Home Left

ମାର୍ଚ୍ଚ ୨ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି ୨ ତାରିଖ ପୂର୍ବାହ୍ନ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଧରଣୀଧର…

ବାପାଙ୍କୁ ହତ୍ୟାକାରୀ ବନ୍ଧାହେଲେ ପୁଅ

ଶେରଗଡ଼,୨୮ା୨(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ରାତି ୧୦ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଶେରଗଡ଼ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ତଦନ୍ତ କରିଛି।…

ନ୍ୟୁଜିଲାଣ୍ଡ ଟୁର୍‌ରୁ ଓହରିପାରନ୍ତି ପାକିସ୍ତାନର ସିନିୟର ଖେଳାଳି

ଲାହୋର, ୨୮ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ଦଳର ଲଜ୍ଜାଜନକ ପରାଜୟ ପରେ ଦଳର କେତେଜଣ ସିନିୟର ଖେଳାଳି ଆସନ୍ତା ମାସରେ ହେବାକୁଥିବା ନ୍ୟୁଜିଲାଣ୍ଡ ଟୁର୍‌ରୁ ଓହରି ଯାଇପାରନ୍ତି। ଆୟୋଜକ ପାକିସ୍ତାନ ଇଭେଣ୍ଟରେ ଗୋଟିଏ ହେଲେ ମ୍ୟାଚ ଜିତିପାରି ନାହିଁ। ଦଳ…

ମେ ୨୯ରୁ ଅଲ୍ଟିମେଟ ଟେବୁଲ ଟେନିସର ଷଷ୍ଠ ସିଜନ

ନୂଆଦିଲ୍ଲୀ,୨୮ା୨: ଅଲ୍ଟିମେଟ ଟେବୁଲ ଟେନିସ (ୟୁଟିଟି)ର ଷଷ୍ଠ ସଂସ୍କରଣ ଅହମ୍ମଦାବାଦରେ ଆସନ୍ତା ମେ ୨୯ରୁ ଜୁନ ୧୫ ପର୍ଯ୍ୟନ୍ତ ଖେଳାଯିବ। ଏ ନେଇ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର କୁହାଯାଇଛି। କବାଡି ବିଶ୍ୱକପ ଓ ୨୦୧୯ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ…

ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ

ନାଗପୁର,୨୮ା୨: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ ଇନିଂସ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ବିଦର୍ଭ ୩୭୯ ରନ୍‌ କରିଥିବା ବେଳେ କେରଳ ତା’ର ଅସମାପ୍ତ ସ୍କୋର ୧୩୧/୩ରୁ ବ୍ୟାଟିଂ ଆରମ୍ଭ…

ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି

ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନ ହୋଇସାରିଲେଣି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ହେଲେ ଜେଜେଙ୍କୁ ଖୋଜୁଛନ୍ତି ନାତି ତଥା ବାବୁସାନ୍‌ଙ୍କ ପୁଅ ଗୁଆନ। ଘର ଆଗରେ ଏତେ ଲୋକ, ଟଙ୍ଗା ଯାଇଛି ଜେଜେଙ୍କ ବଡ଼ ଫଟୋ। ଆଉ ଫୁଲରେ ସଜେଇ ହୋଇ ଶୋଇଯାଇଛନ୍ତି…

ଚଳନ୍ତା ଟ୍ରକରେ ଲାଗିଲା ନିଆଁ

ଛତ୍ରପୁର,୨୮।୨(ଦିଲ୍ଲୀପ ସାମଲ): ଏକ ଚଳନ୍ତା ଟ୍ରକରେ ଘଟିଛି ଅଗ୍ନିକାଣ୍ଡ। ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ସମୁଖ ଆର୍ଯ୍ୟପଲ୍ଲୀ ରାସ୍ତାରେ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଘରୋଇ କମ୍ପାନୀର ଏକ ମାଲ…

ସତ ହୋଇଗଲା Baba Vangaଙ୍କ ଭବିଷ୍ୟବାଣୀ! ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଏ ଭୂକମ୍ପରେ ଥରିଲା ପୃଥିବୀ, ଆଗକୁ ଅଛି ଭୟଙ୍କର ତାଣ୍ଡବ…

Baba Vanga ବାଲ୍ୟକାଳରେ ଦୃଷ୍ଟିଶକ୍ତି ହରାଇଥିବା ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ ଅନେକ ଘଟଣାର ଭବିଷ୍ୟବାଣୀ କରିଥିଲେ। ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସଠିକ ପ୍ରମାଣିତ ହୋଇଛି। ସେ ୨୦୨୫ ବର୍ଷ ପାଇଁ କିଛି ଭୟଙ୍କର ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଗତ…

ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ: ଅଭିଯୋଗ ଆଣିଲେ ସମିତିସଭ୍ୟ, ସରପଞ୍ଚ

ପୁରୁଷୋତ୍ତମପୁର,୨୮।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ସ୍ବତନ୍ତ୍ର ବୈଠକ ବସିଛି। ଏହି ବୈଠକ ବିଡିିଓ ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ…

ପୋଲିସ ଆଖିରେ ଧୂଳିଦେଇ ଖସି ପଲାଇଥିଲେ: ୭ମାସ ପରେ ଧରାପଡ଼ିଲେ

କ.ନୂଆଗାଁ ,୨୮ା୨(କାଳୀ ପ୍ରସାଦ ତ୍ରିପାଠୀ): କ.ନୂଆଗାଁ ଥାନା ଅଞ୍ଚଳରୁ ୭ମାସ ତଳେ କାର ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରୁ ଖସି ପଳାଇଥିବା ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା…

କାହିଁକି ମନ୍ଦିର-ମସଜିଦର ଉପରିଭାଗ ଗୋଲାକାର? ୯୯% ଲୋକ ଜାଣି ନ ଥିବେ କାରଣ

ପ୍ରାୟତଃ ଆପଣ ମନ୍ଦିରର ଉପରିଭାଗ ବା ଛାତ ଗୋଲାକାର ବୋଲି ଦେଖିଥିବେ। କେବଳ ମନ୍ଦିର ନୁହେଁ ମସଜିଦର ମଧ୍ୟ ଉପରିଭାଗ ଗୋଲାକାର। କିନ୍ତୁ ସବୁ ଧାର୍ମିକ ସ୍ଥଳଗୁଡ଼ିକର ଛାତ ଗମ୍ବୁଜ ବା ଗୋଲାକାର ଆକୃତିର କାହିଁକି? ଅନେକ ଲୋକ ଜାଣି ନ…

IND vs NZ: ପାକିସ୍ତାନକୁ ହରାଇବା ପରେ ଇତିହାସ ରଚିବେ Virat Kohli! ଟାର୍ଗେଟରେ ୧-୨ ନୁହେଁ ରହିଛି ଏତିକି ରେକର୍ଡ

ନୂଆଦିଲ୍ଲୀ,୨୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ଼ ଚିନ୍ତା ଥିଲା ବିରାଟ କୋହଲିଙ୍କ ଫର୍ମ। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ କାମ କରିନଥିଲା। ବିରାଟ 3୩୮ଟି ବଲର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?