୍ବୋକ ପଟ୍ଟା ବଣ୍ଟନ ମେଳା ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ଯୋଗ ଦେଇଥିବା ବେଳେ…

ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୧୦।୪: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ ମସ୍କ ଫଲୋ କରିଥାନ୍ତି। ସୋମବାର…

ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ଧାରଣା

ଛତ୍ରପୁର,୧୦।୪(ଡି.ଏନ୍‌.ଏ.): ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତିକ୍ରମେ ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନକ୍ରମେ ଦେଶର ସମସ୍ତ ଜିଲାରେ ଧାରଣା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ…

ଅସହ୍ୟ ହେଉଛି ତାତି, ୩୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଅସହ୍ୟ ହେଉଛି ତାତି। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏ…

ଅରୁଣାଚଳ ପ୍ରଦେଶ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ଚିନ୍ତାରେ ଚାଇନା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଆସାମର ଦିବ୍ରୁଗଡ଼ରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଅମିତ ଶାହା ଅରୁଣାଚଳ ପ୍ରଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri