ସୁନ୍ଦରଗଡ଼, ଇକୋର୍ସା, କଟକ-ବି ବିଜୟୀ
ଭୁବନେଶ୍ୱର, ୧୨ା୪ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍ଭର-ଏ ଗ୍ରୁପ୍ର ୩ଟି ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ସୁନ୍ଦରଗଡ ଓ କଟକ-ବି…
ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ
ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍ ଏସିଆନ ୧୪ ବର୍ଷରୁ କମ୍ ଡେଭଲପମେଣ୍ଟ ଚାମ୍ପିୟନଶିପ୍ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଡବଲ୍ସ ସେମିଫାଇନାଲରେ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ…
‘ଭାଜପାର ମୁସଲମାନ ପ୍ରେମ ପୁତନା ମାଉସୀ ପରି’, ସାମନାରେ ରାଜନୈତିକ ଯୁଦ୍ଧ
ମୁମ୍ବାଇ,୧୨।୪: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ‘ନବକବ୍ବାଲ’ କୁହାଯାଇ ଟାର୍ଗେଟ କରାଯାଇଛି। ଏହି ନାମର ଟାଇଟଲ ସାହାଯ୍ୟରେ ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ଭାଜପାକୁ ଶୁଫିଆନା ଷ୍ଟାଇଲେ ଅପମାନିତ କରାଯାଇଛି। ସମ୍ପାଦକୀୟରେ ଭାଜପାକୁ କପଟି,…
ଷ୍ଟାଡିୟମ ଅପ୍ଗ୍ରେଡ୍ କରିବ ବିସିସିଆଇ
ନୂଆଦିଲ୍ଲୀ, ୧୨ା୪(ପି.ଟି.): ଆସନ୍ତା ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଦର୍ଶକମାନେ ଷ୍ଟାଡିୟମକୁ ନେଇ କରୁଥିବା ଅଭିଯୋଗକୁ ଦୂର କରିବା ପାଇଁ ବିସିସିଆଇ ଅଣ୍ଟା ଭିଡିଛି। ୫ଟି ମୁଖ୍ୟ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୫୦୦…
ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ
ନୂଆଦିଲ୍ଲୀ,୧୨।୪: ଦେଶର ପ୍ରମୁଖ ଘରୋଇ ଜୀବନ ବୀମାକାରୀ କମ୍ପାନୀ ରିଲାଏନ୍ସ ନିପନ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି। ଏପରିକି ରିଲାଏନ୍ସ ନିପନ ଲାଇଫ୍ ନିଶ୍ଚିତ ଭବିଷ୍ୟ ଏକ ବର୍ଦ୍ଧିତ ଆୟ ଲାଭ…
ଟିଏସ୍ଏମ୍ଏଲ୍ର ସ୍ବତନ୍ତ୍ର ଆପ୍ରେଣ୍ଟିଶିପ୍ ପ୍ରୋଗ୍ରାମ
ଭୁବନେଶ୍ୱର,୧୨।୪: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ରେଣ୍ଟିଶିପ୍ ପ୍ରୋଗ୍ରାମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିବିଧତା,ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣ ଅଭିଯାନର ଅଂଶ ସ୍ବରୂପ କମ୍ପାନୀର ଓଡ଼ିଶା କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ଲାଗି ଏଭଳି…
ଜିମ୍ନିର ଦୁଇଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର,୧୨।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେଣ ନିର୍ମିତ ନ୍ୟୁ ଜିମ୍ନିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ମାରୁତି ସୁଜୁକିର ପ୍ରିମିୟମ ରିଟେଲ…
‘ପରିଶ୍ରମୀଙ୍କୁ ପରିଚୟ ମିଳିବା ଆବଶ୍ୟକ’
ଭୁବନେଶ୍ୱର,୧୨।୪: ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍ ପୂର୍ବତଟ ରେଳପଥରେ କାର୍ଯ୍ୟରତ ୮ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ରେଳପଥ ପକ୍ଷରୁ ପୁରସ୍କୃତ କରାଯାଇଛି। ଏପରିକି ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ…
ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା
ନୂଆଦିଲ୍ଲୀ,୧୨।୪: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ନୂତନ କ୍ୟୁଆର୍ କୋଡ୍ ସ୍କାନ୍ ଦ୍ୱାରା ୟୁପିଆଇ ପେମେଣ୍ଟରେ ସହଜ ଇଏମ୍ଆଇ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ପେଲେଟର ପାଇଁ ଯୋଗ୍ୟ ବିବେଚିତ ଗ୍ରାହକମାନେ…
୭ ଦିନରେ ୧୩ ଲକ୍ଷ କୋଟିର ନିବେଶ ବୃଦ୍ଧି
ନୂଆଦିଲ୍ଲୀ,୧୨।୪: ବିଗତ ୭ ଦିନ (୭ କାର୍ଯ୍ୟ ଦିବସ) ମଧ୍ୟରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା (୧୨,୫୬,୫୧୦.୫୯ ଟଙ୍କା)ର ନିବେଶ ବଢ଼ାଇ ପାରିଛନ୍ତି। ବିଶେଷକରି କ୍ରମାଗତ ଭାବେ ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି ସାଙ୍ଗକୁ…
ଭାଜପା କହିଲା ଲଢ଼ନି, ଚ୍ୟାଲେଞ୍ଜ କଲେ ଶେଟ୍ଟାର
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୨ା୪: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ମାସେରୁ କମ୍ ସମୟ ବାକି ଥିବାବେଳେ ମଙ୍ଗଳବାର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ୧୮୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗ୍ଗାଓଁ…
ବଟକରାରେ ଛେଚି ବଡ଼ଭାଇଙ୍କୁ ହତ୍ୟା
ଦଶମନ୍ତପୁର,୧୨।୪(ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମୱାଗୁଡ଼ା ପଞ୍ଚାୟତ ଅଧୀନ ବଡ଼ବାଗ୍ରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଭାଗବଣ୍ଟାରେ ସାନଭାଇ ରାଜି ନ ହୋଇ ବଟକରାରେ ଛେଚି ସମ୍ପର୍କୀୟ ବଡ଼ଭାଇଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ବିରିଙ୍ଗା ମୁଦୁଲି…
Archives


