Home Left

ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୨୮ା୫(ଅସମାପିକା ସାହୁ):ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ। ସେହିପରି ଭୁବନେଶ୍ୱରରୁ ବିମାନ ପୁଣି ରାତି…

ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ

ରାୟପୁର, ୨୮।୫: ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି। ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନାରାୟଣପୁର ଜିଲାର ଚମେଲି ଏବଂ ଗୌରଦଣ୍ଡ ଗ୍ରାମରେ ୨ଟି ନିର୍ମାଣାଧୀନ…

ଜାମିନ ମିଆଦ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଇଟି-ସିଟି ସ୍କାନ୍‌ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ତାଙ୍କୁ ଅଧିକ ସମୟ ଆବଶ୍ୟକ ବୋଲି…

ନାବାଳିକାଙ୍କୁ ବଳାତ୍କାର ପରେ ଫଟୋ ଭାଇରାଲ

ବ୍ରହ୍ମପୁର,୨୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଓ ଫଟୋଗୁଡିକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳର ରୋଶନ ମୁଦଙ୍ଗିଆ ଓରଫ ତ୍ରିନାଥ(୨୦)।…

ଇଣ୍ଡିଆ ବ୍ଲକ୍‌ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକାତା,୨୭ା୫: ଲୋକ ସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଜୁନ୍‌ ୧ରେ ଅନୁଷ୍ଠିତ ହେଉଥିବା ବେଳେ ସେଦିନ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ସବୁ ସହଯୋଗୀ ଦଳର ନେତାମାନଙ୍କ ବୈଠକ ଡକାଯାଇଛି। ବୈଠକକୁ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଓ…

ମହିଳାଙ୍କୁ ପ୍ରେମ ପ୍ରତାରଣା ପଡ଼ିଲା ମହଙ୍ଗା

ବ୍ରହ୍ମପୁର,୨୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଇନଷ୍ଟାଗ୍ରାମ୍‌ରେ ଜଣେ ମହିଳାଙ୍କୁ ପ୍ରେମ କରି ପରେ ପ୍ରତାରିତ କରିଥିବା ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଗୋସାଣୀନୂଆଗାଁର ଜଗଦୀଶ ପାଣିଗ୍ରାହୀ(୨୭)। ଉଭୟ ପୀଡିତା ଓ ଅଭିଯୁକ୍ତ ଜଗଦୀଶଙ୍କ ଡାକ୍ତରୀମାଇନା କରାଯାଇଛି। ପରେ ଅଭିଯୁକ୍ତଙ୍କୁ…

ବିଜେଡି ପ୍ରାର୍ଥୀଙ୍କ ବାଇକ ରାଲି ଉପରେ ଗାଡି ଚଢାଇଦେଲେ ପୂର୍ବତନ ସରପଞ୍ଚ

ଭୁବନେଶ୍ୱର,୨୭।୫: ଧର୍ମଶାଳାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାଇକ ରାଲି ଉପରେ ଜଣେ ପୂର୍ବତନ ସରପଞ୍ଚ ସ୍କର୍ପିଓ ଚଢାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଏକାଧିକ ବାଇକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଭିଯୁକ୍ତ…

ଭାଜପା କର୍ମୀ ହତ୍ୟା ମାମଲା: ଆଉ ୩ଜଣଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର,୨୭।୫(ଦିଲୀପ କୁମାର ସାମଲ/ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ନିର୍ବାଚନୀ ହିଂସା ଘଟିଥିଲା। ପୋଷ୍ଟର ମାରିବାକୁ କେନ୍ଦ୍ର କରି ଗତ ୧୫ ତାରିଖରେ ଭାଜପା କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା।…

ରକ୍ତମୁଖା ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୁଲବାଣୀ/କୋଟଗଡ଼/ବାଲିଗୁଡ଼ା,୨୭ା୫(ରାକେଶ କୁମାର ରାଉତ/ସରୋଜ ବଳିୟାର ସିଂ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ କିଛିଦିନର ନିରବତା ପରେ ଲାଲବାହିନୀ ରକ୍ତମୁଖା ହୋଇଉଠିଛି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘରଠାରୁ କିଛି…

ପାଣି ପାଇଁ ଗରା ଧରି ରାସ୍ତା ରୋକୋ

ଜୟପୁର,୨୭।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର କୁମ୍ବାରସାହିରେ ମହିଳାମାନେ ପାଣି ପାଇଁ ସୋମବାର ଗରା ଧରି ରାସ୍ତା ଅବରୋଧ କରଥିଲେ। ଦୀର୍ଘ ୧୫ ଦିନ ହେବ କୁମ୍ବାରସାହିରେ ପାଇପରେ ପାଣି ଆସୁ ନାହିଁ । ପ୍ରବଳ ଗ୍ରୀଷ୍ଣପ୍ରବାହ ଜାରି ରହିଥିବା…

ପୁଣି ୧ କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି,(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ବହୁ ଯୋଜନା ପ୍ରଣୟନ ହେଉଥିବା ବେଳେ ଏହି ଯୋଜନାଗୁଡିକ ଶତ ପ୍ରତିଶତ ପୂରଣ ହେଉ ନ ଥିବା ଦେଖିବାକୁ ମିଳିଛି। ବିଶେଷ କରି ଜିଲାର ସବୁ ଗ୍ରାମ, ପଲ୍ଲୀମାନଙ୍କରେ ରାସ୍ତା ନିର୍ମାଣ ଯୋଜନା କେବଳ ଯୋଜନାରେ…

ତୃତୀୟ ସନ୍ତାନର ପିତା ହେବେ ଇଂଲଣ୍ଡ ଅଧିନାୟକ ବଟଲର

କାର୍ଡିଫ,୨୭ା୫: ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ ଘରବାହୁଡ଼ା କରିଛନ୍ତି। ଫଳରେ କାର୍ଡିଫ୍‌ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri