ଶାଗୁଆନ କାଠ ପଟା ହେଉଥିଲା ଚାଲାଣ: ମାଡ଼ି ବସିଲା ବନ ବିଭାଗ
କୁଆଁରମୁଣ୍ଡା,୨ା୬(ମହେନ୍ଦ୍ର କୁମାର ସାହୁ): ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ବିର୍ଡା ସେକ୍ସନରୁ ଚୋରା ଶାଗୁଆନ ଓ ଶାଳ କାଠ ପଟା ଚାଲାଣ ବେଳେ ବନ ବିଭାଗ ମାଡି ବସିଥିଲା। ପଟା ବୋଝେଇ ଗାଡି ଜବତ ସହ କୁଆଁରମୁଣ୍ଡା…
ଭୋଟଗଣତି ପୂର୍ବରୁ ଇସିଙ୍କୁ ଭେଟିଲେ ଇଣ୍ଡିଆ ବ୍ଲକ୍ ନେତା
ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନ ଭୋଟଗଣତି ପୂର୍ବରୁ ବିରୋଧୀ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ନେତାମାନେ ରବିବାର ନିର୍ବାଚନ କମିଶନ (ଇସି)ଙ୍କୁ ଭେଟିଛନ୍ତି। ସେମାନେ ଇସିଙ୍କ ସହ ଗଣତି ନିୟମାବଳୀ ଉପରେ ଆଲୋଚନା କରିବା…
ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍ ଖୁଣ୍ଟ, ବଡ଼ ଗଛ ଧରାଶାୟୀ
କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଛି। ଫଳରେ ବିଦ୍ୟୁତ…
ଅଂଶୁଘାତ: ୩ ମାସରେ ୫୬ ମୃତ୍ୟୁ
ନୂଆଦିଲ୍ଲୀ, ୨।୬:ଭାରତରେ ଗତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ୫୬ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍ସିଡିସି) ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ, କେବଳ ମେ’ ମାସରେ ୪୬ ଜଣ…
ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ
ହାଇଦ୍ରାବାଦ, ୨।୬:ଦେଶର ବ୍ୟସ୍ତ ବହୁଳ ସହର ମଧ୍ୟରେ ଅନ୍ୟତମ ହାଇଦ୍ରାବାଦ ରବିବାରଠାରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ରାଜଧାନୀ ରହିବ ନାହିଁ। ଆନ୍ଧ୍ରପ୍ରଦେଶ ପୁନଃ ଗଠନ ଅଧିନିୟମ ୨୦୧୪ର ଧାରା ୫(୧)କେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରବିବାରଠାରୁ ଏହା କେବଳ ତେଲଙ୍ଗାନାର…
ହଲ୍ଲା ଟୋମାସ୍ଡୋଟିର୍ ଆଇସ୍ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ
କୋପେନହେଗେନ୍,୨ା୬:ମହିଳା ବ୍ୟବସାୟୀ ହଲ୍ଲା ଟୋମାସ୍ଡୋଟିର୍ ଆଇସ୍ଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ବିଦାୟୀ ରାଷ୍ଟ୍ରପତି ଗୁଡ୍ନୀ ଜୋହାନେସନ୍ଙ୍କ ସ୍ଥାନରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଟୋମାସ୍ଡୋଟିର୍ ୩୪.୩ ପ୍ରତିଶତ ଭୋଟ ସହ ଏହି ଆଳଙ୍କାରିକ ପଦବୀକୁ ନିର୍ବାଚିତ ହୋଇଛନ୍ତି।…
ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍: ଯୁବରାଜଙ୍କ ଭବିଷ୍ୟବାଣୀ
ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି। ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଦଳକୁ ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ…
ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ର ହେଲେ ମିଷ୍ଟର୍ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ
ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍…
କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା
ଭୁବନେଶ୍ୱର, ୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ୍ ରିପୋର୍ଟ…
କାଳସାଜିଲା କାଳବୈଶାଖୀ:ଧାନ ଶୁଖାଇବାକୁ ପକ୍କା ରାସ୍ତା ଭରସା
ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ବର୍ତ୍ତମାନ ରବି ଧାନ ଅମଳ ସହିତ ଧାନ କିଣାବିକା ଚାଲିଥିବାବେଳେ ଚାଷୀଙ୍କୁ କାଳବୈଶାଖୀ କାଳ ସାଜିଛି। ଅମଳ ଧାନ କ୍ଷେତ, ଖଳାରେ ପଡିଛି। ସେହିପରି ବିକ୍ରି ଅପେକ୍ଷାରେ ଜିଲାର ବିଭିନ୍ନ ମଣ୍ଡିରେ ମଧ୍ୟ…
ଏକ୍ଜିଟ ପୋଲ୍କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ
ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ଏକ୍ଜିଟ ପୋଲ୍ଗୁଡ଼ିକରେ ପୂର୍ବାନୁମାନ କରାଯିବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହା ‘ମୋଦି ମିଡିଆ ପୋଲ୍’ ବୋଲି ରାହୁଲ କହିଛନ୍ତି।…
୬ଟି ଆସନରେ ଜିତିଲେ ବି ଏହି ରାଜ୍ୟରେ ଭାଜପା ଗଢିବ ସରକାର
ନୂଆଦିଲ୍ଲୀ,୨।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଫଳାଫଳ ୪ଜୁନ ରେ ଆସିବ। ଏହାପୂର୍ବରୁ ଏକଜିଟ ପୋଲ ଫଳାଫଳ ଭାଜପାର ବିଜୟ ଦର୍ଶାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ…
Archives


