Home Left

କଲର୍ଭଟରେ ପିଟି ହେଲା ଯନ୍ତ୍ରୀଙ୍କ କାର: ୪ ଗୁରୁତର

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ସହରର ଓଏମ୍‌ପି ନିକଟସ୍ଥ ଏକ କଲର୍ଭଟରେ ଭାରସାମ୍ୟ ହରାଇ ଏକ କାର ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।…

କୋହଲିଙ୍କ ଭିନ୍ନ ଅବତାରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ମ୍ୟାକ୍ସଓ୍ବେଲ, ତାଙ୍କୁ ସବୁବେଳେ ମନେପକାଇ ଦେବାକୁ ପଡେ…

ନୂଆଦିଲ୍ଲୀ,୪।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମଜାଦାର ଦିଗ ଉପରେ ଆଲୋକପାତ କରିଛନ୍ତି। ମ୍ୟାକ୍ସୱେଲ କହିଛନ୍ତି ଯେ ତାଙ୍କୁ ପୂର୍ବତନ ଅଧିନାୟକଙ୍କୁ ତାଙ୍କ ବୟସ ଅନୁଯାୟୀ ଆଚରଣ କରିବାକୁ ମନେ ପକାଇବାକୁ ପଡିବ।…

କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ସୁନାବେଡ଼ା,ସେମିଳିଗୁଡ଼ା,୪ା୪(କୃତ୍ତିବାସ ପ୍ରଧାନ/ ବାସୁଦେବ ବରାଡ଼): କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକ ଅଞ୍ଚଳକୁ ନେଇ ଗଠିତ ହୋଇଛି ୧୪୪ ନଂ. କୋରାପୁଟ ନିର୍ବାଚନମଣ୍ଡଳୀ। ନିର୍ବାଚନ ପାଇଁ ନିକଟରେ ବିଜେଡି ପ୍ରାର୍ଥୀ ରୂପେ ରଘୁରାମ ପଡାଲଙ୍କ ନାମ ଘୋଷଣା…

ଜୟପୁର ବନାଞ୍ଚଳରେ ଲାଗିଲା ନିଆଁ

ଜୟପୁର, ୪ା୪(ପବନ ପାଣିଗ୍ରାହୀ): ଜୟପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲେ ନିଆଁ ଲାଗିଛି । ଡଙ୍ଗରଛିଞ୍ଚି, ଜବାକନାଡି, ଘାଟବାଗରା, ଗଡପଦର ପାହାଡ଼ ଓ ମାଳିଗୁଡ଼ା ଜଙ୍ଗଲରେ ନିଆଁ ଲାଗିଛି। ଗଡପଦର ପାହାଡ଼ରେ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗକୁ ନାକେଦମ…

ସକାଳେ ଛାଡିଥିଲେ ଭାଜପା, ଏବେ କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର, ୪।୪: କଂଗ୍ରେସରେ ସାମିଲ ହେଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ପିପିସି ସଭାପତି ଶରତ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଭାଜପାରୁ ଇସ୍ତଫା ଦେଇଥିଲେ…

ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନ

କରାଚୀ,୪ା୪: ଆସନ୍ତା ମାସରେ ଇସ୍‌ଲାମାବାଦରେ ଖେଳାଯିବ ଏସିଆନ ଚ୍ୟାଲେଞ୍ଜ ଭଲିବଲ୍‌ ଲିଗ୍‌। ଏନେଇ ଦଳ ପଠାଇବା ଲାଗି ଭାରତକୁ ଅନୁରୋଧ କରିଛି ପାକିସ୍ତାନ ଭଲିବଲ୍‌ ମହାସଂଘ (ପିଭିଏଫ୍‌)। ଟୁର୍ନାମେଣ୍ଟରେ ୧୦ରୁ ୧୨ ଦଳ ଭାଗ ନେବେ ବୋଲି ଆଶା କରାଯାଉଛି। ଇଭେଣ୍ଟ…

ଜାମିନ୍‌ ମାଗିଲେ କବିତା, କହିଲେ ମଞ୍ଜୁରୀ ଦେଇ ଦେଲେ ଆକାଶ ଛିଣ୍ଡି ପଡିବନାହିଁ

ନୂଆଦିଲ୍ଲୀ,୪।୪: ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା ତିହାର ଜେଲରେ ବନ୍ଦ ଅଛନ୍ତି। ପିଲାଙ୍କ ପରୀକ୍ଷାକୁ ଦର୍ଶାଇ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ମାଗିଛନ୍ତି। କବିତା ପକ୍ଷରୁ…

ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍‌ ଦେବାର କାରଣ

ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି। ଏହି ତାଲିକାରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦଳ ପୁଣି ଥରେ ଦୀପାଳି ଦାସଙ୍କ…

ଜାପାନ, କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଭାରତରେ ସର୍ବାଧିକ ବିକ୍ରି ହେଲା ଟାଟା ନେକ୍ସନ୍

ଭୁବନେଶ୍ୱର, ୪।୪: କ୍ରମାଗତ ତୃତୀୟ ବର୍ଷ ପାଇଁ ଟାଟା ନେକ୍ସନ୍ ଭାରତରେ ସର୍ବାଧିକ ବିକ୍ରି ହୋଇଥିବା ଏସୟୁଭି ଭାବରେ ଉଭା ହୋଇଛି ଏବଂ ଏହାର ଜାପାନ ଏବଂ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆର୍ଥିକ ବର୍ଷ ୨୦୨୪ରେ ପଛରେ ପକାଇଛି। ସେପ୍ଟେମ୍ବର ୨୦୨୩ ରେ…

ମୋଦିଙ୍କଠାରୁ ଶିନ୍ଦେଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ଦେଇପାରେ ଟେନଶନ

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗ୍ରହଣ କରାଯିବାକୁ ମାତ୍ର ୨ ସପ୍ତାହ ବାକି ଅଛି। ଏହି ସମୟରେ, ଏକ ଘରେଶି ଟେଲିଭିଜନ ଚ୍ୟାନେଲର ସର୍ବେକ୍ଷଣରେ ଶାସକ ଏନଡିଏ ମେଣ୍ଟ ପାଇଁ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ଜନତା…

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ୫୩ ବର୍ଷୀୟ ବ୍ୟକ୍ତି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ୫ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୫୩ ବର୍ଷ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିବା…

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ଶନିବାର ପର୍ଯ୍ୟନ୍ତ କଲବଲ କରିବ ଟାଣ ଖରା

ଭୁବନେଶ୍ୱର,୪।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri