Home Left

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଛନ୍ତି। ଚାଷୀ ଆନ୍ଦୋଳନ ପାଇଁ ମନ୍ତ୍ରୀ…

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ ଟଙ୍କା ଓ ସୁନା ରୂପା ଗହଣା ଲୁଟ୍‌  ହୋଇଛି। ଏ ନେଇ ଉକ୍ତ ଅଞ୍ଚଳରେ…

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଓ ସମ୍ମାନିତ ଅତିଥି ଭାବେ…

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର ଦାବି କରିଛନ୍ତି ଯେ ଆକ୍ରମଣରେ ଅଭିଯୁକ୍ତ ପିତା ଏବଂ ପୁତ୍ର ଆକ୍ରମଣର କିଛି ସପ୍ତାହ…

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାକୁ ପ୍ରତିଦିନ ନୂଆପଡ଼ା ସମେତ ଅନ୍ୟ…

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ ଗ୍ରାମ ୯ ନମ୍ବର ୱାର୍ଡରେ ଥିବା ଚହଲା ପଡିଆ ଡାହାଣ କଡ଼ କିଆବୁଦା ନିକଟରୁ…

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି l ସୂଚନା ଅନୁଯାୟୀ ମଙ୍ଗଳବାର ଭୋର ୫,୩୦ ମିନିଟ ସମୟରେ ଏକ ମାଲ ବୋଝେଇ…

ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ ନିର୍ବାଚନ କମିଶନ ଜାରି କଲେ SIRର ଡ୍ରାପ୍ଟ ଲିଷ୍ଟ

କୋଲକାତା,୧୬।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ନାମଗୁଡ଼ିକ ୨୦୨୫ ଭୋଟର…

ଏହି ଦିନଠୁ ଆରମ୍ଭ ହେବ IPL 2026: ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ ୨୬ ମାର୍ଚ୍ଚରୁ ମେ ୩୧ (ଟୁର୍ନାମେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ) ମଧ୍ୟରେ ଅନୁଷ୍ଠିତ ହେବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସେମାନଙ୍କର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଆୟୋଜନ ହୋବ…

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ ଥିଲେ ମଧ୍ୟ ବାରମ୍ବାର ଏକାଧିକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ଆସିଛି। ପ୍ରକାଶ ଯେ,…

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ କରିଥିବା ଜଣାପଡିଛି। ଆହାତମାନେ ହେଲେ ନରସିଂହପୁର ଗ୍ରାମର ଏଲ.ଭଗବାନ(୫୦), ଇ. ବାଞ୍ଛାନିଧି(୬୦), କୁଶପଡ଼ା ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri