‘କୌଣସି ଦଳକୁ ସମର୍ଥନ ଦେବୁ ନାହିଁ’; ଘୋଷଣା କରି ଭାଜପାକୁ ବଡ଼ ଝଟ୍କା ଦେଲେ…
ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶ ଜନସତ୍ତା ଦଳ(ଗଣତାନ୍ତ୍ରିକ) ମୁଖ୍ୟ ରାଜା ଭୈୟା ଲୋକ ସଭା ନିର୍ବାଚନରେ କୌଣସି ଦଳକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବିବେକ ଏବଂ ପସନ୍ଦ ଅନୁଯାୟୀ ଭୋଟ୍ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ…
ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!
ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ ତାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।…
୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍ ବିଭାଗ ନେଲା ବଡ଼ ପଦକ୍ଷେପ…
ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍ଏମ୍ଏସ୍ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ ସଂଗଠନକୁ ବ୍ଲାକଲିଷ୍ଟ(କଳା ତାଲିକାଭୁକ୍ତ) କରାଯାଇଛି। ୭୦୦ ଏସ୍ଏମ୍ଏସ୍ ବିଷୟବସ୍ତୁ ଟେମ୍ପଲେଟ୍ଗୁଡ଼ିକ ବନ୍ଦ କରାଯାଇଛି। ୩୪୮…
ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ
ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ଓ କଂଗ୍ରେସର…
ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ
କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ନୃତ୍ୟଶିଳ୍ପୀଙ୍କ ଅଭିଯୋଗ ମୁତାବକ କିଛି ମାସ ପୂର୍ବେ ଜଣେ ପ୍ରସିଦ୍ଧ ଗାୟକଙ୍କ ଜରିଆରେ ସେ କୋଲକାତା…
ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ବାଂଲାଦେଶ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ଦଳର ଉପଅଧିନାୟକ କରାଯାଇଛି। ଗତ ସପ୍ତାହରେ ଜିମ୍ବାଓ୍ବେ ବିପକ୍ଷ ୫ମ ଅନ୍ତର୍ଜାତୀୟ…
ଗାଳି ପରେ ଏବେ କେ ଏଲ୍ ରାହୁଲଙ୍କୁ ଡିନର୍ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ
ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଉକ୍ତ ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବା…
ଅବକାରୀ ଦୁର୍ନୀତି ମାମଲା: ଏଏପିକୁ ଅଭିଯୁକ୍ତ ଦର୍ଶାଇବ ଇଡି
ନୂଆଦିଲ୍ଲୀ,୧୪।୫: ଅବକାରୀ ଦୁର୍ନୀତି ମାମଲାରେ ଦାଖଲ କରାଯିବାକୁ ଥିବା ଆଗାମୀ ଅଭିଯୋଗପତ୍ରରେ ଆମ ଆଦମୀ ପାର୍ଟି(ଏଏପି)କୁ ଅଭିଯୁକ୍ତ ଦର୍ଶାଯିବ ବୋଲି ଦିଲ୍ଲୀ ହାଇକୋର୍ଟରେ ଇଡି କହିଛି। ଏପରିକି ମନିଷ ସିସୋଡିଆଙ୍କ ଜାମିନ ଆବେଦନକୁ ବିରୋଧ କରି ତାଙ୍କ ଦ୍ୱାରା ଲଗାତାର ଭାବେ…
ଶକ୍ତି ପ୍ରଦର୍ଶନ କଲା ବିଜେଡି: ୭ ପଞ୍ଚାୟତରେ ବାଇକ୍ ରାଲି
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବାଇକ୍ ରାଲି ମାଧ୍ୟମରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ମଙ୍ଗଳବାର ହାଟଡିହୀ ବ୍ଲକର ୩୭ନମ୍ବର ଜୋନ ଅଧୀନ ଳିଙ୍ଗା, ଶାଳନିଆ,ଡ଼ଅଁର, ଗେଡ଼ମା, ଆଇତିପୁର, ସଡ଼ଙ୍ଗ, ହାବେଳେଶ୍ୱର ପ୍ରଭୃତି ୭ଟି…
ଆସୁଛି ବଡ଼ ଲଘୁଚାପ! ଆଲର୍ଟ କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୪।୫: ଆସୁଛି ବଡ଼ ବର୍ଷା। ଆଗାମୀ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ପବନ ହେବା ସମ୍ଭାବନା ରହିଛି। ଏନେଇ କିଛି ଜିଲାକୁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରାଯାଇଛି। ତେବେ ଆଗାମୀ ୪୮ ଘଣ୍ଟା ପରେ ରାଜ୍ୟରେ…
ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ସୋସୋ ପୋଲିସ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀ କେନ୍ଦୁଝର- ଭଦ୍ରକ ସୀମାନ୍ତ ଅଞ୍ଚଳ କାନପୁରଠାରେ ଗାଡି ଯାଞ୍ଚ କରୁଥିଲେ l ସେତିକିବେଳେ ଆଗରପଡାରୁ ସୋସୋ ଥାନା ଅଞ୍ଚଳକୁ ପରିବା ବିକି ପାଇ…
ନିଖୋଜର ଦିନକ ପରେ ମିଳିଲା ମୃତଦେହ: ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ
କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଭମରମାଲ ଛକ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ଗ୍ରାମର ରଏନପଡାର ବିରଞ୍ଚି ନାଏକ(୩୨)। ମିଳିଥିବା ସୂଚନା ମୁତାବକ, ବିରଞ୍ଚିଙ୍କୁ…
Archives


