Home Left

ସଫଳ ହେଲା ଶାମିଙ୍କ ସର୍ଜରୀ, କଥା ଦେଲେ ଖୁବଶୀଘ୍ର ଫେରିବେ

ନୂଆଦିଲ୍ଲୀ,୨୭।୨: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଗୋଇଠିରେ ଅସ୍ତ୍ରୋପଚାର କରାଯାଇଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ଶେୟାର କରି ତାଙ୍କ ଚିକିତ୍ସା ବିଷୟରେ ସୂଚନା ବାଣ୍ଟିଥିଲେ । ସଫଳ ଅସ୍ତ୍ରୋପଚାର ବିଷୟରେ ସୂଚନା ଦେଇ ଶାମି କହିଛନ୍ତି ଯେ…

ଓଡ଼ିଶା ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ସଟ୍‌ଗନ-୬୫୦ ସିସି

ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ୨ଚିକିଆ ପ୍ରିମିୟମ ଯାନ ତଥା ଗ୍ଲୋବାଲ ଲିଡର (ଦି ମିଡ୍‌ ସାଇଜ୍‌ ୨୫୦-୭୫୦ ସିସି ମୋଟରସାଇକେଲ ସେଗ୍‌ମେଣ୍ଟ) ମୋଟରସାଇକେଲ ‘ରୟାଲ ଏନ୍‌ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ‘ସଟ୍‌ଗନ-୬୫୦’ ମଡେଲର ସର୍ବଭାରତୀୟ…

ପିତାଙ୍କ ଉପଦେଶ ମାନି ସଫଳତା ପାଇଛନ୍ତି ଆୟୁଷ୍ମାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ଫିଲ୍ମ କ୍ୟାରିୟରକୁ ନେଇ ବିସ୍ତୃତ ମତ ରଖିଥିଲେ। ପିତାଙ୍କ ପରାମର୍ଶ ମାନି ବଲିଉଡ୍‌ରେ ସଫଳତା ପାଇପାରିଥିବା ସେ ଏହି ଅବସରରେ କହିଛନ୍ତି। ସୁପରଷ୍ଟାର୍‌ ହେବା ପାଇଁ ପ୍ରଥମେ ଜଣେ ଅଭିନେତାଙ୍କୁ…

ଭବିଷ୍ୟତ ନିର୍ମାଣରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୭ ତାରିଖକୁ ସମଗ୍ର ବିଶ୍ୱରେ ‘ସ୍ବେଚ୍ଛାସେବୀ ସଙ୍ଗଠନ’ ବା ନନ୍‌-ଗଭର୍ନମେଣ୍ଟାଲ ଅର୍ଗାନାଇଜେଶନ (ଏନଜିଓ) ଦିବସ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି ଦିବସ ଲାଗି ଥିମ୍‌ ରହିଛି ‘ଏକ ଦୀର୍ଘକାଳୀନ ଭବିଷ୍ୟତ ନିର୍ମାଣ : ଉନ୍ନତିମୂଳକ କାର୍ଯ୍ୟରେ…

ଅନଶନ ଭାଙ୍ଗିଲେ ମରାଠା ସଂରକ୍ଷଣ ଆନ୍ଦୋଳନ ନେତା

ମ୍ବମ୍ବାଇ, ୨୭।୨: ମରାଠା ସମୁଦାୟର ଲୋକଙ୍କୁ ଓବିସି ବର୍ଗରେ ସାମିଲ ଦାବି ନେଇ ଆନ୍ଦୋଳନରେ ବସିଥିବା ମନୋଜ ଜରାଙ୍ଗେ ପାଟିଲ୍‌ ୧୭ ଦିନ ପରେ ଅନଶନରୁ ଓହରି ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। କୁନ୍‌ବୀ ଜାତି ପ୍ରମାଣପତ୍ର ଥିବା ପରିବାରର…

୩ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ ଆବେଦନ ଖାରଜ

ନୂଆଦିଲ୍ଲୀ,୨୭।୨(ପି.ଟି.): ୩ ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ୧ରୁ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ…

ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଜେରୁଜେଲମ୍‌,୨୭।୨: ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହଙ୍କ ସରକାର ସୋମବାର ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ ଆମେରିକା ସମର୍ଥିତ ସଂସ୍କାର ପାଇଁ ବାଟ ଫିଟିପାରିବ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ଇସ୍ତଫାକୁ ଗ୍ରହଣ କରାଯିବ କି ନାହିଁ ରାଷ୍ଟ୍ରପତି…

ଆଶ୍ରୟ କେନ୍ଦ୍ରରୁ ୩ ଅନ୍ତେବାସୀ ଫେରାର

ରାଉରକେଲା,୨୬।୨(ସଙ୍ଗୀତା ଜେନା): ରାଉରକେଲା ଜେଲ୍‌ ରୋଡ୍‌ସ୍ଥିତ ସୁରକ୍ଷିତ ଆଶ୍ରୟ କେନ୍ଦ୍ରରୁ ସୋମବାର ୩ ଜଣ ଅନ୍ତେବାସୀ ନାବାଳକ ଫେରାର ହୋଇଯାଇଛନ୍ତି। ଏ ନେଇ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଉମେଶ ସାବତ ରଘୁନାଥପାଲି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ସୁପରିଣ୍ଟେଣ୍ଡେଣ୍ଟ…

ପୋଲ ତଳକୁ ଖସିପଡ଼ିଲା ବାଇକ୍‌, ଚାଲିଗଲା ୨ ଜୀବନ 

ପାପଡ଼ାହାଣ୍ଡି,୨୬।୨(ସ୍ବପ୍ନଜିତ୍‌ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଶହୀଦ ମିନାର ନିକଟ ଟୁରି ନଦୀରେ ନିର୍ମାଣାଧୀନ ପୋଲ ତଳକୁ ଏକ ବାଇକ୍‌ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି ଓ ଡାବୁଗାଁ…

ବରଯାତ୍ରୀ ହୋଇ ଆସିଥିଲେ, ଫେରିବା ବାଟରେ ଚାଲିଗଲା ଜୀବନ

ବାହାନଗା,୨୬ା୨(ଅରୂପ୍‌ କୁମାର ଦାସ): ବରଯାତ୍ରୀ ହୋଇ କନ୍ୟାଘରକୁ ଆସିଥିଲେ। ମାତ୍ର ଫେରିବା ବେଳକୁ ବାଟରେ ଦେହ ଅସୁସ୍ଥ ହେବାରୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ଖନ୍ତାପଡା ଥାନା ଇଞ୍ଚୁଡି ଗ୍ରାମରେ। ବାଲେଶ୍ୱର ସଦର ଥାନା…

ଡି. ବିଶ୍ୱନାଥ ଅତାବିରା, ବରଗଡ ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୨୬ା୨(ଅନିଲଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ବରିଷ୍ଠ ନେତା ଡି. ବିଶ୍ୱନାଥଙ୍କୁ ଅତାବିରା ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ସୋମବାର ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତି…

ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା

ଦୁବାଇ,୨୬।୨: ଦୁବାଇରେ ରହୁଥିବା ଓଡ଼ିଶାର ବାପଝିଅ ସ୍କୁବା ଡାଇଭିଂରେ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri